ASI's historic security: ଏଏସ୍‌ଆଇର ଐତିହ୍ୟ ସୁରକ୍ଷା ପ୍ରହସନ: ଗନ୍ଧରାଡ଼ି ମନ୍ଦିର ମରାମତି ନେଇ ପ୍ରଶ୍ନବାଚୀ

1 month ago 12
ARTICLE AD BOX

ଜ୍ଞାନେନ୍ଦ୍ର ନାରାୟଣ ରଥ

ବୌଦ୍ଧ: ଏଏସ୍‌ଆଇ (ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ) ପକ୍ଷରୁ ୪ ମାସ ତଳେ ବୌଦ୍ଧ ଜିଲ୍ଲାର ଐତିହ୍ୟ ସମ୍ପନ୍ନ ଗନ୍ଧରାଡ଼ି ମନ୍ଦିରର ରକ୍ଷଣାବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇ ମାସାଧିକ କାଳ ଚାଲିଥିଲା। ବର୍ଷା ହେଲେ ଉଭୟ ମନ୍ଦିରରେ ପାଣି ଗଳୁଥିବାରୁ ଏହାକୁ ରୋକିବା ପାଇଁ ‘ୱାଟର୍ ଟାଇଟିଂ’ କରାଯାଇଥିଲା। ଏକ ସ୍ବତନ୍ତ୍ର ପ୍ରଲେପ ଦ୍ବାରା ପଏଣ୍ଟିଂ କରାଯିବା ପରେ ଗ୍ରାଉଟିଂ ହେବା ନେଇ ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ। ଏବେ ଏହି କାମର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁଇଦିନ ଧରି ଲଗାଣ ବର୍ଷା ପରେ ଦୁଇ ମନ୍ଦିର ଭିତରେ ପାଣି ଗଳି ପୂର୍ବାପେକ୍ଷା ସ୍ଥିତି ଅଧିକ ଜଟିଳ ହୋଇଯାଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ବଡ଼ ବର୍ଷା ହେଲେ କେବଳ ଦୁଇ ମନ୍ଦିରର ଗର୍ଭଗୃହରେ ପାଣି ଗଳୁଥିଲା। ସମ୍ମୁଖ ଭାଗ ଜଗମୋହନରେ ଏହାର ମାତ୍ରା କମ୍ ଥିଲା। କିନ୍ତୁ ଚଳିତ ବର୍ଷାରେ ଦୁଇ ମନ୍ଦିରର ଗର୍ଭଗୃହରେ ପାଣି ଗଳିବା ସହ ଜଗମୋହନରେ ଅଧିକ ମାତ୍ରାରେ ପାଣି ଗଳୁଛି। ୨୦୧୭ ମସିହାରେ ଏହି ଯୁଗ୍ମ ମନ୍ଦିରର ‘ୱାଟର୍ ଟାଇଟିଂ’ କରାଯାଇଥିଲା। କିନ୍ତୁ ସେତେବେଳେ କିଛି ତ୍ରୁଟି ରହିଯିବାରୁ ପୁଣି ମନ୍ଦିରରେ ପାଣି ଗଳୁଥିଲା। ଏବେ ସେହି ତ୍ରୁଟିର ପୁନରାବୃତ୍ତିକୁ ନେଇ ପୂଜକ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।  

