Bail Rejected: ହାଇକୋର୍ଟ ଏଏସ୍‌ଓ ନିଯୁକ୍ତି ପରୀକ୍ଷା ଅନିୟମିତତା ମାମଲା, ୧୪ ଅଭିଯୁକ୍ତଙ୍କ ଜାମିନ ଖାରଜ

2 weeks ago 9
ARTICLE AD BOX

କଟକ: ହାଇକୋର୍ଟରେ ଏଏସଓ ପଦରେ ନିଯୁକ୍ତି ପାଇଁ ଅନୁଷ୍ଠିତ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ଲାଲବାଗ ଥାନାରେ ରୁଜୁ ମାମଲାରେ ଗିରଫ ହୋଇ ଜେଲରେ ଥିବା ୧୪ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଶ୍ରୀଧର ମନ୍ତ୍ରୀ, ନିର୍ମାଲ୍ୟକୃଷ୍ଣ ଦାସ, ଗଙ୍ଗାଧର ଜେନା, ସୁରେଶଚନ୍ଦ୍ର ନାୟକ, ଆଲୋକ ସାହୁ, ଶଙ୍କର ପୃଷ୍ଟି, ସପନ କୁମାର ପଣ୍ଡା, ଲୋକନାଥ ସାହୁ, ତଫିନ ଅହମ୍ମଦ ଖାଁ, ରାମଜୀ ପ୍ରସାଦ ଗୁପ୍ତା, ଜ୍ୟୋତିର୍ମୟୀ ସାହୁ ,ସତ୍ୟବ୍ରତ ମହାନ୍ତି, ଇପିଲି ସୀତାରାମ, ହିମାଂଶୁଶେଖର ଦାଶଙ୍କ ନିୟମିତ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ସମସ୍ତ ୧୪ଟି ଜାମିନ ଆବେଦନର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

Rain: ଲଗାଣ ବର୍ଷା ଯୋଗୁଁ ୨୦୦ରୁ ଅଧିକ ପରିବାର ପାଣି ଘେରରେ, ଜରକା ଛକ–ମେର୍ଦା ରାସ୍ତା ଅବରୋଧ

ପ୍ରଶ୍ନପତ୍ର ଲିକ୍‌, ଅନ୍ୟାୟପୂର୍ଣ୍ଣ ଭ୍ରଷ୍ଟ ଆଚରଣ ଆପଣାଇ ପ୍ରାର୍ଥୀଙ୍କୁ ମ‌ଡେଲ ଆନସର ସିଟ୍‌ ପ୍ରଦାନ ଭଳି ଅଭିଯୋଗ ଅଭିଯୁକ୍ତଙ୍କ ବିରୋଧରେ ରହିଥିବା ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ଏଭଳି ପରିସ୍ଥିତି ପାଇଁ ଏଏସଓ ମୁଖ୍ୟ ପରୀକ୍ଷା ହାଇକୋର୍ଟ ବାତିଲ କରିବାବାକୁ ବାଧ୍ୟ ହୋଇଥିଲେ। ଫଳରେ ବହୁ ମେଧାବୀ ପ୍ରାର୍ଥୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଥି ସହିତ କେତେକ ଅଭିଯୁକ୍ତଙ୍କ ପୁଲିସ ଏସଆଇ ଓ ଅନ୍ୟ ସମାନଧରଣର ପରୀକ୍ଷା ଜାଲିଆତିରେ ସଂପୃକ୍ତି ଥିବା ଜଣା ପଡ଼ିଥିଲା। ଏହି ସବୁ ପ୍ରସଂଗକୁ ବିଚାରକୁ ନେଇ ହାଇକୋର୍ଟ ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ମନା କରିଛନ୍ତି।

ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ

ମାମଲାର ବିବରଣୀରୁ ପ୍ରକାଶ ଯେ, ହାଇକୋର୍ଟରେ ୧୪୭ଟି ଏଏସଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ପଦ ପୂରଣ ପାଇଁ ୨୦୨୪, ମେ ୧୪ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମୁଖ୍ୟ ପରୀକ୍ଷା ଓ କମ୍ପ୍ୟୁଟର ଆପ୍ଲିକେସନ ପରୀକ୍ଷା ପରିଚାଳନା ପାଇଁ ସିଲିକନ ଟେକ୍‌ ଲାବ ପ୍ରାଇଭେଟ ଲିମିଟେଡକୁ ଦାୟିତ୍ବ ଦିଆଯାଇଥିଲା। ୨୦୨୫, ଜୁଲାଇ ୧୩ରେ ଅନୁଷ୍ଠିତ ମୁଖ୍ୟ ପରୀକ୍ଷା ସ୍ବଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରାଯାଇ ନଥିବା ଜଣାପଡ଼ିଥିଲା। ପ୍ରଶ୍ନପତ୍ର ଲିକ୍‌ ହେବା ସହିତ ମଡେଲ ଆନସର ସିଟ୍‌ କେତେକ ପ୍ରାର୍ଥୀଙ୍କୁ ପରୀକ୍ଷା ପୂର୍ବରୁ ପ୍ରଦାନ କରାଯାଇଥିଲା। ଏଭଳି ଘଟଣା ସ୍ପଷ୍ଟ ହେବା ପରେ ହାଇକୋର୍ଟର ରେଜିଷ୍ଟ୍ରାର(ଏକ୍‌ଜାମିନେସନ୍‌)ଙ୍କ ପକ୍ଷରୁ ଲାଲବାଗ ଥାନାରେ ୨୦୨୫, ନଭେମ୍ବର ୨୮ରେ ଏତଲା ଦିଆଯାଇଥିଲା। ଲିଖିତ ପରୀକ୍ଷାକୁ ବାତିଲକ କରାଯାଇଥିଲା। ଏଥି ସହିତ ସମ୍ପୃକ୍ତ ସଂସ୍ଥାକୁ ୫ବର୍ଷ ପାଇଁ କଳା ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପୁଲିସ ଘଟଣାର ତଦନ୍ତ କରି ସିଲିକନ ଟେକ୍‌ ଲାବ୍‌ର ନିର୍ଦ୍ଦେଶକ ଓ ଅନ୍ୟ ପଦାଧିକାରୀଙ୍କ ସହିତ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କଟକ ଅତିରିକ୍ତ ଦୌରା ଜଜ ଅଦାଲତରେ ଜାମିନ ଖାରଜ ହେବା ପରେ ଅଭିଯୁକ୍ତମାନେ ହାଇକୋର୍ଟରେ ପୃଥକ ଜାମିନ ଆ‌ବେଦନ କରିଥିଲେ। ସରକାରଙ୍କ ତରଫରୁ ଏଜିଏ ପାର୍ଥସାରଥି ନାୟକ ମାମଲା ପରିଚାଳନା କରୁଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.