Anitha Radhakrishnan Arrested: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଡିଏମକେ ବିଧାୟକ ଗିରଫ

1 month ago 12
ARTICLE AD BOX

ଚେନ୍ନାଇ: ଟିଭିକେ ଅଧ୍ୟକ୍ଷ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାରେ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଡିଏମକେ ବିଧାୟକ ଅନିତା ଆର ରାଧାକୃଷ୍ଣନଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ ତାମିଲନାଡୁ ପୁଲିସ ତାଙ୍କୁ ଗିରଫ କରିଛି। ଅଭିଯୋଗ ହୋଇଛି ଯେ, ବିଧାୟକ ସାର୍ବଜନୀନ ମଞ୍ଚରୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ ଆପତ୍ତିଜନକ ଓ ଅପମାନଜନକ ମନ୍ତବ୍ୟ ଦେଇଥିଲେ।

 ଜୁନ୍‌ ୨୦ ତାରିଖରେ ଅଥୁରରେ ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଷଣ ଦେବାସମୟରେ ରାଧାକ୍ରିଷନ୍‌ ବିଜୟଙ୍କ ନାଁରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଏକ ମାମଲା ରୁଜୁ ହୋଇଥିଲା। ଗିରଫ ହେବା ଆଶଙ୍କା କରି ରାଧାକ୍ରିଷ୍ଣନ ମାଡ୍ରାସ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଥିଲେ। ତେବେ କୋର୍ଟ ଶୁକ୍ରବାର ତାଙ୍କ ଆବେଦନ ଖାରଜ କରିଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ବିଧାୟକ ବିକାଶ କାର୍ଯ୍ୟ ଯାଞ୍ଚ କରିବାକୁ ସରକାରୀ କାର୍ଯ୍ୟାଳୟକୁ ଯାଇଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା।

ଖାଇକୁ ଖସିଲା ଯାତ୍ରୀବାହି ବସ୍‌, ୪୦ ମୃତ , ୮ ଆହତ

ପୁଲିସ ତାଙ୍କୁ ଗିରଫ କରିବା ସମୟରେ ଡିଏମକେ କର୍ମୀମାନେ ପୁଲିସ କର୍ମଚାରୀଙ୍କୁ ଘେରି ଯାଇଥିଲେ ଏବଂ ତାଙ୍କୁ ପୁଲିସ ଗାଡ଼ିରେ ନେଇଯିବାରୁ ବାରଣ କରିବାକୁ ଚେଷ୍ଟା କରିଥିଲେ। ଦଳୀୟ କର୍ମୀମାନେ ଟିଭିକେ ସରକାରଙ୍କ ବିରୋଧରେ ମଧ୍ୟ ସ୍ଲୋଗାନ ଦେଇଥିଲେ। ପରେ ରାଧାକୃଷ୍ଣନଙ୍କୁ ତିରୁଚେନ୍ଦୁର ନିକଟସ୍ଥ ଅଥୁର ପୁଲିସ ଷ୍ଟେସନରେ ଅଟକ ରଖାଯାଇଥିଲା। ନିକଟରେ ଟିଭିକେ ସରକାର ରାଜ୍ୟପାଳ ଆର୍‌ଏନ୍‌ ରବି ଆର୍ଲେକରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ରୁଜୁ ମନି ଲଣ୍ଡରିଂ ମାମଲାରେ ରାଧାକ୍ରିଷ୍ଣନ ଓ ଭି ସେନ୍ଥିଲ ବାଲାଜୀଙ୍କ ବିରୋଧରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.