ARTICLE AD BOX
ରାଉରକେଲା (ପଙ୍କଜ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ଜରେଇକେଲା ଅଞ୍ଚଳରେ ଏକ ଏଟିଏମ୍ ଲୁଟ୍ ଉଦ୍ୟମ ମାମଲାରେ ଜଣେ ଆନ୍ତଃରାଜ୍ୟ ଚୋରକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ହେଲା ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ମହୁଲଡିହା ଗ୍ରାମର ଶୁଭମ୍ ମାହାତୋ(୨୨)। ତାଙ୍କଠାରୁ ନଗଦ ୮,୩୦୦ ଟଙ୍କା, ଗୋଟିଏ ଲୁହାରଡ୍ ଓ ୨ଟି ମୋବାଇଲ୍ ଜବତ କରାଯାଇଛି। ତାଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।
ସୂଚନାନୁଯାୟୀ, ୩୦ ତାରିଖ ବିଳମ୍ବିତ ରାତିରେ ଜରେଇକେଲା ଅଞ୍ଚଳରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମ୍ ଭାଙ୍ଗି ଚୋରି ଉଦ୍ୟମ ହୋଇଥିଲା। ଏନେଇ ୩୧ ତାରିଖ ଦିନ ପ୍ରାୟ ୧୨ଟା ୧୫ ସମୟରେ ଏଟିଏମ୍ ଦାୟିତ୍ବରେ ଥିବା ଭାସ୍କର ଘାସି(୩୬)ଙ୍କୁ ସୂଚନା ମିଳିଥିଲା। ସେ ତୁରନ୍ତ ଜଣେ ସହକର୍ମୀ କମଳାକାନ୍ତ ବାରିକଙ୍କ ସହ ଜାରେଇକେଲା ଏଟିଏମ୍ କାଉଣ୍ଟରରେ ପହଞ୍ଚି ଦେଖିଲେ ଯେ, ଏଟିଏମ୍ଟି ଭଙ୍ଗା ଯାଇଛି।
Rape: ମହୀଶୂରରେ ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଲୁଟ୍
ଏହାସହ ଛାତ, କବାଟ ଏବଂ ଇଲେକ୍ଟ୍ରିକ୍ ବୋର୍ଡ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହାପରେ ଉକ୍ତ ଭଙ୍ଗା ଏଟିଏମ୍ କାଉଣ୍ଟର ଖୋଲି ଯାଞ୍ଚ କରିବାରୁ ଜଣାପଡ଼ିଲା ଯେ, ମେସିନ୍ ଭିତରେ ମୋଟ ୨୧ ଲକ୍ଷ ୪୪ ହଜାର ୮୦୦ ଟଙ୍କା ଯେଉଁଥିରେ ୩୨୨୦ଟି ୫୦୦ ଟଙ୍କିଆ ନୋଟ୍, ୧୯୯୫ଟି ୨୦୦ ଟଙ୍କିଆ ନୋଟ୍ ଓ ୧୪୩୮ଟି ୧୦୦ ଟଙ୍କିଆ ନୋଟ୍ ମହଜୁଦ ଥିଲା। ଏନେଇ ଗତକାଲି ବିଶ୍ରା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ତନାଘନା କରି ସିସିଟିଭି ଫୁଟେଜ୍ କରିବା ସହ ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ଅଭିଯୁକ୍ତ ଝାଡ଼ଖଣ୍ଡର ବୋଲି ଜଣାପଡ଼ିଥିଲା। ଏହାପରେ ବିଶ୍ରା ଥାନାଧିକାରୀ ମନୋରଞ୍ଜନ କୁମ୍ଭାର ଏକ ୫ ଜଣିଆ ଟିମ୍ ନେଇ ଗଠନ କରି ପଡ଼ୋଶୀ ଝାଡ଼ଖଣ୍ଡର ମନହୋରପୁରରେ ଚଢ଼ଉ କରିଥିଲେ।
ତେବେ ତନାଘନା କରି ଅଭିଯୁକ୍ତକୁ ଉଠାଇ ଆଣିବା ସହ ପଚରାଉଚରା କରିବାରୁ ଜଣାପଡ଼ିଲା ଯେ, ସେଦିନ ରାତିରେ ଅଭିଯୁକ୍ତ ଏଟିଏମ୍ରୁ ଟଙ୍କା ଲୁଟ୍ କରିବାକୁ ଯାଇଥିଲା। ଲୁଟ୍ ନକରିପାରିବାରୁ ଏଟିଏମ୍ ଠାରୁ ମାତ୍ର ୩୦୦ ମିଟର ଦୂରରେ ଥିବା ଏକ ଷ୍ଟେସନାରୀ ଦୋକାନରୁ ନଗଦ ଟଙ୍କା ଚୋରି କରିଥିଲା। ଏହାପରେ ବିଶ୍ରା ଥାନା ଅଞ୍ଚଳ ଛାଡ଼ି ଚମ୍ପଟ୍ ମାରିଥିଲା। ତାଠାରୁ ଟଙ୍କା ଓ ଏଟିଏମ୍ ଭଙ୍ଗିବାରେ ବ୍ୟବହୃତ ଲୁହାରଡ୍ ଜବତ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ଶୁଭମ୍ ନାଁରେ ବିଶ୍ରା ଥାନାରେ ୨ଟି ମାମଲା ରହିଥିବାବେଳେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ମଧ୍ୟ ୬ରୁ ଅଧିକ ମାମଲା ରହିଛି।

2 days ago
1


