ARTICLE AD BOX
ସୁନ୍ଦରଗଡ଼: ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ ପୁଲିସ ଷ୍ଟେସନ ପକ୍ଷରୁ ଏମ୍ଏସ୍ ଗୋବିନ୍ଦମ ପ୍ରକଳ୍ପ ସହିତ ସମ୍ପୃକ୍ତ ୧,୮୫,୪୫,୪୩୬ ଟଙ୍କାର ବିଜନେସ୍ ଇ-ମେଲ୍ ଠକେଇ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଠକେଇକାରୀମାନେ ଜାଲି ଇ-ମେଲ୍ ମାଧ୍ୟମରେ କମ୍ପାନୀର ବ୍ୟାଙ୍କ ଖାତା ବିବରଣୀ ପରିବର୍ତ୍ତନ କରାଇ ଦୁଇଟି ଆରଟିଜିସି ମାଧ୍ୟମରେ ଟଙ୍କା ସ୍ଥାନାନ୍ତର କରାଇଥିଲେ।
ତଦନ୍ତ ସମୟରେ ୧,୧୪,୮୮,୦୬୩.୫୨ ଟଙ୍କା ଟ୍ରେସ୍ କରାଯାଇ ହୋଲ୍ଡ କରାଯାଇଥିଲା। ସୁନ୍ଦରଗଡ଼ଙ୍କ ଆଦେଶ ଅନୁଯାୟୀ, ଆବଶ୍ୟକ ଯାଞ୍ଚ ପରେ ଉକ୍ତ ରାଶିଟି ପୀଡ଼ିତ କମ୍ପାନିର ଆକ୍ସିସ ଖାତାକୁ ଫେରସ୍ତ କରାଯାଇଛି।
ଅଭିଯୁକ୍ତ ଜୁବେର @ ଜିବେର @ ଜୁବେରଜି @ ଜୁବେର ଖାନ (୨୬ ବର୍ଷ)କୁ ଉତ୍ତରପ୍ରଦେଶର ହାପୁର ଜିଲ୍ଲା ରାତୁପୁରାରୁ ଗିରଫ କରାଯାଇଛି। ଅଭିଯୁକ୍ତ ନିକଟରୁ ଦୁଇଟି ମୋବାଇଲ୍ ଫୋନ୍ ଓ ସିମ୍ କାର୍ଡ ଜବତ କରାଯାଇଛି। ଅଭିଯୁକ୍ତଙ୍କୁ ଟ୍ରାନ୍ଜିଟ୍ ରିମାଣ୍ଡ ପରେ ସୁନ୍ଦରଗଡ଼ ଅଦାଲତରେ ହାଜର କରାଯାଇଛି। ଅନ୍ୟ ସହଯୋଗୀଙ୍କ ଚିହ୍ନଟ, ଅବଶିଷ୍ଟ ଟଙ୍କାର ଟ୍ରେସିଂ ଓ ଅଧିକ ତଦନ୍ତ ଜାରି ରହିଛି।
Wedding: କୋଟି କୋଟି ଟଙ୍କାର ସୁନା, ନଗଦରେ ବିବାହ: ଭାଇରାଲ୍ ଭିଡିଓ ପରେ ବର ଗିରଫ

5 days ago
5


