Bank of India: ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସତର୍କତା ସଚେତନତା କାର୍ଯ୍ୟକ୍ରମ

6 days ago 4
ARTICLE AD BOX

ଭୁବନେଶ୍ବର: ସତର୍କତା ସଚେତନତା କାର୍ଯ୍ୟକ୍ରମ ଅଧୀନରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଭୁବନେଶ୍ବର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ବିଜୟ କୁମାର ମଲିକଙ୍କ ମାର୍ଗଦର୍ଶନରେ ଗ୍ରାମସଭା କାର୍ଯ୍ୟକ୍ରମ ୧୬ରୁ ଅଧିକ ଶାଖାରେ ଆୟୋଜନ କରାଯାଇଥିଲା। ଏଥିରେ ଗ୍ରାମବାସୀ, ଏସ୍‌ଏଚ୍‌ଜି, ଛାତ୍ରଛାତ୍ରୀ ଓ ସଦସ୍ୟମାନେ ଭାଗ ନେଇଥିଲେ। ଏଥିରେ ସଚ୍ଚୋଟତା, ସ୍ବଚ୍ଛତା ଓ ଦାୟିତ୍ବପୂର୍ଣ୍ଣବ୍ୟାଙ୍କିଙ୍ଗଆଚରଣ ବାର୍ତ୍ତାର ପ୍ରସାର କରାଯାଇଥିଲା।

ଆହୁରି ପଢନ୍ତୁ :Bhadrak road accident ପୃଥକ ଦୁର୍ଘଟଣାରେ, ଜଣେ ମୃତ, ୪ ଗୁରୁତର

ଡିଜିଟାଲ ଆରେଷ୍ଟ, ଡିଜିଟାଲ ଠକେଇ, ମନି ମ୍ୟୁଲ ଖାତା, ସାଇବର ଅପରାଧ ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା। ପୁରୀ ଜିଲ୍ଲାର ତଳଜଙ୍ଗ ଗ୍ରାମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ମଲିକ ଭାଗ ନେଇ ଗୋପନୀୟ ତଥ୍ୟର ସୁରକ୍ଷା ଓ ଅନଲାଇନ ଠକେଇଠାରୁ ଦୂରେଇ ରହିବା ଉପ‌‌ରେ ଆଲୋକପାତ କରିଥିଲେ। ଏହି ଅବସରରେ ଭୁବନେଶ୍ବର ଅଞ୍ଚଳର ସତର୍କତା ଅଧିକାରୀ ନୀରଜ କୁମାର ପ୍ରସାଦ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.