ARTICLE AD BOX
ଭାରତର ବ୍ୟସ୍ତ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ଯୋଗୁଁ ବିସିସିଆଇ ପୁଣି ଥରେ ପ୍ରଶିକ୍ଷଣ ଦାୟିତ୍ୱ ବିଭାଜନ କରିବାକୁ ଚିନ୍ତା କରିଛି। ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସ୍ଥାନରେ ଜିମ୍ବାୱେ ଗସ୍ତ ଓ ଏସୀୟ କ୍ରୀଡାରେ ବିସିସିଆଇ ଉତ୍କର୍ଷ କେନ୍ଦ୍ର (ସିଓଇ)ର ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ
/sambad/media/media_files/2026/07/07/laxman-2026-07-07-17-38-02.jpeg)
ନୂଆଦିଲ୍ଲୀ: ଭାରତର ବ୍ୟସ୍ତ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ଯୋଗୁଁ ବିସିସିଆଇ ପୁଣି ଥରେ ପ୍ରଶିକ୍ଷଣ ଦାୟିତ୍ୱ ବିଭାଜନ କରିବାକୁ ଚିନ୍ତା କରିଛି। ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସ୍ଥାନରେ ଜିମ୍ବାୱେ ଗସ୍ତ ଓ ଏସୀୟ କ୍ରୀଡାରେ ବିସିସିଆଇ ଉତ୍କର୍ଷ କେନ୍ଦ୍ର (ସିଓଇ)ର ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ। ଏସୀୟ କ୍ରୀଡ଼ାର ଶେଷ ସମୟରେ ଭାରତ ଗସ୍ତରେ ଆସିବ ୱେଷ୍ଟ୍ଇଣ୍ଡିଜ୍। ଫଳରେ ଭାରତୀୟ ବରିଷ୍ଠ ଦଳ ସହ ଗୌତମ ଗମ୍ଭୀର ରହିବେ। ଅନ୍ୟ ଦଳ ସହ ଜିମ୍ବାୱେ ଓ ଜାପାନ ଗସ୍ତ କରିବେ ଲକ୍ଷ୍ମଣ। ଜିମ୍ବାୱେ ଗସ୍ତ ସମୟରେ ଲକ୍ଷ୍ମଣଙ୍କ ସହ ପୂର୍ବତନ ଭାରତୀୟ ସ୍ପିନର୍ ସୁନିଲ ଜୋଶୀ (ବୋଲିଂ ପ୍ରଶିକ୍ଷକ) ଓ ପୂର୍ବତନ ବ୍ୟାଟର୍ ହୃଷିକେଶ କାନିତକର (ବ୍ୟାଟିଂ ପ୍ରଶକ୍ଷକ) ପ୍ରଶିକ୍ଷଣ ଦାୟିତ୍ବରେ ରହିବେ। ଏହି ପ୍ରଶିକ୍ଷଣ ଗୋଷ୍ଠୀ ଏସୀୟ କ୍ରୀଡ଼ାରେ ମଧ୍ୟ କାର୍ଯ୍ୟ କରିବାର ସମ୍ଭବନା ରହିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 weeks ago
11


