Bangladesh: ଚଟ୍ଟଗ୍ରାମରେ ଫାୟାରିଂ ଅଭ୍ୟାସ ବେଳେ ଟ୍ୟାଙ୍କ୍‌ ବିସ୍ଫୋରଣ: ୨ ବାଂଲାଦେଶୀ ସୈନିକ ନିହତ

1 week ago 6
ARTICLE AD BOX

ନୂଆଦିଲ୍ଲୀ: ବାଂଲାଦେଶର ଚଟ୍ଟଗ୍ରାମର ହାଥାଜରି ଫିଲ୍ଡ ଫାୟାରିଂ ରେଞ୍ଜ୍‌ରେ ବୁଧବାର ଫାୟାରିଂ ଅଭ୍ୟାସ ସମୟରେ ଏକ ଟ୍ୟାଙ୍କ୍‌ରେ ବିସ୍ଫୋରଣ ଘଟି ୨ ଜଣ ବାଂଲାଦେଶୀ ସୈନିକଙ୍କ ମୃତ୍ୟୁ ହୋଇଛି। ଏଥିରେ ଜଣେ ସେନା ଅଧିକାରୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ସମୟରେ ଟ୍ୟାଙ୍କ୍‌ରୁ ଗୁଳିଚାଳନା ଅଭ୍ୟାସ ଚାଲିଥିଲା ବୋଲି ବାଂଲାଦେଶର ଇଣ୍ଟର ସର୍ଭିସେସ୍‌ ପବ୍ଲିକ୍‌ ରିଲେସନ୍ସ ଡାଇରେକ୍ଟୋରେଟ୍‌ (ଆଇଏସ୍‌ପିଆର୍‌) କହିଛି।

ଆହତ ଅଧିକାରୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ଢାକାସ୍ଥିତ କମ୍ବାଇନ୍‌ଡ ମିଲିଟାରି ହସ୍ପିଟାଲ୍‌ (ସିଏମ୍‌ଏଚ୍‌)କୁ ନିଆଯାଇଛି। ମୃତ ସୈନିକ ଓ ଆହତ ଅଧିକାରୀଙ୍କ ପରିଚୟ ଆଇଏସ୍‌ପିଆର୍‌ ପକ୍ଷରୁ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ। ଘଟଣାରେ ସାମିଲ ଟ୍ୟାଙ୍କ୍‌ଟି ଚୀନ୍‌ ନିର୍ମିତ ଟାଇପ୍‌-୫୯ ବୋଲି ବିଭିନ୍ନ ରିପୋର୍ଟରେ କୁହାଯାଇଛି। ତେବେ ବାଂଲାଦେଶ ସେନା ପକ୍ଷରୁ ଟ୍ୟାଙ୍କ୍‌ର ମଡେଲ୍‌ ଆନୁଷ୍ଠାନିକ ଭାବେ ନିଶ୍ଚିତ କରାଯାଇନାହିଁ। ସୋସିଆଲ ମିଡିଆରେ ଘଟଣାର ଭିଡିଓ ମଧ୍ୟ ପ୍ରସାରିତ ହେଉଛି। ଟ୍ୟାଙ୍କ୍‌ରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିଲା କିମ୍ବା ଅନ୍ୟ କାରଣରୁ ଏହି ଅଘଟଣ ଘଟିଲା, ତାହା ଜାଣିବା ପାଇଁ ବାଂଲାଦେଶ ସେନା ତଦନ୍ତ ଆରମ୍ଭ କରିଛି।

Blank firing: ଜୁଆଆଡ଼ାରେ ପୁଲିସ ଚଢ଼ଉ ବେଳେ ବ୍ଲାଙ୍କ୍‌ ଫାୟାରିଂ: ୨୦ ଗିରଫ, ୧୦ ଲକ୍ଷ ଟଙ୍କା, ୩୬ ମୋବାଇଲ୍‌, ଥର୍‌ ଗାଡ଼ି ଜବତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.