Judgement: ନନ୍ଦନକାନନ ଥାନାର ୩ ଅଧିକାରୀଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଉତ୍କଳୀୟ କଳା ଭାସ୍କର୍ଯ୍ୟର ଉତ୍କର୍ଷ ପ୍ରତିପାଦନ କରୁଥିବା ୮ମ ଶତାବ୍ଦୀର ଏହି ଯୁଗ୍ମ ମନ୍ଦିର ଏଏସ୍‌ଆଇ ଅଧୀନରେ ରହିଥିବା ବେଳେ ଆବଶ୍ୟକ ରକ୍ଷଣାବେକ୍ଷଣ ପ୍ରତି ଗୁରୁତ୍ବ ଦିଆଯାଉନଥିବା ବାରମ୍ବାର ଅଭିଯୋଗ ପରେ ସମ୍ପୃକ୍ତ ବିଭାଗ ତତ୍ପରତା ପ୍ରକାଶ କରିଥିଲା। ଗତ ଫେବ୍ରୁଆରି ମାସରେ ମନ୍ଦିର ମରାମତି କାମ ଦେଖିବାକୁ ମିଳିଥିଲା। ପ୍ରାଥମିକ ପର୍ଯ୍ୟାୟରେ ମନ୍ଦିରରେ ‘ୱାଟର୍ ଟାଇଟିଂ’କୁ ଗୁରୁତ୍ବ ଦିଆଯାଇ କାମ ଆଗେଇଥିଲା। ଏଥିସହ ଦୁଇ ମନ୍ଦିର ଭିତର ଚଟାଣ ମରାମତି କରାଯାଇ ପଥର ବିଛାଯିବ, କାଠ କବାଟ ଲଗାଯିବ। ଜଗମୋହନର ମରାମତି ହେବ। କଂକ୍ରିଟ୍ ଛାଡ଼ିଯାଇଥିବା ଲୁହାଛଡ଼କୁ ଅପସାରଣ କରି ପଥର ଯୋଡ଼େଇ ହେବ। ବାହାର ପାର୍ଶ୍ବ ଚଟାଣର ମଧ୍ୟ ଗ୍ରିଡିଂ କରାଯିବ। ଏସବୁ ରକ୍ଷଣାବେକ୍ଷଣ କାମ ପାଇଁ ୪୦ ଲକ୍ଷ ଟଙ୍କାର ବ୍ୟୟ ମଞ୍ଜୁର ହୋଇଥିବା ନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ଏହାମଧ୍ୟରେ ଦୁଇ ମନ୍ଦିରରେ କବାଟ ଲାଗିଥିବା, ବାହାର ପାର୍ଶ୍ବରେ ପଥର ପଡ଼ିବା ଦେଖାଯାଇଛି। କିନ୍ତୁ ମନ୍ଦିରରେ ପାଣି ଗଳିବା ଭଳି ପ୍ରମୁଖ ସମସ୍ୟାଟି ଏଯାବତ୍ ଦୂର ହୋଇ ପାରିନାହିଁ। ଏ ସମ୍ପର୍କରେ ଏଏସ୍‌ଆଇ କଞ୍ଜରଭେଟର୍ ସୁଶାନ୍ତ ଗୋଚ୍ଛାୟତଙ୍କ ପ୍ରତିକ୍ରିୟା ନେବାରୁ, ମନ୍ଦିରର ‘ୱାଟର୍ ଟାଇଟିଂ’ କାମ ସରିନଥିବା ପ୍ରକାଶ କରିଥିଲେ। ଗତକାଲି ସେ ମନ୍ଦିର ପରିଦର୍ଶନ କରି କେଉଁ କେଉଁ ସ୍ଥାନରୁ ପାଣି ଗଳୁଛି, ତାହା ଅନୁଧ୍ୟାନ କରି ଫେରିଛନ୍ତି। ସେହିସବୁ ସ୍ଥାନକୁ ସିଲିଂ କରାଯିବ। ଏବେ ବର୍ଷା ପାଇଁ କାମ ବନ୍ଦ ଥିବା ବେଳେ ଦୁଇ ମନ୍ଦିରକୁ ସମ୍ପୂର୍ଣ୍ଣ ବର୍ଷାଜଳ ପ୍ରତିରୋଧକ କରାଯିବ ବୋଲି କହିଛନ୍ତି।

Ram Mandir donation case: ଚମ୍ପତ ରାୟଙ୍କୁ ପଚରାଉଚରା; ବିବରଣୀ ଦେବାକୁ ମନା କଲା ପୁଲିସ

Read Entire Article
LEFT SIDEBAR AD

Hidden in mobile, Best for skyscrapers.