ARTICLE AD BOX
କଣ୍ଟାବାଞ୍ଜି (ପୁଷ୍ପକେତୁ ବେହେରା):ବଲାଙ୍ଗୀରଜିଲ୍ଲା କଣ୍ଟାବାଞ୍ଜି ସହରରେ ଚୋରି ଅଭିଯୋଗର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଯାଇଥିବା ପୁଲିସ ଟିମ୍ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସହରର ଜିଓ ପେଟ୍ରୋଲ ପମ୍ପ ନିକଟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ପୁଲିସ ଗାଡ଼ିକୁ ଭଙ୍ଗାରୁଜା କରାଯିବା ସହ ଥାନାର ଏକ ଟିମ୍ର ସଦସ୍ୟମାନଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି।
ଏହି ଆକ୍ରମଣରେ ଓପିଏଫ୍ କର୍ମଚାରୀ ମନ ରସପେଡ଼ା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ଚୋରି ଘଟଣାରେ ସମ୍ପୃକ୍ତ ବୋଲି ଅଭିଯୋଗ ଥିବା ଗୋବିନ୍ଦ ସୁନା ଓ ରୋଶନ କୃକ ସାମିଲ ଥିବା କୁହାଯାଉଛି।
Murder: ଛେଳି ଚୋରି ଅଭିଯୋଗ: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ହତ୍ୟା, ଜଣେ ଗୁରୁତର ବାରିପଦା ଡାକ୍ତରଖାନାରେ ଭର୍ତ୍ତି
ତେବେ ପୁଲିସ ପକ୍ଷରୁ ଏନେଇ ସରକାରୀ ଭାବେ ବିସ୍ତୃତ ସୂଚନା ପ୍ରକାଶ ପାଇନାହିଁ। ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ପୁଲିସ ତଦନ୍ତକୁ ଜୋରଦାର କରିଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଛି।

1 day ago
1


