Baliapal Sub-Registrar Manisha Mishra: ଚାକିରିରୁ ବିଦା ହେଲେ ବାଲିଆପାଳର ଲାଞ୍ଚୁଆ ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ର

2 days ago 3
ARTICLE AD BOX

ବାଲେଶ୍ୱର: ଚାକିରିରୁ ବିଦା ହେଲେ ବାଲିଆପାଳର ଲାଞ୍ଚୁଆ ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ର। ଜଣେ ଜମି କ୍ରେତାଙ୍କଠାରୁ ଜମି କବଲା ପଞ୍ଜୀକରଣ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଇ ବାଲେଶ୍ୱରଜିଲ୍ଲା ବାଲିଆପାଳର ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ର ଓଆର୍‌ଏସ୍‌ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଗିରଫ ହୋଇଥିଲେ। ଆଜି ରାଜ୍ୟ ସରକାର ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଚାକିରିରୁ ବିଦା କରିଛନ୍ତି।  

ଅଭିଯୋଗ ଅନୁଯାୟୀ, ଜଣେ ବ୍ୟକ୍ତି ୦.୧୪ ଡେସିମିଲ ଜମିର କବଲା ପଞ୍ଜୀକରଣ ପାଇଁ ସବ୍‌ରେଜିଷ୍ଟ୍ରାରଙ୍କ ନିକଟକୁ ଯାଇଥିଲେ। ଉକ୍ତ ଜମିର କିସମ ‘ବଜ୍ୟାପ୍ତି ସ୍ଥିତିବାନ’ ଭାବେ ରେକର୍ଡ ହୋଇଥିଲେ ମଧ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶାବଳୀ ଅନୁସାରେ ଏହାକୁ ସ୍ଥିତିବାନ ଜମି ଭାବେ ବିବେଚନା କରି ପଞ୍ଜୀକରଣ କରାଯାଇପାରିବ। ଏ ସମ୍ପର୍କରେ ଜମି କ୍ରେତା ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସବ୍‌ରେଜିଷ୍ଟ୍ରାର ତାହାକୁ ଗୁରୁତ୍ୱ ଦେଇ ନ ଥିଲେ।

୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ

ଏହା ବଦଳରେ ସେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ଲାଞ୍ଚ ପରିମାଣ ୭ ହଜାର ଟଙ୍କାକୁ କମାଇ ଦେଇଥିଲେ। ଏଥିରେ ଅତିଷ୍ଠ ହୋଇ ଜମି କ୍ରେତା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ଅନୁଯାୟୀ ଆଜି ଭିଜିଲାନ୍ସ ଟିମ୍‌ ତାଙ୍କୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଧରିଥିଲା।

‘ବଜ୍ୟାପ୍ତି ସ୍ଥିତିବାନ’ ଜମିର କବଲା ପଞ୍ଜୀକରଣ ପାଇଁ ମାଗିଥିଲେ ଲାଞ୍ଚ 

ଏହି ଘଟଣା ପରେ ଆୟବହିର୍ଭୂତ ସମ୍ପତ୍ତି ଠାବ ଉଦ୍ଦେଶ୍ୟରେ ତାଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି। ଏନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ୨୬/୨୦୨୬ ନମ୍ବରରେ ମାମଲା ରୁଜୁ ହେବା ସହ ପିସି (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ତଦନ୍ତ ଚାଲିଛି। ସୂଚନାଯୋଗ୍ୟ, ମନୀଷା ମିଶ୍ର ୨୦୨୪ ମସିହାରେ ଚାକିରିରେ ଯୋଗଦେଇଥିବା ବେଳେ ବର୍ତ୍ତମାନ ବାଲିଆପାଳରେ ପ୍ରୋବେସନ୍‌ରେ ସବ୍‌ରେଜିଷ୍ଟ୍ରାର ଭାବେ କାର୍ଯ୍ୟରତ ଥିଲେ।

192 Bags Of Paddy Seized: ଓଡ଼ିଶାରୁ ଛତିଶଗଡ଼କୁ ବେଆଇନ ଧାନ ଚାଲାଣ: ୧୯୨ ବସ୍ତା ଧାନ ଜବତ; ନୂଆପଡ଼ା ପ୍ରଶାସନର ନଜରଦାରିକୁ ନେଇ ପ୍ରଶ୍ନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.