Anganwadi Building ୩୪ବର୍ଷ ଧରି ପରପିଣ୍ଡାରେ ଚାଲିଛି ବଡ଼ରମ୍ପାସ ଅଙ୍ଗନବାଡ଼ି

3 weeks ago 10
ARTICLE AD BOX

ହାଟଡିହି: କେନ୍ଦୁଝରଜିଲ୍ଲା ହାଟଡିହି ବ୍ଲକ୍‌ ବଡ଼ରମ୍ପାସ ଅଙ୍ଗନବାଡି-୧ କେନ୍ଦ୍ର ଗତ ୩୫ବର୍ଷ ଧରି ପରପିଣ୍ଡାରେ ଚାଲିଛି। ଅଙ୍ଗନବାଡ଼ି କେନ୍ଦ୍ର ନିମନ୍ତେ ଏକ ସ୍ଥାୟୀ ନୂତନ ଘର ନିର୍ମାଣ ନିମନ୍ତେ ସ୍ଥାନୀୟ ବାସିନ୍ଦା ଅନେକ ଥର ଦାବି କରିଥିଲେ ମଧ୍ୟ ତାହା ଅପୂରଣ ହୋଇ ରହିଛି। 

ସୂଚନାନୁସାରେ, ଅଙ୍ଗନବାଡି -୧  କେନ୍ଦ୍ରଟି ୧୯୯୨ ମସିହାରେ ସ୍ଥାପିତ ହୋଇଛି। ସମ୍ପ୍ରତି ଏଠାରେ ୫୦ରୁ ଊର୍ଦ୍ଧ୍ବ ପିଲା ଶିକ୍ଷାଲାଭ କରି ଆସୁଛନ୍ତି। ଅଙ୍ଗନବାଡି କର୍ମୀ ଭାର୍ଗବି ସ୍ବାଇଁ କହିଛନ୍ତି, ଆଜି ଜଣଙ୍କ ବାରଣ୍ଡା ତ କାଲି ଆଉ କାହା ଖଳାବାଡିର ଗଛ ମୂଳେ କୁନି କୁନି ପିଲାଙ୍କୁ ବସାଇ ଶିକ୍ଷାଦାନ କରାଯାଉଛି। ସେହିପରି ରୋଷେଇ ମଧ୍ୟ ଗାଁଲୋକଙ୍କ ଘରେ ପ୍ରସ୍ତୁତି କରି ଆଣି ଛୁଆଙ୍କୁ ଦିଆଯାଉଛି। ଅଙ୍ଗନବାଡ଼ି ସହାୟିକା ରମା ବେହେରା କହିଛନ୍ତି, କେହି ଦୟା ଦେଖାଇ ନିଜ ରୋଷେଇଘର ଛାଡିଲେ  ସେହିଠାରେ ପିଲାଙ୍କ ପାଇଁ ଖାଦ୍ଯ ପ୍ରସ୍ତୁତ  କରିଥାନ୍ତି। ବର୍ଷା ଦିନେ ଅନେକ ଅସୁବିଧା ଭୋଗୁଥିବା ବେଳେ ପ୍ରାୟ ସମୟରେ ଖାଦ୍ୟପେୟ ପ୍ରସ୍ତୁତ କରାଯାଇ ପାରୁନଥିବା ସେ କହିଛନ୍ତି। 

Incomplete Anganwadi Centre ଅଙ୍ଗନବାଡ଼ି କେନ୍ଦ୍ର ଅଧାପନ୍ତରିଆ, ଭଙ୍ଗା ଭଡ଼ାଘରେ ଚାଲିଛି ପ୍ରାକ୍‌ ଶିକ୍ଷା

ବଡ଼ରମ୍ପାସ ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର କୁମାର ଜେନା କହିଛନ୍ତି, ସରପଞ୍ଚ ହେବା ଦିନ ଠାରୁ ଏହି ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ ବାବଦରେ ବାରମ୍ବାର ସିଡିପିଓ, ବିଡିଓ, ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ଅଳ୍ପ ଦିନ ଭିତରେ ଅଙ୍ଗନବାଡି ଗୃହ ଯୋଗାଇ ଦିଆଯିବ ବୋଲି ସମସ୍ତେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରତିଶ୍ରୁତିର ୫ବର୍ଷ ପୂରିବାକୁ ବସିଲା ହେଲେ ଘର ମିଳିଲାନି। 

Anganwadi: କେନ୍ଦ୍ରାପଡ଼ାରେ ପ୍ରାକ୍ ସ୍କୁଲ୍‌ ଶିକ୍ଷା ଏମିତି... ୪୦ ପ୍ରତିଶତ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘର ନାହିଁ

ବ୍ଲକର ଅନ୍ୟକେନ୍ଦ୍ର ମାନଙ୍କର ଗୃହନିର୍ମାଣ ପାଇଁ ଅନୁଦାନ ଆସୁଥିବା ବେଳେ କେତେକ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନଥାଇ ମଧ୍ୟ ଘର ନିର୍ମାଣ ହୋଇଛି କିନ୍ତୁ ଆମ ବେଳକୁ କେଉଁଠି ଅସୁବିଧା ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ପ୍ରଶାସନ ଏହାକୁ ଗୁରୁତ୍ୱ ନଦିଏ ତେବେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି। 
ଏ ସମ୍ପର୍କରେ ହାଟଡିହି ବ୍ଲକର ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ଉମାମଣୀ ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତିଯେ ଏ ସମ୍ପର୍କରେ ବିଡିଓଙ୍କୁ ଜଣାଇଛୁ,  କିଛି ଘର ପାଇଁ ଅନୁଦାନ ଆସିଛି, ଆଉ କିଛି ରହି ଯାଇଛି ଅନୁଦାନ ଆସିଲେ ବଡ଼ରମ୍ଫାସ ଅଙ୍ଗନବାଡି-୧ ପ୍ରତି ପ୍ରାଥମିକତା ଦେବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.