ARTICLE AD BOX
ଘୁ.ଉଦୟଗିରି: ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କନ୍ଧମାଳପୁଲିସ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ଅନୁସାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଗତ ୧୮ ଜୁନରେ ଘୁ.ଉଦୟଗିରି ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା।
ଅଭିଯୋଗକୁ ଆଧାର କରି ଥାନା କେସ୍ ନଂ ୧୦୬/୨୬ ରୁଜୁ କରାଯାଇ ଭାରତୀୟ ନ୍ୟାୟ ସଂହିତାର ସମ୍ପୃକ୍ତ ଧାରା ଓ ପୋକ୍ସୋ ଆଇନ ଅନୁଯାୟୀ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। ପୀଡ଼ିତା ପ୍ରଥମେ କାହାକୁ ଏହି ଘଟଣା ସମ୍ପର୍କରେ କହିନଥିଲେ। ପରେ ତାଙ୍କ ଶାରୀରିକ ଅସୁସ୍ଥତା ଦେଖାଦେବା ପରେ ସେ ପରିବାର ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ଦାଖଲ କରାଯାଇଥିଲା।
ତଦନ୍ତକାରୀ ଅଧିକାରୀ ଏସ୍.ଆଇ. ପ୍ରଦୀପ କୁମାର ରାଉଳଙ୍କ ନେତୃତ୍ୱରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ଆବଶ୍ୟକ ଡାକ୍ତରୀ ପରୀକ୍ଷା କୋର୍ଟରେ ପୋକ୍ସ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।
Arrest: ଭିଡ଼ ହିଂସା ପାଇଁ ଆଉ ୫ ଜଣ ଗିରଫ; ଗିରଫଦାରୀ ସଂଖ୍ୟା ୩୫କୁ ବୃଦ୍ଧି
ଅନ୍ୟପକ୍ଷରେ, ଗିରଫ ହୋଇଥିବା ଯୁବକ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ତାଙ୍କ କହିବାନୁସାରେ, ସେ ଆଇନଗତ ପ୍ରକ୍ରିୟାକୁ ସମ୍ମାନ କରନ୍ତି ଏବଂ ନିରପେକ୍ଷ ତଦନ୍ତ ଓ ବୈଜ୍ଞାନିକ ପରୀକ୍ଷା ପରେ ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଆଇନ ଅନୁଯାୟୀ ଦଣ୍ଡ ଭୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ମାମଲାର ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

3 weeks ago
11


