Anganwadi: ଭଡ଼ାଘରେ ବନ୍ଧାପଡ଼ିଛି ପିଲାଙ୍କ ଭବିଷ୍ୟତ, ୨୧୯ ଅଙ୍ଗନବାଡ଼ିର ନିଜସ୍ବ ଗୃହ ନାହିଁ

2 weeks ago 8
ARTICLE AD BOX

ରାଉରକେଲା (ମଳୟ ରଂଜନ ସାହୁ): ସୁନ୍ଦରଗଡ଼ ଜିଲ୍ଲାର କୌଣସି ଉପାନ୍ତ ବ୍ଲକ ଅଞ୍ଚଳ ନୁହେଁ। ସ୍ମାର୍ଟସିଟି ରାଉରକେଲାରେ କୋମଳମତି ଶିଶୁଙ୍କ ଶିକ୍ଷାର ବିକଳଚିତ୍ର ସମସ୍ତଙ୍କୁ ଚିକିତ କରିଛି। କେଉଁଠି ପରଘର ବାରଣ୍ଡା ତ ଅନ୍ୟ କେଉଁଠି କମ୍ୟୁନିଟି ହଲ୍‌ରେ ଶିଶୁଙ୍କ ଭବିଷ୍ୟତ ଗଢ଼ାଯାଉଛି। ବିଭିନ୍ନ ବିଭାଗର ଗୃହ ନିର୍ମାଣ କରିବାକୁ ପାଣ୍ଠି ଆସୁଛି। ହେଲେ ବିଭାଗ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ବୟ ଅଭାବରୁ ଗୃହ ନିର୍ମାଣ ହୋଇନ ପାରି ଟଙ୍କା ଫେରିଯାଉଛି। ସହରରେ ମୋଟ ୨୭୫ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଏଥିରୁ ୨୧୯ଟି ନିଜସ୍ବ ଗୃହ ନାହିଁ। ସରକାର ବଦଳିବା ପରେ ସ୍ଥିତି ଯେମିତିକୁ ସେମିତି। ଏଭଳି ଉଦ୍‌ବେଗଜନକ ସ୍ଥିତି ଯୋଗୁ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି।

Bail Rejected: ହାଇକୋର୍ଟ ଏଏସ୍‌ଓ ନିଯୁକ୍ତି ପରୀକ୍ଷା ଅନିୟମିତତା ମାମଲା, ୧୪ ଅଭିଯୁକ୍ତଙ୍କ ଜାମିନ ଖାରଜ

ସହରର ରାଉରକେଲା ଶିଳ୍ପାଞ୍ଚଳ ଓ ରାଉରକେଲା ସହରାଞ୍ଚଳରେ ଦୁଇଟି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି। ଶିଳ୍ପାଞ୍ଚଳରେ ମୋଟ ୧୧୫ଟି ଅଙ୍ଗନବାଡ଼ି କେନ୍ଦ୍ରରେ ୧୧୬୮ ଶିଶୁ ପାଠ ପଢୁଛନ୍ତି। ଅର୍ଥାତ୍‌ ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରକୁ ମାତ୍ର ୮ରୁ ୧୦ ପିଲା ଆସୁଛନ୍ତି।‌ ସେହି ସମାନ ସ୍ଥିତି ରାଉରକେଲା ସହରାଞ୍ଚଳ ପ୍ରକଳ୍ପ କାର୍ଯ୍ୟାଳୟ ଅଧୀନରେ। ଏଠାରେ ୧୨୪୧ ପୁଅ ଓ ୧୨୪୦ ପୁଅ ଏମିତି ମୋଟ ୨୪୮୧ ଶିଶୁ ପାଠ ପଢୁଛନ୍ତି। ଏଥି ମଧ୍ୟରେ ରହିଛି ପ୍ଲାଣ୍ଟସାଇଟ୍‌ ଅଞ୍ଚଳରେ ୫୬୯, ବାସନ୍ତୀକଲୋନିରେ ୫୩୭, ମଧୁସୂଦନପାଲି ଅଞ୍ଚଳରେ ୫୪୨, ଟିମ୍ବରକଲୋନିରେ ୫୨୪, ବନ୍ଧମୁଣ୍ଡା ଅଞ୍ଚଳରେ ୩୦୯ କୋମଳମତି ଶିଶୁ ପଢ଼ୁଛନ୍ତି।

କୌଣସି ପଦକ୍ଷେପ ନିଆଯାଉନି

ଭିତ୍ତିଭୂମି ନଥିବାରୁ ସରକାର ଯେତେଯୋଜନା କଲେ ମଧ୍ୟ ଅଭିଭାବକମାନେ ପିଲାଙ୍କୁ ଅଙ୍ଗନବାଡ଼ି ପରିବର୍ତ୍ତେ ଘରୋଇ ବିଦ୍ୟାଳୟକୁ ପଠାଇବାକୁ ବାଧ୍ୟ ହେଉଛନ୍ତି। ସେମିତି ରାଉରକେଲା ସହରାଞ୍ଚଳରେ ୧୩୭ ଅଙ୍ଗନବାଡ଼ିର ଘର ନଥିବାରୁ ଭଡ଼ାଘରେ, କମ୍ୟୁନିଟି ହଲ୍‌, ବାରଣ୍ଡାରେ ବର୍ଷ ବର୍ଷ ଧରି ଚାଲୁଛି। ପାଠପଢ଼ାରେ ବାଧା ଉପୁଜିଥିବାରୁ ବିଭାଗୀୟ ଅଧିକାରୀ ଅଙ୍ଗନବାଡ଼ି ନିର୍ମାଣ ସମ୍ପର୍କରେ ଅନେକଥର ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଚିଠି ଲେଖିଛନ୍ତି। ଏହା ସତ୍ତ୍ବେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନି। ପାୱାରହାଉସ୍‌ ରୋଡ, ମଧୁସୂଦନପାଲି -୪, ଗଙ୍ଗାଧରପାଲି ବସ୍ତି, ବିବେକାନନ୍ଦ ବସ୍ତି, ବନ୍ଧମୁଣ୍ଡାର ବାହାଗଡ଼ ବିଧାୟକ ଓ ତ୍ର‌ୟୋଦଶ ଅର୍ଥ କମିସନ ପାଣ୍ଠିରୁ ନିର୍ମାଣ କରାଯାଇଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଆର୍‌ଏସ୍‌ପି ସମ୍ପ୍ରସାରଣ ଓ ବିଭିନ୍ନ କାରଣରୁ ଭାଙ୍ଗି ଦିଆଯାଇଛି। ଏସବୁ ନିଜସ୍ବ ଗୃହରେ ପାଠ ପଢ଼ୁଥିବା କୋମଳମତି ଶିଶୁମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି ସତ କିନ୍ତୁ ଅଭିଭାବକମାନେ ଘରୋଇ ବିଦ୍ୟାଳୟରେ ପଢ଼ାଇବାକୁ ବାଧ୍ୟ ‌ହେଉଛନ୍ତି। ଯଦି ରାଉରକେଲା ସହରର ଚିତ୍ର ଏମିତି, ତେବେ ସୁନ୍ଦରଗଡ଼ ଉପାନ୍ତ ବ୍ଲକରେ କୋମଳମତି ଶିଶୁଙ୍କ ଭବିଷ୍ୟତ କେମିତିି ଗଢ଼ାଯାଉଥିବ, ଏଥିରୁ ବାରିହୋଇପଡୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.