Bank: ଦିନିକିଆ ବ୍ୟାଙ୍କ ଧର୍ମଘଟ ଆଜି

6 days ago 7
ARTICLE AD BOX

ଭୁବନେଶ୍ବର/ନୂଆଦିଲ୍ଲୀ: ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଲାଗୁ କରିବାରେ ବିଳମ୍ବ, ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍‌କୁ ନେଇ ମତଭେଦ ଓ ଅନ୍ୟାନ୍ୟ ଦାବି ପୂରଣ କରାଯାଉନଥିବାରୁ ଆସନ୍ତାକାଲି ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ (ୟୁଏଫ୍‌ବିୟୁ) ପକ୍ଷରୁ ଦେଶବ୍ୟାପୀ ଦିନିକିଆ ଧର୍ମଘଟ କରାଯିବ। ଯୋଜନା ଅନୁସାରେ ଧର୍ମଘଟ ହେଲେ ଚାରି ଦିନ ପାଇଁ ବ୍ୟାଙ୍କ ସେବା ପ୍ରଭାବିତ ହେବ। ଆସନ୍ତାକାଲି ଶୁକ୍ରବାର ଧର୍ମଘଟ, ମାସର ଦ୍ବିତୀୟ ଶନିବାର, ରବିବାର ଓ ଗଣେଶ ପୂଜା ପାଇଁ ‌‌ସୋମବାର ଛୁଟି ରହିବ। ଏହି ଦିନଗୁଡ଼ିକରେ ମୁଖ୍ୟତଃ ରା‌ଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ କାର୍ଯ୍ୟ ପ୍ରଭାବିତ ହେବ। ଓଡ଼ିଶାରୁ ଏହି ଧର୍ମଘଟରେ ୭୦ ହଜାର କର୍ମଚାରୀ ସାମିଲ ହେବେ ବୋଲି ୟୁଏଫ୍‌ବିୟୁ ଓଡ଼ିଶାର ସଭାପତି ବୈଲୋଚନ ସାହୁ କହିଛନ୍ତି। 

Data bank: ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି

ସେ କହିଲେ, ଗ୍ରାହକମାନଙ୍କୁ ଯେଭଳି କୌଣସି ଅସୁବିଧା ହେବ ନାହିଁ, ସେଥିପାଇଁ ସବୁ ବ୍ୟବସ୍ଥା କରାଯାଉଛି। ପ୍ରଥମ ଦୁଇ ଦିନ ବିଶେଷ ଅସୁବିଧା ହେବନାହିଁ। ତାପରେ ସମସ୍ୟା‌ ଦେଖାଦେବାର ଆଶଙ୍କା ରହିଛି। ତେବେ ଦାବି ପୂରଣ କରିବା ଲାଗି ୟୁଏଫ୍‌ବିୟୁ ପକ୍ଷରୁ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରାଯାଇଛି। ଆସନ୍ତାକାଲିର ଦିନିକିଆ ଦେଶବ୍ୟାପୀ ଧର୍ମଘଟ ପରେ ଯଦି ଦାବିଗୁଡ଼ିକ ପୂରଣ ନ ହେବ ତେବେ ଚଳିତ ମାସ ୨୮ରୁ ୩୦ ପର୍ଯ୍ୟନ୍ତ ଧର୍ମଘଟ ହେବ। ଏହା ପରେ ଆସନ୍ତା ଅକ୍ଟୋବର ୨୬ ପରଠାରୁ ଆମରଣ ଅନଶନ କରାଯିବ। ପାଞ୍ଚଦିନିଆ କାର୍ଯ୍ୟସପ୍ତାହ ଲାଗୁ କରିବା ପାଇଁ ୨୦୨୪ରେ ନିଷ୍ପତ୍ତି ହୋଇଥିଲା। ସବୁ ଶନିବାର ଛୁଟି ହେବ ବୋଲି କୁହାଯାଇଥିଲା। ଏହା ବଦଳରେ କର୍ମଚାରୀମାନେ ସୋମବାରରୁ ଶୁକ୍ରବାର ଅତିରିକ୍ତ ୪୦ ମିନିଟ୍‌ କାମ କରିବେ ବୋଲି କହିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସେହି ନିଷ୍ପତ୍ତି ଲାଗୁ କରାଯାଉ ନଥିବାରୁ କର୍ମଚାରୀମାନେ ଆନ୍ଦୋଳନ ପନ୍ଥା ଆପଣାଇଛନ୍ତି।

BRICS Summit 2026: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ୧୦୫ ବିମାନ ପାଇଁ ଭାରତୀୟ କମ୍ପାନି ସହ ରୁଷ୍‌ର ବୁଝାମଣା

Read Entire Article
LEFT SIDEBAR AD

Hidden in mobile, Best for skyscrapers.