Arrested: ଆନ୍ତଃରାଜ୍ୟ ବାଇକ ଚୋର ଗିରଫ, ଗୋଟିଏ ବାଇକ ଓ ମୋବାଇଲ ଜବତ

16 hours ago 2
ARTICLE AD BOX

ମାଲକାନଗିରିରେ ଆନ୍ତଃରାଜ୍ୟ ବାଇକ ଚୋରି ମାମଲାରେ ନୀଳକଣ୍ଠ ମଣ୍ଡଳ ଗିରଫ। ମାଲକାନଗିରି ଜିଲ୍ଲା କାଲିମେଳା ପୁଲିସ ଚୋରି ବାଇକ ଓ ମୋବାଇଲ ଜବତ କରି ମାଲିକଙ୍କୁ ହସ୍ତାନ୍ତର କରିଛି।

 (sambad.in) Kalimela Police in Malkangiri arrested Nilakantha Mandal in a bike theft case. Photograph: (sambad.in)

କାଲିମେଳା: ଆନ୍ତଃରାଜ୍ୟ ବାଇକ ଚୋର ଗିରଫ। ଗୋଟିଏ ବାଇକ ଓ ମୋବାଇଲ ଜବତ। ଜବତ ବାଇକ ଓ ମୋବାଇଲ ମାଲିକଙ୍କୁ ହସ୍ତାନ୍ତର କଲା ପୁଲିସ | ଗିରଫ ଅଭିଯୁକ୍ତ ହେଲେ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୦୮ ଗ୍ରାମର ନୀଳକଣ୍ଠ ମଣ୍ଡଳ |

ଗତ ୯ ତାରିଖ ଦିନ କାଲିମେଳା ଥାନା ଅନ୍ତର୍ଗତ ବୁଦୁଗୁଡା ଗ୍ରାମର ସୋମନାଥ କବାସୀ ଘର ଅଗଣାରେ ରାତିରେ ଶୋଇଥିବା ବେଳେ ଏକ ବାଇକ ଓ ଗୋଟିଏ ମୋବାଇଲ ଚୋରି ହୋଇଯାଇଥିବାର କାଲିମେଳା ଥାନାରେ ଅଭିଯୋଗ କରିଥିଲେ | ପୁଲିସ ତଦନ୍ତ କରି ଚୋରି ବାଇକ ଓ ମୋବାଇଲ ଉଦ୍ଧାର କରିବା ସହିତ ଆଜି ମାଲିକଙ୍କୁ ହସ୍ତାନ୍ତର କରିଛି କାଲିମେଳା ପୁଲିସ | ଏଥିରେ ଆନ୍ତଃ ରାଜ୍ୟ ବାଇକ ଗ୍ୟାଙ୍ଗର ସମ୍ପୃକ୍ତି ଥିବାର ପୁଲିସ ସନ୍ଦେହ କରି ତଦନ୍ତ ଜାରି ରଖିଥିବାର ଜଣା ପଡିଛି |

Death: ବିଶ୍ୱକର୍ମା ପୂଜାରେ ଅଘଟଣ: ଫୁଲ ତୋଳିବା ବେଳେ ଛାତରୁ ପଡ଼ି ୧୪ ବର୍ଷୀୟ ନାବାଳକଙ୍କ ମୃତ୍ୟୁ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.