Andhra idli: ବରଗଡ଼ ଚାଉଳରେ ଆନ୍ଧ୍ର ଇଡ୍‌ଲି: ପ୍ରତିବର୍ଷ ଯାଉଛି ଶତାଧିକ ଧାନ ଟ୍ରକ୍‌

4 weeks ago 12
ARTICLE AD BOX

ସୁଦୀପ୍ତ ଷଡ଼ଙ୍ଗୀ

ବରଗଡ଼: ବରଗଡ଼ ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ ଧାନ ଚାଲାଣ ହେଉଛି। ସେଠାକାର ବ୍ୟବସାୟୀ ଆସି ଏଠାରୁ ଧାନ ନେଇ ଯାଉଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଉଛି। କିନ୍ତୁ ପ୍ରକୃତ କଥା ବୁଝିବାକୁ କେହି ଚେଷ୍ଟା କରୁନାହାନ୍ତି। ଯଦି ଜଣେ ଚାଷୀ ସରକାରୀ ମଣ୍ଡିରେ ଧାନବିକ୍ରି କରି ନ ପାରି ଆନ୍ଧ୍ର ବେପାରୀକୁ ଦେଉଛି, ତା’ହେଲେ କ୍ଷତି କ’ଣ? ଘରେ ପଡ଼ିରହି ନଷ୍ଟ ହେବା ବଦଳରେ ବେପାରୀଙ୍କୁ ବିକ୍ରି କରି ଦି’ ପଇସା ପାଇବା ଠିକ୍‌ ମଣୁଛନ୍ତି ଚାଷୀ। ବରଗଡ଼ ଜିଲ୍ଲାର ସେହି ଧାନ ଆନ୍ଧ୍ରରେ କ’ଣ ହେଉଛି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ। ଆନ୍ଧ୍ରରେ ତିଆରି ହେଉଥିବା ଇଡ୍‌ଲି, ଦୋସାରେ ବରଗଡ଼ ଜିଲ୍ଲାର ଚାଉଳକୁ ବ୍ୟବହାର କରାଯାଇଥାଏ ବୋଲି ବେପାରୀମାନେ କହିଛନ୍ତି। ବରଗଡ଼ରୁ ଧାନ ନେଇ ତାହା ଖୁଦ କରିବା ପରେ ଇଡ୍‌ଲିରେ ବ୍ୟବହାର ହୋଇଥାଏ। ଏଭଳି ପ୍ରତିବର୍ଷ ବରଗଡ଼ ଜିଲ୍ଲାରୁ ଶତାଧିକ ଧାନ ଟ୍ରକ୍‌ ଆନ୍ଧ୍ର ଯାଇଥାଏ।

