Angul Tragedy: ଭିଣୋଇ ଦଶାହ ତୁଠରେ ଶାଳକଙ୍କ ନଦୀରେ ବୁଡ଼ି ମୃତ୍ୟୁ

3 days ago 4
ARTICLE AD BOX

ଅନୁଗୋଳ:  ଭିଣୋଇଙ୍କ ଦଶାହ କର୍ମ ପାଇଁ ତୁଠକୁ ଯାଇଥିଲେ ଶାଳକ। ଶୁଦ୍ଧି ହୋଇ ଫେରିଥାନ୍ତେ। ହେଲେ ଶବ ହୋଇ ଫେରିଲେ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ବ୍ଲକ୍‌ ତୁମୁଣି ଗାଁରେ। ଗାଁ ନିକଟରେ ଥିବା ମାତେଳିଆ ନାଳରେ ଭାସି ଜୁକୁବୁ ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ବିମଳ କିଶୋର ସାହୁ ପ୍ରାଣ ହରାଇଛନ୍ତି। ଏହାକୁ ନେଇ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ଏପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଲୋକ ରାସ୍ତାରୋକ କରିଛନ୍ତି।

Newspaper Vendor Swept Away ବନ୍ୟା ପାଣିରେ ଭାସିଗଲେ ସମ୍ବାଦ ଖବର କାଗଜ ବିକ୍ରେତା ସୃଷ୍ଟିଧର

ସୂଚନା ଅନୁସାରେ, ତୁମୁଣି ଗାଁର ଗିରିଶ ବିଶ୍ୱାଳଙ୍କ ସୋମବାର ଦଶାହ କର୍ମ ଥିଲା। ଗ୍ରାମବାସୀ ଓ ବନ୍ଧୁବାନ୍ଧବ ଶୁଦ୍ଧି ହେବା ପରେ ଗାଁ ପାଖରେ ଯାଇଥିବା ମାତେଳିଆ ନାଳ ନିକଟକୁ ଯାଇଥିଲେ। ଦଶାହ କର୍ମକୁ ଯାଇଥିବା ଗିରିଶଙ୍କ ଶାଳକ ବିମଳ କିଶୋର ସାହୁ(୪୫) ନାଳରେ ଗାଧୋଉଥିବା ବେଳେ ନାଳର ସ୍ରୋତରେ ପଡ଼ି ଯାଇଥିଲେ। ପାଣି ତାଙ୍କୁ ଟାଣି ନେଇଥିଲା। ସ୍ରୋତରେ ଭାସି ଯାଇ ତଳ ପାଖରେ ନିର୍ମାଣ ହୋଇଥିବା ଅସ୍ଥାୟୀ ବାଇପାସ୍‌ ରାସ୍ତାର ହ୍ୟୁମ୍‌ ପାଇପ୍‌ ଭିତରେ ସେ ପଶି ଯାଇଥିଲେ। ଏଣୁ ଲୋକମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଜେସିବି ସହାୟତାରେ ଉଦ୍ଧାର କରିଥିଲା। କିନ୍ତୁ, ସେତେବେଳକୁ ବିମଳଙ୍କ ମୃତ୍ୟୁ ହୋଇ ସାରିଥିଲା। ବନ୍ତଳା ଥାନା ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

Birthday invitation: ଝିଅ ଜନ୍ମଦିନ ପାଇଁ ନିମନ୍ତ୍ରଣ କରି ଫେରୁଥିଲେ: ବାପା, ଡ୍ରାଇଭର ଭାସିଗଲେ , ଉଦ୍ଧାର କଲେ ଯୁବକ

ମୃତଦେହ ରାସ୍ତାରେ ରଖି ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଗାଁ ଲୋକ ଦାବି କରିଥିଲେ। ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ଗାଁ ଲୋକ ଅଭିଯୋଗ କରିଛନ୍ତି, ତୁମୁଣି ଗାଁ ଦେଇ ଯାଇଥିବା ମାତେଳିଆ ନାଳରେ ୮ ମାସ ହେଲା ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ବି କାମ ଆଗେଇ ପାରିନି। ଏପଟେ ଯାତାୟାତ ପାଇଁ ତିଆରି ହୋଇଥିବା ଡାଇଭର୍ସନ ରାସ୍ତା କାମ ନିମ୍ନମାନର ହୋଇଛି। ଦୁଇଟି ହ୍ୟୁମ୍‌ ପାଇପ ପକାଯାଇଥିବା ଡାଇଭର୍ସନ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଲୋକେ ନାଳ ପାର ହେଉଛନ୍ତି। ତେଣୁ ତୁରନ୍ତ ସେତୁ କାମ ସାରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.