Arrest: ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

2 weeks ago 10
ARTICLE AD BOX

ରଣପୁର (ବିଶ୍ବ ରଂଜନ ଆଚାର୍ଯ୍ୟ): ରାଜ୍ୟ ସରକାର ଚୋରା ନିଶା ମୁକ୍ତ ଓଡ଼ିଶା ଗଠନ ପାଇଁ ଜୋରଦାର ଉଦ୍ୟମ ଚଳାଇଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ଅବକାରୀ ଥାନା ଅଞ୍ଚଳରେ ଧଳା ଜହର ଚୋରା କାରବାର ଜାରି ରହିଛି। ଅବକାରୀ ବିଭାଗ ପ୍ରତି ଚ୍ୟାଲେଞ୍ଜ ଦେବା ମୁଣ୍ଡ ବ୍ୟଥାର କାରଣ ପାଲଟିଛି। 

କର୍ମଚାରୀ ଅଭାବ ଯୋଗୁଁ ହାତ ଟେକି ଦେଇଥିଲା ଅବକାରୀ ବିଭାଗ। ଇତି ମଧ୍ୟରେ ରଣପୁର ଅବକାରୀ ଅଧିକାରୀ ଭାବେ ଶଶୀକାନ୍ତ ରାଉତ ଯୋଗଦେବା ପରେ ନୟାଗଡ଼ ଅବକାରୀ ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ପଣ୍ଡାଙ୍କ ନିର୍ଦେଶକ୍ରମେ ଜୁଲାଇ ୧୮ ତାରିଖ ଜଣେ ଯୁବକକୁ ସନ୍ଦେହରେ ଅଟକ କରି ତନଖି କରିଥିଲେ। ତନଖିରେ ତାଠାରୁ ୬୫ ଗ୍ରାମ୍‌ର ବ୍ରାଉନ ସୁଗାର ଜବତ କରିଥିଲେ। 

ଅବକାରୀ ଅଧିକାରୀ ରାଉତଙ୍କ ସୂଚନା ଅନୁଯାଇ ଜବତ ବ୍ରାଉନ ସୁଗାର ମୂଲ୍ୟ ୬ ଲକ୍ଷ ୫୦ ହଜାର ଟଙ୍କା ହେବ। ଅଟକ ଯୁବକ ବଜ୍ରକୋଟ ଗ୍ରାମର  ରାଜ କିଶୋର ରାଉତରାୟଙ୍କ ପୁଅ ପ୍ରକାଶ ରାଉତରାୟ ଓରଫ କାଳିଆ (୩୨)। କାଳିଆ ନାମରେ ବ୍ରାଉନ ସୁଗାର କାରବାର ନେଇ ଅନେକ ଅଭିଯୋଗ ଥିଲା ବୋଲି ଅବକାରୀ ସୂତ୍ରରୁ ପ୍ରକାଶ। 

ଏହି ଚଢ଼ାଉରେ ନୂତନ ଅବକାରୀ ଥାନା ଅଧିକାରୀ ଶଶିକାନ୍ତ ରାଉତ, କର୍ମଚାରୀ ନିର୍ମଳ କୁମାର ବେହେରା, ବିକାଶ କୁମାର ଜେନା, ରମ୍ଭା ରାଉତ ଓ ସଂଜୀବ ସାମିଲ ଥିଲେ।ଅଭିଯୁକ୍ତ ପ୍ରକାଶ କୁ ଗିରଫ କରି ନୟାଗଡ କୋର୍ଟ ଚାଲାଣ କରିଥିବା ଜଣାପଡିଛି ଆଗକୁ ଚଢ଼ାଉ ବ୍ୟାପକ କରାଯିବ ବୋଲି ରାଉତ ସୂଚନା ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.