Atiq Ahmed's Youngest Son Dies: ଝାନ୍‌ସୀରେ କାର୍‌ ଦୁର୍ଘଟଣାରେ ଅତିକ୍‌ ଅହମଦର ପୁଅର ମୃତ୍ୟୁ

48 minutes ago 1
ARTICLE AD BOX

ନୂଆଦିଲ୍ଲୀ: ପୂର୍ବତନ ଗ୍ୟାଙ୍ଗ‌ଷ୍ଟର ତଥା ରାଜନେତା ଅତିକ୍‌ ଅହମଦର ସାନ ପୁଅ ଅବାନ୍‌ର ଗୁରୁବାର ଝାନ୍‌ସୀଠାରେ ଏକ କାର୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। କାର୍‌ ଦ୍ରୁତଗତିରେ ଥିବାରୁ ରାସ୍ତା ମଝିର ଡିଭାଇଡରରେ ପିଟି ହୋଇଯାଇଥିଲା। ଏଥିରେ ଅବାନ୍‌ର ବନ୍ଧୁ ସୋନୁର ମଧ୍ୟ ମୃତ୍ୟୁ ହୋଇଛି। ପୁଲିସର ସୂଚନା ଅନୁଯାୟୀ ଏକ ହୁଣ୍ଡାଇ କ୍ରେଟାରେ ଅବାନ୍‌ ଓ ତା’ର ଚାରି ଜଣ ସାଥୀ ପ୍ରୟାଗରାଜରୁ ଝାନ୍‌ସୀ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା। ଅନ୍ୟ ତିନି ଜଣ ଆହତ ହୋଇଥିଲେ। ଅବାନ୍‌ ଝାନ୍‌ସୀ ଜେଲରେ ବନ୍ଦ ଥିବା ଦ୍ବିତୀୟ ଭାଇକୁ ଭେଟିବାକୁ ଗଲାବେଳେ ତା’ର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଘଟଣା ସମ୍ପର୍କରେ ପୁଲିସ ଦିନ ୧୦ଟା ୩୦ ସମୟରେ ଖବର ପାଇଥିଲା। ଅତିକ୍‌, ତା’ର ପୁଅ ଅସଦ ଅହମ୍ମଦ, ଭାଇ ଅସରଫ୍‌ର ମୃତ୍ୟୁ ପରେ ଏହି ଦୁଃଖଦ ଘଟଣା ଘଟିଛି। ୧୩ ଏପ୍ରିଲ୍, ୨୦୨୩ରେ, ଅତିକ୍ ଅହମ୍ମଦର ତୃତୀୟ ପୁଅ ଅସଦ ଅହମ୍ମଦ ଓ ତା’ର ଅଭିଯୁକ୍ତ ସହଯୋଗୀ ଗୁଲାମ ଝାନ୍‌ସୀ ନିକଟରେ ଉତ୍ତର ପ୍ରଦେଶ ସ୍ପେଶାଲ୍ ଟାସ୍କଫୋର୍ସ ଏନକାଉଣ୍ଟରରେ ନିହତ ହୋଇଥିଲେ। ଉଭୟଙ୍କ ଉପରେ ୫ ଲକ୍ଷ ଲେଖାଏଁ ଟଙ୍କାର ପୁରସ୍କାର ରାଶି ରହିଥିଲା। ଉଭୟ

ଓକିଲ ଉମେଶ ପାଲ୍‌ ହତ୍ୟା ମାମଲାରେ ଉଭୟ ଅଭିଯୁକ୍ତ ଥିଲେ। ଉମେଶ ପାଲ୍‌ ୨୦୦୫ ମସିହାରେ ବହୁଜନ ସମାଜ ପାର୍ଟି ବିଧାୟକ ରାଜୁ ପାଲ୍‌ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଥିଲେ। ଅତିକ୍‌ର ୫ ପୁଅଙ୍କ ମଧ୍ୟରେ ଅବାନ୍‌ ସବୁଠୁ ସାନ ଥିଲା। ବଡ଼ ପୁଅ ଉମର ଅହମ୍ମଦ ଲକ୍ଷ୍ନୌ ଜେଲରେ ଅଛି। ଦ୍ବିତୀୟ ଅଲି ଅହମ୍ମଦ ଝାନ୍‌ସୀ ଜେଲରେ ଓ ଚତୁର୍ଥ ପୁଅ ଆହଜାମ ବାହାରେ ଅଛି। ପଞ୍ଚମ ପୁଅ ଅବାନର ଆଜି ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ପୂର୍ବତନ ସାଂସଦ ତଥା ଦୋଷୀ ସାବ୍ୟସ୍ତ ଅପରାଧୀ ଅତିକ୍ ଅହମ୍ମଦ ଓ ତାର ଭାଇ ଅସରଫ୍‌କୁ ୧୫ ଏପ୍ରିଲ୍ ୨୦୨୩ରେ ସାମ୍ବାଦିକ ବେଶରେ ଥିବା ତିନି ଜଣ ଆକ୍ରମଣକାରୀ ଗୁଳି କରି ହତ୍ୟା କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.