Balianta brutality: ବାଲିଅନ୍ତା ବର୍ବରତାର ଚାଞ୍ଚଲ୍ୟକର ଭିଡିଓ: ‘ସମସ୍ତେ ଲାଗିଛନ୍ତି ମତେ ଫସେଇବାକୁ...’

6 days ago 4
ARTICLE AD BOX

କଟକ: ‘ସମସ୍ତେ ଲାଗିଛନ୍ତି ମତେ ଫସେଇବାକୁ। ମୋ ନାଁରେ କେସ୍ ଦେଇଦେବେ। ମୋ’ର ଇଜ୍ଜତକୁ ଭାରି ଡର। ଭଗବାନ ମତେ ବଞ୍ଚାଇ ଦିଅନ୍ତୁ। ମହାଦେବ ସମସ୍ତଙ୍କର ମଙ୍ଗଳ କରିବେ। ମୋ ଫୋନ୍‌ ଟ୍ରାକିଂ କରିଚାଲିଛନ୍ତି।’ ବାଲିଅନ୍ତା ଭିଡ଼ ହିଂସାରେ ମୃତ ଜିଆର୍‌ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କ ନିଜ ମୋବାଇଲ୍‌ରେ ଥିବା ଏଭଳି ଭିଡିଓ କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିଛି। ଆଉ ଏକ ଭିଡିଓରେ ଏଡିଜି ଦୟାଲ ଗଙ୍ଗୱାରଙ୍କୁ ଭୁଲ୍‌ ମାଗିବାକୁ ଯିବା ନେଇ ମଧ୍ୟ କହୁଥିବା ଦେଖିବାକୁ ମିଳିଛି। ମୋଟ ତିନୋଟି ଭିଡିଓ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିବା ବେଳେ ଏହି ଭିଡିଓକୁ କ୍ରାଇମବ୍ରାଞ୍ଚ ରସୁଲଗଡ଼ସ୍ଥିତ ରାଜ୍ୟ ଫରେନସିକ୍ ସାଇନ୍ସ ଲାବୋରେଟୋରିକୁ ଯାଞ୍ଚ ପାଇଁ ପଠାଯାଇଛି। ଯେଉଁଦିନ ହତ୍ୟାକାଣ୍ଡ ଘଟିଲା, ସେଦିନ ଭୋର୍‌ରେ କିଛି ଗୁପ୍ତ ସୂଚନା ଦେବାକୁ ସୌମ୍ୟ ତାଙ୍କ ସମସ୍ତ ବନ୍ଧୁ ଓ ପରିବାର ଲୋକଙ୍କୁ ଜିମ୍‌କୁ ଡାକିଥିବା ଏକ ଭିଡିଓରୁ ଏବେ ଷଡ଼୍‌ଯନ୍ତ୍ର ଦିଗକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। 

Paper Leak: ପ୍ରଶ୍ନପତ୍ର ଲିକ୍‌ ବିଲ୍‌ ଉପରେ ଆଜି ଚର୍ଚ୍ଚା : ବାଚସ୍ପତିଙ୍କ ହସ୍ତକ୍ଷେପ ପରେ ବିରୋଧୀ ରାଜି

ଗୁପ୍ତ ସୂଚନା ଦେବା ପୂର୍ବରୁ ସୌମ୍ୟଙ୍କ ଜୀବନ ଗଲା

ସୌମ୍ୟଙ୍କୁ ମେ ୭ରେ ହତ୍ୟା ପରେ ବାଲିଅନ୍ତା ଥାନା ପୁଲିସ ଗୋଟିଏ ମୋବାଇଲ୍‌ ଘଟଣାସ୍ଥଳରୁ ଜବତ କରିଥିଲା। ଆଉ ଏକ ମୋବାଇଲ୍ ଯାହା ସୌମ୍ୟ ତାଙ୍କ ଜିମ୍ ବ୍ୟବସାୟ ପାଇଁ ବ୍ୟବହାର କରୁଥିଲେ ତାହା ଠାବ ହୋଇଛି। ଏକ ଭିଡିଓ ୭ ତାରିଖ ସକାଳ ପ୍ରାୟ ୬ଟାରୁ ୭ଟା ଭିତରେ ସୌମ୍ୟ ଏହି ମୋବାଇଲ୍‌ରେ ଅଡ଼ଶପୁର ଅଗ୍ନିଶମ କେନ୍ଦ୍ର ନିକଟରେ ନେଇଥିବା ଏକ ଭଡ଼ାଘରେ ରେକର୍ଡ କରିଥିଲେ। ଏଡିଜି ଦୟାଲ ଗଙ୍ଗୱାରଙ୍କୁ ସେଦିନ ଭୁଲ ମାଗିବାକୁ ଯିବା କଥା ଗୋଟିଏ ଭିଡିଓରେ କହୁଥିଲେ। ଅନ୍ୟ ଏକ ଭିଡିଓରେ ସୌମ୍ୟ ତାଙ୍କ ପ୍ରେମିକାଙ୍କ ସହିତ ବିବାଦ ଓ ତାଙ୍କ ବିରୋଧରେ ଚାଲିଥିବା ଷଡ଼୍‌ଯନ୍ତ୍ର ସମ୍ପର୍କରେ କହିଛନ୍ତି।

Deep Sleep Hotel: କିମାଶ୍ଚର୍ଯ୍ୟମ୍‌: ଡିପ୍‌ ସ୍ଲିପ୍‌ ହୋଟେଲ୍‌

ସୌମ୍ୟ ୭ ତାରିଖ ଭୋର ପ୍ରାୟ ୪ଟାରେ ତାଙ୍କ ବନ୍ଧୁ ବିକାଶ କୁମାର ଜେନା, ଗୋପବନ୍ଧୁ ଜେନା, ନିଶିକାନ୍ତ ମହାନ୍ତିଙ୍କୁ ଫୋନ୍ କରି ଅଡ଼ଶପୁରରେ ଭଡ଼ାଘର ନିକଟ ଜିମ୍‌କୁ ଡକାଇଥିଲେ। ଏତେ ସକାଳୁ ଆସିବାକୁ କେତେଜଣ ରାଜି ନହେବାରୁ ସୌମ୍ୟ ସେମାନଙ୍କୁ ‘ଏବେ ନଆସିଲେ କ’ଣ ମଲା ପରେ ଆସିବ’ ବୋଲି କହୁଥିଲେ। ବନ୍ଧୁମାନଙ୍କ ସମେତ ତାଙ୍କ ବାପା ଦୁଃଶାସନ ସ୍ବାଇଁ ଓ ମା’ କବିତା ସ୍ବାଇଁ ମଧ୍ୟ ପହଞ୍ଚିଥିଲେ। କିନ୍ତୁ ବନ୍ଧୁମାନଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହେବାରୁ ସୌମ୍ୟ ଯାହା କହିବା ପାଇଁ ସେମାନଙ୍କୁ ଡାକିଥିଲେ, ସେ ସୁଯୋଗ ପାଇପାରି ନଥିଲେ। ପରେ ସୌମ୍ୟ ନିଜ ବନ୍ଧୁ ଓମ୍ ପ୍ରକାଶ ରାଉତଙ୍କ ବାଇକ୍‌ରେ ବସି ଭୁବନେଶ୍ବର ଆଡ଼କୁ ଯିବାବେଳେ ବାଲିଅନ୍ତା ନିକଟରେ ଭିଡ଼ ହିଂସାର ଶିକାର ହୋଇ ପ୍ରାଣ ହରାଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.