Balianta Mob Lynching: ବାଲିଅନ୍ତା ଭିଡ଼ ହତ୍ୟା ମାମଲା: ସାମ୍ନାକୁ ଆସିଲା ମୃତ ସୌମ୍ୟଙ୍କ ଶେଷ ମେସେଜ୍

1 week ago 5
ARTICLE AD BOX

ଭୁବନେଶ୍ବର:ବାଲିଅନ୍ତା ଭିଡ଼ ହତ୍ୟା ମାମଲା। କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହେଲେ ମୃତ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ବାପା ଦୁଶାସନ ସ୍ୱାଇଁ। ୫ ଘଣ୍ଟା ପର୍ଯ୍ୟନ୍ତ ସୌମ୍ୟଙ୍କ ବାପାଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ। ସୌମ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ଫୋନକୁ କ୍ରାଇମବ୍ରାଞ୍ଚରେ ଦାଖଲ କଲେ ସୌମ୍ୟଙ୍କ ବାପା। ଫୋନରେ ରହିଛି ମୃତ୍ୟୁ ପୂର୍ବରୁ ନିଲମ୍ବିତ ଏଡିଜି ଦୟାଲ ଗଙ୍ଗୱାରଙ୍କ ସହ ସୌମ୍ୟଙ୍କ ମେସେଜ। 

ଲାଏ ଡିଟେକ୍ସନ ଟେଷ୍ଟ କରାଯାଉ

ଚାର୍ଜସିଟରେ ସୌମ୍ୟଙ୍କ ମୃତ୍ୟୁ ପଛର ଷଡ଼ଯନ୍ତ୍ର ଓ କାରଣକୁ ସାମ୍ନାକୁ ଅଣାଯାଉ। ଆମକୁ ନ୍ୟାୟ ଦିଆଯାଉ। ବୟାନ ଦେଇଥିବା ଦୁଇ ଯୁବତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଉ। ସୌମ୍ୟଙ୍କ ଗାଡ଼ି ଚାବି ରଖିଥିବା ବିରଞ୍ଚିକୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ସୌମ୍ୟଙ୍କ ବାପା ଓ ତାଙ୍କର ଜଣେ ସାଙ୍ଗ ଦାବି କରିଛନ୍ତି। ତେବେ ମୋବାଇଲରେ ସୌମ୍ୟ ଏବଂ ନିଲମ୍ବିତ ଏଡିଜି  ଦୟାଲ ଗଙ୍ଗୱାରଙ୍କୁ କରିଥିବା ମେସେଜ୍‌କୁ କ୍ରାଇମବ୍ରାଞ୍ଚ କିଭଳି ଦୃଷ୍ଟିରେ ନେଉଛି ତାକୁ ନେଇ ତନାଘନା ଆରମ୍ଭ ହୋଇଛି। 

ଚାର୍ଜସିଟ୍ ପୂର୍ବରୁ ସୌମ୍ୟଙ୍କ ବାପା କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ନେଇ ଚର୍ଚ୍ଚା ଧରିଛି।  ସୌମ୍ୟଙ୍କର ଆଉ ଏକ ମୋବାଇଲ ଯାହା ସୌମ୍ୟଙ୍କ  ମାଙ୍କ ପାଖରେ ରହିଥିଲା ତାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ ସୌମ୍ୟଙ୍କ ବାପା। ମୋବାଇଲରେ ସୌମ୍ୟ ହତ୍ୟାକାଣ୍ଡ ସହ ଜଡ଼ିତ କିଛି ରହସ୍ୟ ରହିଥିବା ସୌମ୍ୟଙ୍କ ବାପା ଦାବି କରିଛନ୍ତି। ସୌମ୍ୟ ଯେଉଁଦିନ ଭିଡ଼ ହିଂସାର ଶିକାର ହୋଇଥିଲା ସେହିଦିନ ସକାଳେ ସେ ନିଲମ୍ବିତ  ଆଇପିଏସ୍ ଏଡିଜି ଦୟାଲ ଗଙ୍ଗୱାରଙ୍କୁ ମେସେଜ କରିଛି। ମୋତେ କ୍ଷମା କରିଦେବ। ଆଉ ଏପରି ଭୁଲ କେବେ ହେବ ନାହିଁ  ବୋଲି ମ୍ୟାସେଜ  ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କୁ ସୌମ୍ୟ ପଠାଇଛି।

Kargil Vijay Diwas: କାର୍ଗିଲ ବିଜୟ ଦିବସ ଅବସରରେ ବୀର ଯବାନମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶ୍ରଦ୍ଧାଞ୍ଜଳି

କେବଳ ସେତିକି ନୁହେଁ ୫ ଘଣ୍ଟା ପଛର ଉଚ୍ଚର ସମୟରେ ସୌମ୍ୟ ମୃତ୍ୟୁ ପଛର ଥିବା ଷଡ଼ଯନ୍ତ୍ର, ଷଡ଼ଯନ୍ତ୍ରକାରୀ ଏବଂ ହତ୍ୟା ପଛର କାରଣ ଦର୍ଶାଇବାକୁ ଦାବି କରିଛି।  ଦୁଇ ଝିଅଙ୍କ ସତ ମିଛ ପରୀକ୍ଷା କରାଯିବା ପାଇଁ ଦାବି କରିବା ସହ ସୌମ୍ୟ ମୃତ୍ୟୁ ମାମଲାରେ ନ୍ୟାୟ ଦିଆଯାଉ ବୋଲି  ଦାବି କରିଛନ୍ତି ସୌମ୍ୟଙ୍କ ବାପା ଦୁଶାସନ  ସ୍ୱାଇଁ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.