Anti-liquor movement: ବରଗଡ଼ରେ ତେଜୁଛି ମଦ ବିରୋଧୀ ଆନ୍ଦୋଳନ: ଗାଁଠୁ ସହର ସବୁଠି ସକ୍ରିୟ ଗୁଲାବ୍‌ ଗ୍ୟାଙ୍ଗ୍‌

2 weeks ago 8
ARTICLE AD BOX

ସୁଦୀପ୍ତ ଷଡ଼ଙ୍ଗୀ

ବରଗଡ଼: ସାମାଜିକ ଅନ୍ୟାୟ ବିରୋଧରେ ସ୍ବର ଉଠାଉଛନ୍ତି। ଗାଁରେ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତେ ଏକଜୁଟ୍‌ ହୋଇ କାମ କରୁଛନ୍ତି। ଏପରିକି ଗାଁରେ ମଦ ବିକିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ଘୋଷଣା କରିଛନ୍ତି ବରଗଡ଼ଜିଲ୍ଲା ସୋହେଲା ବ୍ଲକ୍‌ କନାପାଲି ପଞ୍ଚାୟତର ମହିଳାମାନେ। ‘ଗୁଲାବ୍‌ ଗ୍ୟାଙ୍ଗ୍‌’ ଷ୍ଟାଇଲ୍‌ରେ ମଦ ବିରୋଧୀ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ନିଶାକୁ ମୂଳପୋଛ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି।

Arrest: ମୁଖ୍ୟମନ୍ତ୍ରୀ ବିଜୟଙ୍କ ନାଁରେ ଅପମାନଜନକ ମନ୍ତବ୍ୟ: ଡିଏମ୍‌କେ ବିଧାୟକ ଗିରଫ

ଅନ୍ୟାୟ ବିରୋଧରେ ଲଢ଼େଇ କରିବା ପାଇଁ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ମହିଳାମାନେ ଏକଜୁଟ ହୋଇଥିଲେ। ସେମାନେ ଗୋଲାପି ଶାଢ଼ି ପିନ୍ଧୁଥିବାରୁ ସେମାନଙ୍କୁ ଗୁଲାବ ଗ୍ୟାଙ୍ଗ୍‌ ବୋଲି କୁହାଯାଉଥିଲା। ୨୦୧୪ରେ ଗୁଲାବ୍‌ ଗ୍ୟାଙ୍ଗ୍‌ ନାମରେ ଏକ ହିନ୍ଦୀ ସିନେମା ମଧ୍ୟ ପ୍ରସ୍ତୁତ ହୋଇଥିଲା। ବର୍ତ୍ତମାନ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମହିଳାମାନେ ଗୁଲାବ ଗ୍ୟାଙ୍ଗ୍‌ର ଆଦର୍ଶ ଓ ନୀତିକୁ ଆପଣେଇଛନ୍ତି। ଯେଉଁ ଜାଗାରେ ପୁଲିସ ମଦ ବିକ୍ରି ବନ୍ଦ କରିପାରୁ ନାହିଁ, ସେଠାରେ ମହିଳାମାନେ ଆଗକୁ ଆସୁଛନ୍ତି। ସୋହେଲା ବ୍ଲକ୍‌ କନାପାଲି ପଞ୍ଚାୟତର ମହିଳା ସରପଞ୍ଚ ମହରଗୀ ସାହୁଙ୍କ ନେତୃତ୍ବରେ ଗାଁର ମହିଳାମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି। କିଛିଦିନ ତଳେ ସରପଞ୍ଚଙ୍କ ନେତୃତ୍ବରେ ପଞ୍ଚାୟତର ତାମ୍ବିମୁଣ୍ଡା, ବାରୁପାଲି ଓ ସାଧୁପାଲି ଗାଁରେ ମଦ ବିରୋଧୀ ଆନ୍ଦୋଳନ କରାଯାଇଥିଲା। ତିନିଦିନ ଧରି ୩ଟି ଗାଁରେ ରାଲି କରି ମଦ ବନ୍ଦ ପାଇଁ ଡାକରା ଦେଇଥିଲେ। ଗାଁରେ ଯଦି କେହି ମଦ ବିକ୍ରି କରି ଧରାପଡ଼ିବେ ତାଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା କରିବାକୁ ଘୋଷଣା କରାଯାଇଥିଲା।

ଉଦାହରଣ ସାଜିଛନ୍ତି କନାପାଲି 
ପଞ୍ଚାୟତର ମହିଳା

ସେହିପରି ମଦ ବନ୍ଦ ପାଇଁ ମଦଭାଟି ମାଲିକ ଓ ସୋହେଲା ଥାନାରେ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଗତ ଦୁଇଦିନ ତଳେ ବରଗଡ଼ ଟାଉନ୍‌ ଥାନା ଭଟଲି ଛକ ଜିରା ବ୍ରିଜ୍‌ ପୁରୁଣା ଜାତୀୟ ରାଜପଥ ଅବରୋଧ କରିଥିଲେ ଶତାଧିକ ମହିଳା। ସେଠାରେ ଖୋଲିଥିବା ଏକ ମଦ ଦୋକାନ ଯୋଗୁଁ ଅଞ୍ଚଳରେ ଅଶାନ୍ତି ସୃଷ୍ଟି ହେଉଛି। ମଦ ଦୋକାନ ସ୍ଥାନାନ୍ତର ପାଇଁ ବାରମ୍ବାର କହିବା ପରେ ମଧ୍ୟ ପ୍ରଶାସନ କିଛି ପଦକ୍ଷେପ ଗ୍ରହଣ କରି ନଥିଲା। ଏଣୁ ମହିଳାମାନେ ରାସ୍ତାକୁ ଓହ୍ଲାଇଥିଲେ। ଶେଷରେ ମହିଳାଙ୍କ ଜିଦ୍‌ ଆଗରେ ଅବକାରୀ ବିଭାଗ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଥିଲା ଏବଂ ମଦ ଦୋକାନକୁ ସିଲ୍‌ କରିଥିଲା। ସେହିପରି ବରପାଲି ଥାନା ଅନ୍ତର୍ଗତ ଧାଙ୍ଗେରପାଲି ଗ୍ରାମର ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଗାଁରେ ମଦ ବିକ୍ରି ବନ୍ଦ କରିବାକୁ ଦାବିପତ୍ର ଦେଇଥିଲେ। ଏଥିରୁ ସ୍ପଷ୍ଟ ଜିଲ୍ଲାରେ ମଦ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ନିଶାମୁକ୍ତ ସମାଜ ଗଠନ ପାଇଁ ଆଗକୁ ଆସିଥିବାରୁ ଏହି ମହିଳାମାନେ ବିଭିନ୍ନ ମହଲରେ ପ୍ରଶଂସାର ପାତ୍ର ହୋଇଛନ୍ତି।

Egg Price Hike: ଅଣ୍ଡାଦର ହେଲା ସାଢ଼େ ଆଠ, ମଧ୍ୟାହ୍ନଭୋଜନ ଥାଳିରୁ ଉଭାନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.