ARTICLE AD BOX
ରଣପୁର: ସାରା ରାଜ୍ୟରେ ପୁଲିସ ନିନ୍ଦା ଅପବାଦ ମୁଣ୍ଡାଇ ଚାଲିଥିବା ବେଳେ ନୟାଗଡ଼ ପୁଲିସକୁ ଶନିଦଶା ପଡ଼ିଥିବା ଚର୍ଚ୍ଚା ହେଉଛି। ଜୁଲାଇ ୧୦ତାରିଖ ରାତି ୨ଟା ସମୟରେ ରଣପୁର କୋର୍ଟରେ କାର୍ଯ୍ୟରତ ଅତିରିକ୍ତ ପୁଲିସ ଉପନିରୀକ୍ଷକ ପ୍ରଶାନ୍ତ ପରିଡ଼ା ବଡ଼କୂଅସାହିରେ ଜଣେ ଭଦ୍ର ବ୍ୟକ୍ତିଙ୍କ ଘର ବାଡ଼ିପଟୁ ପଶିଥିଲେ। ଘର ମାଲିକ ଓ ତାଙ୍କ ପୁଅ ଜାଣି ପାରି ଶ୍ରୀ ପରିଡ଼ାକୁ ଧରି ମୋବାଇଲ୍ ଛଡ଼ାଇ ନେଇଥିଲେ। ଶ୍ରୀ ପରିଡ଼ା ପୂର୍ବରୁ ତାଙ୍କ ଘରେ ଭଡ଼ାରେ ରହୁଥିଲେ। କିନ୍ତୁ ଘର ଭଡ଼ା ନଦେଇ କିଛି ମାସ ହେଲା ଅନ୍ୟତ୍ର ନୂଆ କୋର୍ଟ ନିକଟରେ ରହୁଥିଲେ। ଶ୍ରୀ ପରିଡ଼ାକୁ ଘର ମାଲିକ ଓ ତାଙ୍କ ପୁଅ ଧରିବା ପରେ ବଡ଼କୂଅସାହି ବାସିନ୍ଦା ଉଠି ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ତେବେ ସେ କାହିଁକି ଭଦ୍ର ଲୋକଙ୍କ ଘରେ ଏତେ ରାତିରେ ପଶିଥିଲେ ସେ ନେଇ ଶ୍ରୀ ପରିଡ଼ା ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ପରେ ସାହିବାସୀଙ୍କୁ କ୍ଷମା ମାଗି ସେଠାରୁ ଛାଡ଼ ପାଇଥିଲେ।
Police: ପୁଣି ଖାକିରେ ଦାଗ, ରାତିରେ ପର ଘରେ ପଶି ପୁଲିସ ହଟହଟା
ତେବେ ଅଟକ ସମୟର ବିଭିନ୍ନ ଭିଡିଓ ଓ ଫଟୋ ସାମାଜିକ ଗଣମାଧ୍ୟମରେ ଏବେ ଘୂରି ବୁଲଥିବା ଦେଖିବାକୁ ମିଳୁଛି। ସୂଚନା ଅନୁସାରେ ପ୍ରଶାନ୍ତ ପରିଡ଼ା ପୁରୀ ଘୋଷଯାତ୍ରା ଡିୟୁଟିରେ ଯିବା ସାର୍ଟିଫିକେଟ୍ ଜୁଲାଇ ୧୦ ତାରିଖରୁ କଟା ସରିଥିଲେ ମଧ୍ୟ ସେ ରଣପୁରରେ ରହି ଏଭଳି କାଣ୍ଡ କରିବା ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ସାମାଜିକ ଗଣମାଧ୍ୟମରେ ପ୍ରଚାର ପରେ ରଣପୁର ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି। ଅପରପକ୍ଷେ ସମ୍ପୃକ୍ତ ଏଏସ୍ଆଇ ପ୍ରଶାନ୍ତ ପରିଡ଼ା କହିଛନ୍ତି ଯେ ଘର ମାଲିକଙ୍କ ବୋହୂର ରାତିରେ ମୁଣ୍ଡ ବିନ୍ଧିବା ଯୋଗୁ ତାଙ୍କ ମା’ ମୋତେ ଔଷଧ ପାଇଁ ଫୋନ୍ କରିଥିଲେ। ମୁଁ ଔଷଧ ନେଇ ଯିବା ବେଳକୁ କବାଟ ବନ୍ଦ ଥିଲା। ମୁଁ ଫୋନ୍ କରିବା ସମୟରେ ସାହି ଲୋକ ଦେଖି ଏପରି କାଣ୍ଡ ଭିଆଇଥିଲେ। କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି ଘଟଣାର ଭାଇରାଲ୍ କରିଛନ୍ତି।
Nita Ambani: ଫର୍ଚ୍ୟୁନ୍ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାରେ ନୀତା ଅମ୍ବାନୀ ୧ ନମ୍ବର

3 weeks ago
13


