Baripada Postal Division: ବାରିପଦା ଓ ରାଇରଙ୍ଗପୁର ଡାକମଣ୍ଡଳକୁ ସମ୍ବଲପୁର ଅଧିନକୁ ନେବା ନିଷ୍ପତ୍ତିକୁ ବିରୋଧ

1 hour ago 1
ARTICLE AD BOX

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ):ଭାରତୀୟ ଡାକ ବିଭାଗ ଦ୍ୱାରା ବାରିପଦା ଓ ରାଇରଙ୍ଗପୁର ଡାକମଣ୍ଡଳକୁ ଭୁବନେଶ୍ୱର ପରିବର୍ତ୍ତେ ସମ୍ବଲପୁର ଅଧିନକୁ ନେବାର ନିଷ୍ପତ୍ତିକୁ ମୟୂରଭଞ୍ଜ ସମେତ ଉତ୍ତର ଓଡ଼ିଶାର ବୁଦ୍ଧିଜୀବୀ ଓ ସାମାଜିକ ସଙ୍ଗଠନ ତୀବ୍ର ବିରୋଧ କରିଛନ୍ତି। ସେମାନଙ୍କ କହିବା ଅନୁସାରେ ଏହା ମୟୂରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ହେବ। 

ସୂଚନା ଅନୁଯାୟୀ ପ୍ରଶାସନିକ ସୁବିଧା ପାଇଁ ଡାକ ବିଭାଗ ଏଇ ପୁନଃବିନ୍ୟାସ କରୁଛି। ଯାହାଦ୍ୱାରା ବାରିପଦା ଓ ରାଇରଙ୍ଗପୁରୁ ସମ୍ବଲପୁରର ଦୂରତା ୩୫୦ କି.ମି ରୁ ଅଧିକ। ଯାହା ଫଳରେ ଚିଠି, ପାର୍ସଲ ଓ ଅନ୍ୟାନ୍ୟ ଡାକ ସେବାରେ ବିଳମ୍ବ ହେବା ସହ ଲୋକଙ୍କୁ ଅତିରିକ୍ତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ।  

ଏନେଇ ବିଭିନ୍ନ ସଂଗଠନ ପକ୍ଷରୁ ସ୍ମାରକପତ୍ର ଜରିଆରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଏଣୁ ଯଥାଶୀଘ୍ର ବାରିପଦା, ରାଇରଙ୍ଗପୁର, ବାଲେଶ୍ୱର, ଭଦ୍ରକକେନ୍ଦୁଝର ଡାକମଣ୍ଡଳକୁ ନେଇ ଏକ ସ୍ୱତନ୍ତ୍ର ଉତ୍ତର ଓଡ଼ିଶା ଡାକମଣ୍ଡଳ ଗଠନ କରାଯାଉ ଏବଂ ଏହାର ମୁଖ୍ୟାଳୟ ମୟୂରଭଞ୍ଜ ଜିଲ୍ଲାରେ ସ୍ଥାପନ କରାଯାଉ ବୋଲି ଦାବି କରାଯିବ। 

ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା କହିଲେ ଯେ ମୟୂରଭଞ୍ଜ ହେଉଛି ଓଡ଼ିଶାର ଦ୍ୱିତୀୟ ବୃହତ୍ ଆଦିବାସୀ ଅଞ୍ଚଳ। ଏଠାରୁ ହଜାର ହଜାର ଛାତ୍ର, ଚାଷୀ ଓ ଶ୍ରମିକ ପ୍ରତିଦିନ ଡାକ ସେବା ବ୍ୟବହାର କରନ୍ତି। ସମ୍ବଲପୁର ଅଧିନକୁ ଗଲେ ଫାଇଲ୍ ନିଷ୍ପତ୍ତି ଓ ଅଭିଯୋଗ ନିରାକରଣରେ ମାସେ ପାଖା ପାଖି ଲାଗିଯିବ।

Mayurbhanj: ମୟୂରଭଞ୍ଜରେ ବାଟହୁଡ଼ିଛି ପିଏମ୍ ଆଦର୍ଶ ଗାଁ ଯୋଜନା: ୫ ବର୍ଷ ପରେ ବି ଅଧିକାଂଶ ଗାଁରେ ବିକାଶ ଶୂନ

ବାରିପଦାରୁ ସମ୍ବଲପୁର ୧୦ ଘଣ୍ଟା ଯାତ୍ରା। ଜରୁରୀ କାମରେ ଲୋକ ଯାଇପାରିବେ ନାହିଁ। କିନ୍ତୁ ବାରିପଦା ଓ ରାଇରଙ୍ଗପୁର ପ୍ରଭୃତି ସ୍ଥାନରୁ ଭୁବନେଶ୍ୱରକୁ ଯିବା ପାଇଁ ୬ରୁ ୮ ଘଣ୍ଟା ସମୟ ଲାଗିଥାଏ। ଏଣୁ ଉତ୍ତର ଓଡ଼ିଶା ଡାକମଣ୍ଡଳ ଗଠନ କରାଯାଉ ବୋଲି ଦାବି ହେଉଛି। ଏନେଇ ଭଞ୍ଜସେନାର ପ୍ରତିଷ୍ଠାତା ଶ୍ରୀ ଜେନା ରାଷ୍ଟ୍ରପତିଙ୍କୁ ଟ୍ୱିଟ (ଏକ୍ସ) ଓ ଇମେଲ ଜରିଆରେ ଅନୁରୋଧ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.