ARTICLE AD BOX
କୋଲକାତା: ସୁପ୍ରିମକୋର୍ଟ ଆଗୁଆ ଜାମିନ୍ ଦେବାକୁ ମନା କରିବା ପରେ ସାଲବୋନି ଜମି ହଡ଼ପ ମାମଲାରେ ଅଭିଷେକ ବାନାର୍ଜୀଙ୍କ ପିଏ ସୁମିତ ରାୟ ଗୁରୁବାର ସିଆଇଡି ଦ୍ବାରା ଗିରଫ ହୋଇଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଧାନସଭାରେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ସୁରକ୍ଷା ପ୍ରତ୍ୟାହାର ହେବା ପରେ ୧୨୧, କାଳୀଘାଟ ରୋଡସ୍ଥିତ ଟିଏମ୍ସି କାର୍ଯ୍ୟାଳୟରୁ ରାୟଙ୍କୁ ଗିରଫ କରାଯାଇଛି। ଅଧିକାରୀ ଅଭିଯୋଗ କରିଛନ୍ତି ଯେ, ରାୟ ଅଭିଷେକ ବାନାର୍ଜୀଙ୍କ ପକ୍ଷରୁ ଟଙ୍କା ସଂଗ୍ରହରେ ସାମିଲ ଥିଲେ।
ପଶ୍ଚିମ ମେଦିନୀପୁର ଜିଲ୍ଲାର ଏକ କୋର୍ଟ ଜୁନ୍ ୧୫ ତାରିଖରେ ରାୟଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ, ଯାହା ପରେ ସେ ପ୍ରଥମେ କୋଲକାତା ହାଇକୋର୍ଟ ଓ ପରେ ଗିରଫ ପୂର୍ବରୁ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଅଗଷ୍ଟ ୬ ତାରିଖରେ ସର୍ବୋଚ୍ଚ ଅଦାଲତ ରାୟଙ୍କୁ ଏକ ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାଖଲ କରିବାକୁ ଅନୁମତି ଦେଇଥିଲେ ଓ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କ ଗିରଫଦାରୀ ଉପରେ ସ୍ଥଗିତାଦେଶ ଲଗାଇଥିଲେ। ସିଆଇଡିର ଏହି କାର୍ଯ୍ୟାନୁଷ୍ଠାନ ଝାରଗ୍ରାମରେ ହୋଇଥିବା କଥିତ ଜମି ଦୁର୍ନୀତିର ତଦନ୍ତର ଏକ ଅଂଶ।

1 week ago
7


