ARTICLE AD BOX
ଲଣ୍ଡନ: ବ୍ରିଟେନର ଅନ୍ୟତମ ପ୍ରମୁଖ ସାମରିକ ତାଲିମ ଅନୁଷ୍ଠାନ ''''ଆର୍ମି ଫାଉଣ୍ଡେସନ୍ କଲେଜ'''' ବର୍ତ୍ତମାନ ଏକ ବଡ଼ ବିବାଦ ଘେରରେ! ଉତ୍ତର ୟୋର୍କସାୟାରର ହାରୋଗେଟସ୍ଥିତ ଏହି ଆର୍ମି ସ୍କୁଲରେ ୧୯ ବର୍ଷରୁ କମ୍ ବୟସର ନାବାଳକ-ନାବାଳିକାମାନଙ୍କୁ ସୈନ୍ୟ ତାଲିମ ଦିଆଯାଉଥିବା ବେଳେ, ସେଠାରେ ଗାଙ୍ଗରେପ୍, ଯୌନ ନିର୍ଯାତନା ଏବଂ ଅଶ୍ଳୀଳ ବ୍ୟବହାର କରାଯାଉଥିବା ନେଇ ପୂର୍ବତନ ମହିଳା କ୍ୟାଡେଟମାନେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁଯାୟୀ, ଗତ ୫ ବର୍ଷ ମଧ୍ୟରେ ଏଠାରେ ୧୭ ବର୍ଷ ବୟସ୍କା ମହିଳା କ୍ୟାଡେଟମାନେ ସହଯୋଗୀ ସୈନିକ ଏବଂ ତାଲିମଦାତା ଷ୍ଟାଫଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଛନ୍ତି। ମାନସିକ ଯନ୍ତ୍ରଣା ସହିନପାରି ଅନେକ ମହିଳା ସୈନିକ ସେନା ଚାକିରି ଛାଡ଼ିଦେଇଛନ୍ତି। ଜଣେ ପୀଡ଼ିତାଙ୍କ କହିବା ଅନୁଯାୟୀ, ତାଙ୍କୁ ଘଣ୍ଟା ଘଣ୍ଟା ଧରି ଗାଙ୍ଗରେପ୍ କରାଯାଇଥିଲା ଏବଂ ଏସବୁ ବିରୋଧରେ ସ୍ୱର ଉଠାଇବାରୁ କଲେଜର ପୁରୁଷ ଇନଷ୍ଟ୍ରକ୍ଟରମାନେ ସେମାନଙ୍କ ପ୍ରତି ଅଶ୍ଳୀଳ ଓ ମହିଳା ବିରୋଧୀ ସ୍ଲୋଗାନ ଦେଇଥିଲେ।
ନାବାଳିକାଙ୍କୁ ବର୍ଷ ବର୍ଷ ଧରି ଯୌନ ନିର୍ଯାତନା: ୭ ଅଭିଯୁକ୍ତଙ୍କ ମଧ୍ୟରେ ବାପା
୨୦୧୮ ରୁ ୨୦୨୫ ମଧ୍ୟରେ ଏହି କଲେଜରେ ଅସଦାଚରଣ ନେଇ ୧୭୬ଟି ଅଭିଯୋଗ ଆସିଥିବା ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡ଼ିଛି। ଏହି ଅଭିଯୋଗଗୁଡ଼ିକୁ ବ୍ରିଟିଶ ସେନା ଅତ୍ୟନ୍ତ ଗମ୍ଭୀର ବୋଲି ଗ୍ରହଣ କରିଛି। ଏହିପରି ଅପରାଧିକ କାର୍ଯ୍ୟକଳାପକୁ କଦାପି ବରଦାସ୍ତ କରାଯିବ ନାହିଁ ଏବଂ ପୀଡ଼ିତାମାନଙ୍କୁ ନ୍ୟାୟ ଦେବା ପାଇଁ ସେନାର ମୁଖ୍ୟ ଶୃଙ୍ଖଳା ବାହାରେ ଏକ ସ୍ୱତନ୍ତ୍ର ତଦନ୍ତ ସଂସ୍ଥା ଗଠନ କରାଯାଇଛି ବୋଲି ସେନା ପ୍ରବକ୍ତା ସ୍ପଷ୍ଟ କରିଛନ୍ତି।

1 hour ago
2


