Anahat Singh: ବିଶ୍ବ କନିଷ୍ଠ ସ୍କ୍ବାସ୍‌ ସେମିରେ ଆନାହତ

1 week ago 5
ARTICLE AD BOX

ଭାରତର ଶୀର୍ଷ ମାନ୍ୟତାପ୍ରାପ୍ତ ସ୍କ୍ବାସ୍‌ ଖେଳାଳି ଆନାହତ ସିଂହ ଏଠାରେ ଚାଲିଥିବା ବିଶ୍ବ ସ୍କ୍ବାସ କନିଷ୍ଠ ପ୍ରତିଯୋଗିତାର ବ୍ୟକ୍ତିଗତ ବର୍ଗର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

 (google) Photograph: (google)

ଓନ୍‌ଟାରିଓ (କାନାଡା): ଭାରତର ଶୀର୍ଷ ମାନ୍ୟତାପ୍ରାପ୍ତ ସ୍କ୍ବାସ୍‌ ଖେଳାଳି ଆନାହତ ସିଂହ ଏଠାରେ ଚାଲିଥିବା ବିଶ୍ବ ସ୍କ୍ବାସ କନିଷ୍ଠ ପ୍ରତିଯୋଗିତାର ବ୍ୟକ୍ତିଗତ ବର୍ଗର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର କ୍ବାର୍ଟରଫାଇନାଲ୍‌ରେ ବିଶ୍ବର ୨୦ ନମ୍ବର ଆନାହତ ୧୧-୭, ୧୧-୫, ୬-୧୧, ୧୧-୯ରେ ଇଜିପ୍ଟର ହବିବା ରିଜ୍‌କଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ଗତ ଥରର କାଂସ୍ୟ ବିଜୟିନୀ ଆନାହତ ପ୍ରଥମ ଭାରତୀୟ ଭାବେ ଲଗାତାର ବିଶ୍ବ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି। ସେମିଫାଇନାଲ୍‌ରେ ସେ ଇଜିପ୍ଟର ବାର୍ବ ସାମେହଙ୍କୁ ଭେଟିବେ।

ଆହୁରି ପଢ଼ନ୍ତୁ: ମଣିପୁର ହିଂସା: ମାମଲାର ଶୀଘ୍ର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ଗଠନ କରିବାକୁ ଉଚ୍ଚତମ ନ୍ୟାୟାଳୟଙ୍କ ପ୍ରସ୍ତାବ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.