ARTICLE AD BOX
ବାଲିପାଟଣା : ଗତକାଲି ବିଳମ୍ବିତ ରାତିରେ ବାଲିପାଟଣା ଥାନା ବାରହଳ ଗ୍ରାମ ରେ ଗଣେଶ ପୂଜା ଭସାଣି ବେଳେ ଡିଜେ ବଜାଇ ବାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଛି | ସେହି ଗାଁ ର ଜନୈକ ଯୁବକଙ୍କୁ ଗୋଟିଏ ଗୋଷ୍ଠୀ ମାରଣାସ୍ତ୍ର ରେ ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି | ଏନେଇ ଥାନାରେ ୨ ପକ୍ଷରୁ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି |
ସୂଚନା ଅନୁସାରେ ଗତକାଲି ରାତିରେ ରାଜସ ପଞ୍ଚାୟତ ବାରହଳ ଗ୍ରାମ ରେ ଗଣେଶ ପୂଜା ଭସାଣି ଉତ୍ସବ ଆୟୋଜନ ହୋଇଥିଲା | ପାଖ ଗାଁ ରାସ୍ତାରେ ଡିଜେ ବଜାଇ ଯୁବକ ମାନେ ନାଚ ଗୀତ କରୁଥିଲେ | ଡିଜେ ସାଉଣ୍ଡ ଓ ପିଲା ମାନଙ୍କୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଥିଲେ | ଝଗଡା ଉଗ୍ର ରୂପ ନେଇଥିଲା | ପ୍ରଥମେ କଥା କଟାକଟି ଏବଂ ହାତାହାତି ହୋଇଥିଲେ | ସେହି ଗ୍ରାମର ପୂର୍ବତନ ୱାର୍ଡ ମେମ୍ବର ଅକ୍ରୁର ପ୍ରଧାନ ଙ୍କବଡ଼ ପୁଅ ଦେବାଶିଷ ପ୍ରଧାନ ଏବ ମଝିଆଁ ପୁଅ ଆଶିଷ ଓରଫ କାଳୁ ଖେଲାର ବଜାର ରୁ ଦୋକାନ ବନ୍ଦ କରି ଘର କୁ ଫେରୁଥିଲେ | ୨ ଭାଇ ବାରହଳ ଗାଁ ମୁଣ୍ଡ ରେ ଭସାଣି ଭିଡ ରେ ଅଟକି ଯାଇଥିଲେ | କୌଣସି କଥା କୁ କେନ୍ଦ୍ର କରି ବର୍ତମାନ ର ୱାର୍ଡ ସଭ୍ୟ ବିଭୁତି ଭୂଷଣ ସାହୁ ଓ ତାଙ୍କ ଭାଇ ମାନେ ଏବଂ ବାପା ମିସି ଆସିସ ପ୍ରଧାନ ଓରଫ କାଳୁ ( ୩୨ ) କୁ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ | କାଳୁ ଙ୍କ ମୁଣ୍ଡ ପଛ ପାଖରେ ଗଭିର କ୍ଷତ ସୃଷ୍ଟି ହୋଇଛି | ତାଙ୍କୁ ଉଦ୍ଧାର କରି ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି ଲରାଯାଇଥିଲା | ଅବସ୍ଥା ସଙ୍କଟା ପନ୍ନ ହେବା ରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ ପଠାଇ ଦିଆଯାଇଛି | ଏକ ଘରୋଇ ହସ୍ପିଟାଲ ରେ ଆହତ ଯୁବକ ଚିକିତ୍ସା ଲଧୀନ ଅଛନ୍ତି |
ବଡ଼ ଭାଇ ଦେବାଶିଷ ପ୍ରଧାନ ଙ୍କ ସୂଚନା ଅନୁସାରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର ଏବଂ ରାଜନୈତିକ ବିବାଦକୁ କେନ୍ଦ୍ର କରି ୱାର୍ଡ ସଭ୍ୟ ବିଭୁତି ତାଙ୍କ ଭାଇ ଗୁଣ ନିଧି , ପୁର୍ଣ ଚନ୍ଦ୍ର, ସଦାଶିବ, ବିଭୁତି ଭୁଷଣ ଏବଂ ବାପା ବୁଲେଇ ସାହୁ ତୀକ୍ଷ୍ଣ ଅସ୍ତ୍ର ରେ ଭାଇ କୁ ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି | ୨ ପକ୍ଷରୁ ହୋଇଥିବା ଅଭିଯୋଗକୁ ତଦନ୍ତ ଜାରି ରଖିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି |

10 hours ago
2


