ARTICLE AD BOX
ପୁରୀ: ଆଜି (ମଙ୍ଗଳବାର) ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି। ଫଳରେ ଶ୍ରୀଜୀଉଙ୍କ ସଧାରଣ ଦର୍ଶନକୁ ଦେଢ଼ ଘଣ୍ଟା ବନ୍ଦ ରଖାଯାଇଛି।
Advertisment
ଶ୍ରୀମନ୍ଦିରରେ ଅଘଟଣ: ଭିତରକାଠ ନିକଟରେ ରକ୍ତଛିଟା, ମହାପ୍ରଭୁଙ୍କର ଚାଲିଛି ବଡ଼ ମହାସ୍ନାନ ନୀତି
ସୂଚନାନୁସାରେ, ରାତି ୭ଟା ୧୭ରେ ଭିତର କାଠ ନିକଟରେ ବାନ୍ତି ପଡ଼ିଥିଲା। ଏହାପରେ ଶ୍ରୀମନ୍ଦିର ନୀତି ଅନୁସାରେ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ରାତି ୮ଟା ୧୫ ପରେ ଦର୍ଶନ ସ୍ୱାଭାବିକ ହୋଇପାରେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଚୂନ,ପଡ଼ି ଧୁଆଧୁଇ ହୋଇ ମହାସ୍ନାନ ପୂଜା ଗୁପ୍ତ ନୀତି ଶେଷ ହେବାପରେ ସ୍ୱାଭାବିକ ହେବ ଦର୍ଶନ ହେବ ବୋଲି ସେବାୟତଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

2 days ago
3


