Ananya's breakup: ଅନନ୍ୟାଙ୍କ ବ୍ରେକ୍‌ଅପ୍‌

2 weeks ago 10
ARTICLE AD BOX

ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଥରେ ଆଲୋଚନା ଦାନା ବାନ୍ଧିଛି। ଦୁଇ ବର୍ଷର ସଂପର୍କ ପ‌ରେ ସେ ତାଙ୍କର ବୟଫ୍ରେଣ୍ଡ୍‌ ୱାକର ବ୍ଲାଙ୍କୋଠାରୁ ଅଲଗା ହୋଇଯାଇଛନ୍ତି। ଯଦିଓ ବ୍ରେକ୍-ଅପ୍‌ ବାବଦରେ ଦୁହେଁ ମୁହଁ ଖୋଲି ନାହାନ୍ତି, କିନ୍ତୁ କଥାଟି ସେମାନଙ୍କ ନିକଟତମ ମହଲରୁ ହିଁ ଆସିଛି। ଗତ ସପ୍ତାହରେ ଦୁହେଁ ପାରସ୍ପରିକ ବୁଝାମଣାରେ ସଂପର୍କ ଛିନ୍ନ କରିଛନ୍ତି। ଆଉ ଦୁହିଁଙ୍କ ମଧ୍ୟରେ କୌଣସି ବିବାଦ ନଥିବା ବି ଜଣାପଡ଼ିଛି। ୨୦୨୪ ମସିହାରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରିୱେଡିଂ ସେଲିବ୍ରେସନ୍‌ ସମୟରେ ଦୁହିଁଙ୍କ ମଧ୍ୟରେ ପରିଚୟ ହୋଇଥିଲା ଓ ପରେ ସଂପର୍କ ସ୍ଥାପନ ହୋଇଥିଲା। 

Raksha bandhan: ପ୍ରତିବର୍ଷ ସହିଦ ବୀରମାନଙ୍କ ପ୍ରତିମୂର୍ତ୍ତିରେ ରାଖୀ ବାନ୍ଧିଥାଏ ଭଉଣୀ

ଏହାପରେ ଦୁହେଁ ଡେଟିଂ କରୁଥିଲେ। ଅନନ୍ୟାଙ୍କ ଜନ୍ମଦିନରେ ୱାକର ଇନ୍‌ଷ୍ଟାଗ୍ରାମ୍‌ରେ ଜନ୍ମଦିନର ଶୁଭେଚ୍ଛା ସହ ‘ଅାଇ ଲଭ୍‌ ୟୁ ଆନି’ ଲେଖିବା ପରେ ଦୁହେଁ ସଂପର୍କରେ ଅଛନ୍ତି ବୋଲି ସମସ୍ତେ ଧରିନେଇଥିଲେ। ଚିକାଗୋରେ ମଡେଲିଂ କରୁଥିବା ୱାକର୍‌ଙ୍କ ପୂର୍ବରୁ ଅନନ୍ୟା ଦୀର୍ଘ ବର୍ଷ ଧରି ବଲିଉଡ୍‌ ଅଭିନେତା ଆଦିତ୍ୟ ରଏ କପୁରଙ୍କ ସହ ସଂପର୍କରେ ଥିଲେ। ଯଦିଓ ଦୁହେଁ କେବେ ଏହା ସର୍ବସାଧାରଣ କରିନଥିଲେ, ତଥାପି ପାର୍ଟିଫଙ୍କସନ୍‌ରେ ଏକାଠି ଦେଖିବାକୁ ମିଳୁଥିଲେ। ଉଲ୍ଲେଖଯୋଗ୍ୟ, ଅନନ୍ୟାଙ୍କୁ ଦର୍ଶକ ନିକଟରେ ‘ଚାନ୍ଦ ମେରା ଦିଲ୍‌’ ଛବିରେ ଲକ୍ଷ୍ୟ ଲାଲ୍‌ୱାନିଙ୍କ ବିପକ୍ଷରେ ଦେଖିବାକୁ ପାଇଥିଲେ। ଆଗକୁ ପ୍ରାଇମ୍‌ ଭିଡିଓର ଲୋକପ୍ରିୟ ସୋ’ ‘କଲ୍‌ ମି ବେ’ ସିଜିନ୍‌-୨ରେ ତାଙ୍କୁ ଦେଖିବାକୁ ମିଳିବ।

Rourkela Circuit house Case ପ୍ରକାଶ ପାଶୱାନଙ୍କ ଆଉ ୨ ସହଯୋଗୀ ଗିରଫ, ଡିଲ୍‌ କରୁଥିଲେ ବଟି

Read Entire Article
LEFT SIDEBAR AD

Hidden in mobile, Best for skyscrapers.