Bay of Bengal: ବଙ୍ଗୋପସାଗରରେ ସୃଷ୍ଟି ଅବପାତ: ଆଜି ବି ବର୍ଷା

5 days ago 3
ARTICLE AD BOX

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ଦୀଘା ନିକଟରେ ସ୍ଥଳଭାଗ ଛୁଇଁଥିଲା। ଏହାପରେ ପଶ୍ଚିମ ଦିଗରେ ଗତି କରିବା ଦ୍ବାରା ଉତ୍ତର ଓଡ଼ିଶାରେ ଅବିଶ୍ରାନ୍ତ ବର୍ଷା ହୋଇଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ରିପୋର୍ଟ ଲେଖାଯିବା ବେଳକୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଉପରେ ରହିଥିବା ଗଭୀର ଅବପାତ ଘଣ୍ଟାପ୍ରତି ୧୮ କିମି ବେଗରେ ପଶ୍ଚିମ ଦିଗରେ ଗତି କରୁଛି। ରାତି ୮ଟା ସୁଦ୍ଧା କେନ୍ଦୁଝରର ଉତ୍ତରକୁ ୩୦ କିମି, ରାଉରକେଲାର ପୂର୍ବ-ଦକ୍ଷିଣପୂର୍ବକୁ ୭୦ କିମି, ଝାରସୁଗୁଡ଼ାର ପୂର୍ବକୁ ୧୫୦ କିମି ଓ ସମ୍ବଲପୁରର ପୂର୍ବ-ଉତ୍ତର ପୂର୍ବକୁ ୧୭୦ କିମି ଦୂରରେ ଗଭୀର ଅବପାତ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗରେ ଗତି କରିବାକୁ ଥିବାରୁ ବୁଧବାର ପୂର୍ବାହ୍ଣ ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରରେ ପ୍ରବଳରୁ ଅତିପ୍ରବଳ ଏବଂ ସ୍ଥାନେ ସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ତାହାକୁ ନଜରରେ ରଖି ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। 

Weather: ଦୀଘା ନିକଟରେ ଛୁଇଁବ ଗଭୀର ଅବପାତ: ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜକୁ ରେଡ୍‌ ୱାର୍ଣ୍ଣିଂ

ଏହାବ୍ୟତୀତ ବାଲେଶ୍ବର, ଭଦ୍ରକ, ଯାଜପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ବଲାଙ୍ଗୀରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅପରାହ୍ଣରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। କେବଳ ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ବର୍ଷା ପରିମାଣ କମିବ। ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନେ ୨୯ ତାରିଖରେ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଗତକାଲି ସକାଳଠାରୁ ଆଜି ସକାଳ ୮ଟା ୩୦ ମଧ୍ୟରେ ରାଜ୍ୟର ୫ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇଛି। ବାଲେଶ୍ବର ସହରରେ ସର୍ବାଧିକ ୨୪୬.୬ ମିମି ବର୍ଷା ହୋଇଛି। ଏହାବ୍ୟତୀତ ବାଲେଶ୍ବର ଜିଲ୍ଲାର ନୀଳଗିରିରେ ୨୩୯, ଜୟପୁରରେ ୨୩୬.୮, ରେମୁଣାରେ ୨୨୨, ଗୋବିନ୍ଦପୁରରେ ୨୧୩.୮ ମିମି ବର୍ଷା ରେକର୍ଡ କରାଯାଇଛି। ୨୪ଟି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇଥିବା  ବେଳେ ୬୦ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି।

Weather: ସମଗ୍ର ଦେଶକୁ ଛୁଇଁଲା ମୌସୁମୀ, ମୋଟ ୧୯୫.୫ ମିମି ବର୍ଷା ରେକର୍ଡ

Read Entire Article
LEFT SIDEBAR AD

Hidden in mobile, Best for skyscrapers.