Arrest: ଡକାୟତି ଯୋଜନା ପଣ୍ଡ; ଅସ୍ତ୍ର ସହ ଚୋରି ସାମଗ୍ରୀ ଜବତ

1 month ago 11
ARTICLE AD BOX

ବଣାଇଁଗଡ଼ (ଚିନ୍ମୟ ତ୍ରିପାଠୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ପୁଲିସ ଏକ ବଡ଼ ଡକାୟତି ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛି। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ନାବାଳକ ଅଭିଯୁକ୍ତକୁ ବାଳ ସୁଧାର ଗୃହକୁ ପଠାଯାଇଛି। ସେମାନଙ୍କ ନିକଟରୁ ଡକାୟତିରେ ବ୍ୟବହୃତ ହେବାକୁ ଥିବା ବିଭିନ୍ନ ମାରଣାସ୍ତ୍ର ଓ ପୂର୍ବ ଚୋରି ଘଟଣା ସହ ସମ୍ପୃକ୍ତ ସାମଗ୍ରୀ ଜବତ କରାଯାଇଛି। ଯାହାକୁ ନେଇ ବଣାଇଁ ଉପଖଣ୍ଡ ପୁଲିସ ଅଧିକାରୀ ରାମଚନ୍ଦ୍ର ବିଶ୍ବାଳ ଓ ବଣାଇ ଥାନା ଅଧିକାରୀ ପିଙ୍କି ମୁର୍ମୁ ବଣାଇଁ ଥାନାରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ପ୍ରଦାନ କରିଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ବଣାଇଁ ଥାନା କେସ୍ ନଂ–୧୭୫, ତାରିଖ ୦୩.୦୭.୨୦୨୬ରେ BNS ଧାରା ୩୧୦(୪)/୩୧୦(୫) ସହ ଅସ୍ତ୍ର ଆଇନର ଧାରା ୨୫(୧)(ଏ)ରେ ମାମଲା ରୁଜୁ କରାଯାଇଛି। ବଣାଇଁ ଥାନାର ଉପନିରୀକ୍ଷକ ଆଦିତ୍ୟ ନାରାୟଣ ବେହେରାଙ୍କ ଲିଖିତ ଏତଲା ଆଧାରରେ ଏହି ମାମଲା ରୁଜୁ ହୋଇଛି। ଗୁରୁବାର-ଶୁକ୍ରବାର ରାତିରେ ଥାନା ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ପୁଲିସ ଦେଶୀ ମଦଭାଟି ନିକଟରେ ଥିବା ପଡ଼ିଆରେ କିଛି ଦୁର୍ବୃତ୍ତ ଏକତ୍ରିତ ହୋଇ ଡକାୟତି ପାଇଁ ଯୋଜନା କରୁଥିବା ସମ୍ପର୍କରେ ବିଶ୍ୱସନୀୟ ସୂଚନା ପାଇଥିଲା। ଏହାପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରାଯାଇଥିବା ବେଳେ ଅନ୍ୟ କିଛି ଦୁର୍ବୃତ୍ତ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲେ।

Dacoit Accused ଡକାୟତି ଯୋଜନା ପଣ୍ଡ, ୫ ଅଭିଯୁକ୍ତ ଗିରଫ

ଗିରଫ ଅଭିଯୁକ୍ତମାନେ ହେଲେ କାଳିଆ ମୁଣ୍ଡା (୨୫) ଓ ଦୀପକ ମୁଣ୍ଡା (୧୯)। ପୋଲିସ ସେମାନଙ୍କ ନିକଟରୁ ଏକ ଧାରୁଆ ଛୁରୀ, ଲୁହା କ୍ରୋବାର, ଲୁହା ଖଣ୍ଡା, ଏକ ପ୍ୟାକେଟ ଲଙ୍କା ଗୁଣ୍ଡ, କଳା ମୁଖା ଓ ଏକ ବଜାଜ ପଲସର ମୋଟରସାଇକେଲ ଜବତ କରିଛି। ତଦନ୍ତ ସମୟରେ ଅଭିଯୁକ୍ତମାନଙ୍କ ନିକଟରୁ ଏସି କପର ପାଇପ୍, ସୋଲାର ଚାର୍ଜର, ବିଦ୍ୟୁତ ତାର ଓ ନଟ୍-ବୋଲ୍ଟ ମଧ୍ୟ ଜବତ କରାଯାଇଛି। ପୁଲିସର ପ୍ରାଥମିକ ତଦନ୍ତରୁ ଏହି ସାମଗ୍ରୀ ବଣାଇଁ ଥାନାର ପୂର୍ବରୁ ରୁଜୁ ହୋଇଥିବା ମାମଲାରେ ଘଟିଥିବା ଚୋରି ଘଟଣା ସହ ସମ୍ପୃକ୍ତ ଥିବା ଜଣାପଡ଼ିଛି।

ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜୋରଦାର କରିଥିବା ବେଳେ ଗିରଫ ଅଭିଯୁକ୍ତମାନଙ୍କୁ ଅଦାଲତ ଚାଲାଣ କରାଯାଇଛି। ଏହି ଘଟଣାରେ ଅଞ୍ଚଳରେ ସକ୍ରିୟ ଥିବା ଚୋର ଓ ଡକାୟତ ଗ୍ୟାଙ୍ଗ ସମ୍ପର୍କରେ ପୋଲିସ ଅଧିକ ତଥ୍ୟ ସଂଗ୍ରହ କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.