'An artificial distinction: ‘ଗିରଫ ଓ ଅଟକ ମଧ୍ୟରେ କୃତ୍ରିମ ପାର୍ଥକ୍ୟ ସମ୍ବିଧାନ ବିରୋଧୀ’

53 minutes ago 1
ARTICLE AD BOX

ନୂଆଦିଲ୍ଲୀ: କୌଣସି ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖିବା ଓ ଔପଚାରିକ ଭାବେ ଗିରଫ କରିବା ମଧ୍ୟରେ କୃତ୍ରିମ ପାର୍ଥକ୍ୟ ଦେଖାଇବା ସାମ୍ବିଧାନିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ। ଜଣେ ବ୍ୟକ୍ତିଙ୍କ ସ୍ୱାଧୀନତା ଉପରେ କଟକଣା ଲାଗିବା କ୍ଷଣି ତାଙ୍କୁ ନିକଟତମ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରିବା ପାଇଁ ୨୪ ଘଣ୍ଟାର ସମୟସୀମା ଆରମ୍ଭ ହେବ। ପୁଲିସ କେବେ ଔପଚାରିକ ଭାବେ ଗିରଫ ଦର୍ଶାଇଲା, ତାହା ଗୁରୁତ୍ୱ ରଖିବ ନାହିଁ ବୋଲି ଗୁରୁବାର କହିଛନ୍ତି ସୁପ୍ରିମ୍‌କୋର୍ଟ। ଏଥି ସହ ଅଦାଲତ କହିଛନ୍ତି ଯେ ଅଟକ ସମୟଠାରୁ ୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ନିକଟସ୍ଥ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯାଇ ନ ଥିଲେ, ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ହେବ। 

‘ଅଭିଯୁକ୍ତଙ୍କୁ ହାଜର କରାଇବା ପାଇଁ ୨୪ ଘଣ୍ଟାର ସମୟସୀମା ଅଟକ ରଖିବା ମୁହୂର୍ତ୍ତରୁ ଆରମ୍ଭ’

ଜଷ୍ଟିସ୍‌ ଉଜ୍ଜ୍ୱଳ ଭୂୟାଁ ଓ ଜଷ୍ଟିସ୍‌ ଅତୁଲ ଏସ୍‌ ଚନ୍ଦୁରକରଙ୍କ ଖଣ୍ଡପୀଠ କହିଛନ୍ତି, ସମ୍ବିଧାନର ଧାରା ୨୨(୨) ଅନୁଯାୟୀ ଅଟକ ରଖାଯାଇଥିବା ବ୍ୟକ୍ତିଙ୍କୁ ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରିବା ବାଧ୍ୟତାମୂଳକ। ଏହି ସମୟ ଗଣନାରେ କେବଳ ଅଟକ ସ୍ଥାନରୁ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତ ପର୍ଯ୍ୟନ୍ତ ଯାତ୍ରା ପାଇଁ ଆବଶ୍ୟକ ସମୟକୁ ବାଦ୍‌ ଦିଆଯାଇପାରିବ। ତଦନ୍ତ, ପଚରାଉଚରା, ତଲାସି କିମ୍ବା ଜବତ ପାଇଁ ଲାଗିଥିବା ସମୟକୁ ବାଦ୍‌ ଦେବାର ବ୍ୟବସ୍ଥା ନାହିଁ। ଔପଚାରିକ ଗିରଫ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ସ୍ୱାଧୀନତାକୁ ସାମୟିକ ଭାବେ ହରଣ କରାଯାଇପାରିବ ବୋଲି ଯୁକ୍ତି ଦର୍ଶାଇବା ସମ୍ପୂର୍ଣ୍ଣ ଅସାମ୍ବିଧାନିକ। 

ତ୍ରିପୁରାରେ ନିଶାଦ୍ରବ୍ୟ ନିୟନ୍ତ୍ରଣ ଆଇନ (ଏନ୍‌ଡିପିଏସ୍‌) ଅନୁଯାୟୀ ରୁଜୁ ଏକ ମାମଲାରେ ଚାରିଜଣ ଅଭିଯୁକ୍ତଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ଏହାଦ୍ୱାରା ଅଭିଯୁକ୍ତଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହୋଇଛି। ଏଥିପାଇଁ ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ ତ୍ରିପୁରା ହାଇକୋର୍ଟଙ୍କ ପୂର୍ବ ରାୟକୁ ଖାରଜ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.