Attack: ଜଙ୍ଗଲ ଜମିରେ ଚାଷକୁ ବାରଣ କରିବାକୁ ଯାଇ ଦୁଇ ବନ କର୍ମଚାରୀ ଆହତ, ଛତ୍ରଭଙ୍ଗ ଦେଲା ପୁଲିସ

4 weeks ago 12
ARTICLE AD BOX

ରାଇଘର (ଦେବେନ୍ଦ୍ର ମିଶ୍ର):ନବରଙ୍ଗପୁରଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ନାକଟିସିମଡ଼ା ଏବଂ କୁସୁମପୁର ସଂରକ୍ଷିତ ଜଙ୍ଗଲର ବିବାଦ ପୁଣିଥରେ ଆରମ୍ଭ ହୋଇଛି l ସମସ୍ତ ସମାଧାନ ପରେ ପୁଣି ବିବାଦୀୟ ଜଙ୍ଗଲ ଜମିରେ କିଛି ଲୋକ ବଳପୂର୍ବକ ଚାଷ କରିବା ଆରମ୍ଭ କରିବା ଫଳରେ ପୁରୁଣା ବିବାଦ ମୁଣ୍ଡ ଟେକିଛି l 

ଲାନ୍ଥ ନଦୀକୁଦରେ ଫସିଲେ ୨ଜଣ, ୩୦ ଗୋରୁ
-ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ‌ ଦେଇ ଲାନ୍ଥ ନଦୀ ପ୍ରବାହିତ
-ଲାନ୍ଥ ନଦୀକୁଦରେ ଫସିଲେ ୨ଜଣ, ୩୦ ଗୋରୁ
-ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି#Sambad#Balangir#Cow#OdishaNewspic.twitter.com/2YXeACFGvM

— Sambad (ସମ୍ବାଦ) (@sambad_odisha) July 5, 2026

ଆଜି ଦିନ ୧୦ଟା ସମୟରେ ଉକ୍ତ ବିବାଦୀୟ ଜଙ୍ଗଲ ଜମିରେ କୌଣସି ବ୍ୟକ୍ତି ପ୍ରବେଶ ନକରିବାକୁ କୁନ୍ଦେଇ ବନ ବିଭାଗ ବିବାଦୀୟ ସ୍ଥଳରେ ପହଂଚି ସୂଚନା ଦେବା ସମୟରେ କିଛି ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି l କୁସୁମପୁର ଗ୍ରାମର କିଛି ଲୋକଙ୍କ ଆକ୍ରମଣରେ ବନ ବିଭାଗର ଦୁଇଜଣ କର୍ମଚାରୀ ଆହତ ହୋଇ ରାଇଘର ମେଡିକାଲରେ ଭର୍ତ୍ତି ହୋଇଛନ୍ତିl ଆହତ ଦୁହେଁ ହେଲେ ପାରାଗାର୍ଡ ଗଣେଶ ଗଣ୍ଡ ଏବଂ ଖିଲେସ କସରିଆl ବନ ବିଭାଗ ସହିତ ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ଏବଂ ସୁରକ୍ଷା ବଜାଇ ରଖିବାକୁ ରାଇଘର ପୁଲିସ ମଧ୍ୟ ସେଠାରେ ଉପସ୍ଥିତ ଥିବା ବେଳେ କୁସୁମପୁର ଗ୍ରାମବାସୀଙ୍କ ଆକ୍ରମଣ ଦେଖି ପୁଲିସ ଆଗ ଛାତ୍ରଭଙ୍ଗ ଦେଇଥିଲାl ଏହି ଆକ୍ରମଣରେ ନାକଟିସିମଡ଼ାର କିଛି ଲୋକ ମଧ୍ୟ ଆହତ ହୋଇ ଯୋଡ଼ିଙ୍ଗା ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Pratap Sasan Panchayat: ପ୍ରତାପଶାସନ ପଞ୍ଚାୟତରେ ଜବରଦଖଲ: ନିଷ୍କାସିତ ହୋଇପାରୁନି ବର୍ଷାଜଳ

ପ୍ରକାଶ ଥାଉକି ବିବାଦୀୟ ଜଙ୍ଗଲ ଜମିର ସମାଧାନ ହେବାର ୫ଦିନ ପରେ ସୀମାରେ ଦିଆଯାଇଥିବା ତାର ବଡ଼କୁ ଭାଙ୍ଗି କିଛି ଲୋକ ଚାଷ ଆରମ୍ଭ କରିଥିଲେl ଫଳରେ ବନ ବିଭାଗ ଉକ୍ତ ସ୍ଥାନରେ ୧୬୩ BNSS ଧାରା ଜାରିକରିଥିଲାl ୬୦ ଦିନ ପାଇଁ ଉକ୍ତ ଜଙ୍ଗଲରେ ପ୍ରବେଶ କଟକଣା ସତ୍ୱେ କୁସୁମପୁର ଗ୍ରାମର କିଛି ଲୋକ ଅମାନିଆ ହେଉଥିବା ଯୋଗୁଁ ଆଜି ବନ ବିଭାଗ ପକ୍ଷରୁ  ଏହାର ବନ ବିଭାଗ ପକ୍ଷରୁ ସଚେତନ କରାଇବାକୁ ଯାଇ ଏଭଳି ଆକ୍ରମଣର ଶିକାର ହୋଇଥିଲେl ଏ ନେଇ ରାଇଘର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛିl  

Read Entire Article
LEFT SIDEBAR AD

Hidden in mobile, Best for skyscrapers.