UDAN Scheme: ଯୋଧପୁର ବିମାନବନ୍ଦରର ନୂଆ ଟର୍ମିନାଲ ବିଲ୍‌ଡିଂ ଉଦ୍‌ଘାଟିତ

ପ୍ରତିବର୍ଷ ଯାଉଛି ଶତାଧିକ ଧାନ ଟ୍ରକ୍‌, ଉପକୃତ ହେଉଛନ୍ତି ଟୋକନ୍‌ ନଥିବା ଚାଷୀ

ଓଡ଼ିଶାର ଭାତହାଣ୍ଡି ଭାବେ ବରଗଡ଼ ଜିଲ୍ଲା ପରିଚିତ। ଏଠାରୁ ପ୍ରଚୁର ପରିମାଣରେ ଧାନ ଅମଳ ହେଉଛି। କିନ୍ତୁ ସରକାର ସମସ୍ତ ଧାନ କ୍ରୟ କରି ପାରୁନାହାନ୍ତି। ଚଳିତ ରବିରେ ବରଗଡ଼ ଜିଲ୍ଲାରେ ୧ ଲକ୍ଷ ୫ ହଜାର ୪୯୪ ଜଣ ଚାଷୀ ଧାନବିକ୍ରି କରିବା ପାଇଁ ପଞ୍ଜୀକରଣ କରିଥିଲେ। ଏବେ ବି ପ୍ରାୟ ୫ ହଜାର ଚାଷୀଙ୍କ ଧାନବିକ୍ରି ହୋଇନାହିଁ। ସେହି ଚାଷୀଙ୍କ ଧାନ ସରକାର ନ କିଣିଲେ ଶେଷରେ ଚାଷୀ ଆନ୍ଧ୍ର ବେପାରୀଙ୍କୁ ତାହା ବିକ୍ରି କରି ଦେଉଛନ୍ତି। ଅଧିକ ଅମଳ କରୁଥିବା ଚାଷୀ ମଧ୍ୟ ବେପାରୀଙ୍କୁ ଦେଉଛନ୍ତି। ଏବେ ବରଗଡ଼ରୁ ଆନ୍ଧ୍ର ଅଭିମୁଖେ ଧାନଭର୍ତ୍ତି ଟ୍ରକ୍‌ ଯାଉଛି। ବିଶେଷ କରି ‌ଗୋଡ଼ଭଗା, ଅତାବିରା, ଭେଡ଼େନ, ଭଟଲି, ବରପାଲି ଓ ବରଗଡ଼ ଉପକଣ୍ଠ ଇଲାକାରୁ ବେପାରୀ ଧାନ ନେଉଛନ୍ତି। ଖୋଦ୍‌ ଆନ୍ଧ୍ର ବେପାରୀ ଟ୍ରକ୍‌ ନେଇ ଚାଷୀଙ୍କ ନିକଟରେ ପହଞ୍ଚୁଛନ୍ତି। ଏବେ କ୍ବିଣ୍ଟାଲ୍‌ ପିଛା ୧୮ରୁ ୧୯ ଶହ ଟଙ୍କା ଦେଇ ଆନ୍ଧ୍ର ବେପାରୀଙ୍କୁ ଧାନବିକ୍ରି କରୁଥିବା ଜଣେ ଚାଷୀ କହିଛନ୍ତି। ବିଭିନ୍ନ ସମୟରେ ଏହି ଦର ୨୨ରୁ ୨୩ ଶହ ଟଙ୍କା ପର୍ଯ୍ୟନ୍ତ ଛୁଇଁଥାଏ। ସେପଟେ ଆନ୍ଧ୍ର ବେପାରୀ ବିନା କଟ୍‌ନି ଛଟ୍‌ନିରେ ଚାଷୀଙ୍କୁ ତୁରନ୍ତ ଟଙ୍କା ଦେଇଥାନ୍ତି। ଏଣୁ ଚାଷୀ ଘରେ ଧାନ ପକାଇ ରଖିବା ଅପେକ୍ଷା ଆନ୍ଧ୍ର ବେପାରୀଙ୍କୁ ଦେବାଲାଗି ପସନ୍ଦ କରୁଛନ୍ତି। ଏ ସମ୍ପର୍କରେ ଚାଷୀନେତା ରମେଶ ମହାପାତ୍ର ଓ ବୀରେନ୍ଦ୍ର କର କହିଛନ୍ତି ଯେ ଆନ୍ଧ୍ରକୁ ଯାଉଥିବା ବରଗଡ଼ର ଧାନରୁ ଚାଉଳ କରି ଇଡ୍‌ଲିରେ ବ୍ୟବହାର କରାଯାଉଛି। ଏପରିକି ଚୁଡ଼ା ମଧ୍ୟ ପ୍ରସ୍ତୁତ କରାଯାଉଛି। ବରଗଡ଼ର ଚାଉଳକୁ ଆନ୍ଧ୍ରରେ ପସନ୍ଦ କରାଯାଏ ବୋଲି ଉଭୟ କହିଛନ୍ତି।

Donald Trump: ଭାରତର ଆର୍ଥିକ ବିକାଶକୁ ପ୍ରଶଂସା କଲେ ଟ୍ରମ୍ପ

Read Entire Article
LEFT SIDEBAR AD

Hidden in mobile, Best for skyscrapers.