Backward basketball shot: କିମାଶ୍ଚର୍ଯ୍ୟମ୍‌: ପଛୁଆ ବାସ୍କେଟ୍‌ବଲ୍‌ ସଟ୍‌ରେ ରେକର୍ଡ

2 weeks ago 10
ARTICLE AD BOX

ପଛୁଆ ବାସ୍କେଟ୍‌ବଲ୍‌ ସଟ୍ ମାରି ଗୋଲ୍‌ କରିବା ଖେଳାଳିଙ୍କ ପାଇଁ ଏକପ୍ରକାର ଅସମ୍ଭବ। ତେବେ ଏହି ଅସମ୍ଭବକୁ ସମ୍ଭବ କରିଛନ୍ତି ଇଜିପ୍ଟର ଆଲି ୱେସାମ୍‌। ସେ ପଛୁଆ ୨୫.୨୬ ମିଟର୍‌ (୮୨ ଫୁଟ୍‌ ୧୦ ଇଞ୍ଚ)ରୁ ସବୁଠାରୁ ଦୂରତମ ବାସ୍କେଟ୍‌ବଲ୍‌ ହୁକ୍‌ ସଟ୍‌ ଖେଳି ସାରା ଦୁନିଆକୁ ଚକିତ କରିଦେଇଛନ୍ତି। ଏଭଳି ଆଶ୍ଚର୍ଯ୍ୟଜନକ ଖେଳ ପ୍ରଦର୍ଶନ କରି ଆଲି କହିଛନ୍ତି, ଏହି ଅବିଶ୍ୱସନୀୟ ସଟ୍‌ ଖେଳିବା ପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଛି। ଶୃଙ୍ଖଳା, ଧୈର୍ଯ୍ୟ ଓ ବିଶ୍ୱାସ ଯୋଗୁଁ ଏହା ସମ୍ଭବ ହୋଇପାରିଲା ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଏଭଳି ପ୍ରଦର୍ଶନ ଯୋଗୁଁ ଆଲି ଗିନିଜ୍‌ ବୁକ ଅଫ୍‌ ୱାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। 

Farmers: ରାସ୍ତାକଡ଼ରେ ବିପଦଶଙ୍କୁଳ ଅବସ୍ଥାରେ ବସି ପରିବା ବିକ୍ରି କରୁଛନ୍ତି ଚାଷୀ

ସେ କହିଛନ୍ତି ଯେ, ଏତକରେ ସେ ତୃପ୍ତ ହେବେ ନାହିଁ, ବରଂ ଭବିଷ୍ୟତରେ ଏଭଳି ଆହୁରି ଅନେକ ରେକର୍ଡ ଭାଙ୍ଗିବା ପାଇଁ ପ୍ରୟାସ କରିବେ। ତଥ୍ୟ ଅନୁସାରେ, ଆଲି ମାତ୍ର ଚାରି ବର୍ଷ ବୟସରୁ ବାସ୍କେଟ୍‌ବଲ୍‌ ଖେଳୁଛନ୍ତି। ସେ ମଧ୍ୟ ଇଜିପ୍ଟ୍‌ର ଜାତୀୟ ଦଳ ପାଇଁ ଖେଳିଛନ୍ତି ଓ ତାଙ୍କ ବୟସର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଆଲିଙ୍କ ପୂର୍ବରୁ ଆମେରିକାର ହାର୍ଲେମ୍‌ ଗ୍ଲୋବେଟ୍ରୋଟର୍ସ ଷ୍ଟାର୍‌ କୋରି ଥଣ୍ଡର୍‌ ଲ’ ପଛୁଆ ବାସ୍କେଟ୍‌ବଲ୍‌ ସଟ୍‌ରେ ବିଶ୍ବ ରେକର୍ଡ କରିଥିଲେ। ୨୦୨୪ରେ ସେ ୨୬.୭୨ ମିଟର୍‌ (୮୭ ଫୁଟ୍‌ ୮ ଇଞ୍ଚ୍‌) ଦୂରରୁ ସଟ୍‌ ମାରି ଏହି ରେକର୍ଡ କରିଥିଲେ।

Education: ଅଲଚିକି ବଦଳରେ ଦେବନାଗରୀ ଲିପିରେ ବହି ଛପାକୁ ଏଆଇଓଏସୟୁର ବିରୋଧ

Read Entire Article
LEFT SIDEBAR AD

Hidden in mobile, Best for skyscrapers.