ARTICLE AD BOX
ନୂଆଦିଲ୍ଲୀ: କତରର ରାଜଧାନୀ ଦୋହାରେ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ପରୋକ୍ଷ ଆଲୋଚନାରେ ‘ସକାରାତ୍ମକ ଅଗ୍ରଗତି’ ହୋଇଥିବା ମଧ୍ୟସ୍ଥିମାନେ ସୂଚନା ଦେଇଛନ୍ତି। ଉଭୟ ଦେଶର ପ୍ରତିନିଧିମାନେ ମୁହାଁମୁହିଁ ବସିନଥିଲେ ମଧ୍ୟ କତରର ମଧ୍ୟସ୍ଥତାରେ ସନ୍ଦେଶ ଆଦାନ-ପ୍ରଦାନ ମାଧ୍ୟମରେ ଆଲୋଚନା ଆଗକୁ ବଢ଼ିଥିଲା। ମଧ୍ୟସ୍ଥମାନଙ୍କ କହିବା ଅନୁସାରେ, ଆଲୋଚନା ଗଠନମୂଳକ ଥିଲା ଏବଂ କିଛି ମୁଖ୍ୟ ପ୍ରସଙ୍ଗରେ ଦୁଇ ପକ୍ଷ ପୂର୍ବ ତୁଳନାରେ ଅଧିକ ନିକଟତର ହୋଇଥିବା ସଙ୍କେତ ମିଳିଛି।
ଆହୁରି ପଢନ୍ତୁ :Venezuala: ଭେନେଜୁଏଲା ଭୂକମ୍ପର ସପ୍ତାହକ ପରେ ବି ଧ୍ୱଂସସ୍ତୂପ ତଳେ ଫସିଥିବା ଜଣେ ଲୋକ ଜୀବିତ ଅଛନ୍ତି, ଉଦ୍ଧାର ପାଇଁ ଜାରି ରହିଛି ଅଭିଯାନ
ସୂତ୍ର ଅନୁସାରେ, ଏହି ଆଲୋଚନାରେ ଇରାନର ପରମାଣୁ କାର୍ଯ୍ୟକ୍ରମ, ଆମେରିକୀୟ ପ୍ରତିବନ୍ଧକ, ଆଞ୍ଚଳିକ ସୁରକ୍ଷା ଓ ବନ୍ଦୀ ବିନିମୟ ଭଳି ବିଷୟ ଉପରେ ଆଲୋଚନା ହୋଇଛି। ଉଭୟ ପକ୍ଷ ନିଜ ନିଜ ସ୍ଥିତି ସ୍ପଷ୍ଟ କରିଥିଲେ ମଧ୍ୟ ସଂଳାପ ଜାରି ରଖିବା ପ୍ରତି ଆଗ୍ରହ ଦେଖାଇଥିବା କୁହାଯାଇଛି। ମଧ୍ୟସ୍ଥମାନେ କହିଛନ୍ତି ଯେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ଶେଷ ହେବା ପରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବ। ସେଥିପାଇଁ ଆସନ୍ତା କିଛି ଦିନ ମଧ୍ୟରେ ନୂଆ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। କତର ଉଭୟ ପକ୍ଷ ସହ ନିୟମିତ ଯୋଗାଯୋଗରେ ରହିଥିବା ବେଳେ ଆଲୋଚନାକୁ ଅବ୍ୟାହତ ରଖିବା ପାଇଁ ପ୍ରୟାସ ଜାରି ରଖିଛି।
ଆହୁରି ପଢନ୍ତୁ :Lakshmi Purana Corridor ବଳରାମ ଦାସଙ୍କ ସମାଧିପୀଠରେ ନିର୍ମାଣ ହେବ ‘ଲକ୍ଷ୍ମୀ ପୁରାଣ କରିଡର’, ବଣ୍ଟାଯିବ ୧କୋଟି ଲକ୍ଷ୍ମୀପୁରାଣ
ଆମେରିକା ପକ୍ଷରୁ କୁହାଯାଇଛି ଯେ, ଇରାନର ପରମାଣୁ କାର୍ଯ୍ୟକଳାପ ଉପରେ ସ୍ପଷ୍ଟ ଓ ଯାଞ୍ଚଯୋଗ୍ୟ ସୀମାବଦ୍ଧତା ଆବଶ୍ୟକ। ଅନ୍ୟପକ୍ଷରେ, ଇରାନ ଦୀର୍ଘଦିନ ଧରି ଲାଗୁ ରହିଥିବା ଆମେରିକୀୟ ଆର୍ଥିକ ପ୍ରତିବନ୍ଧକ ହଟାଇବାକୁ ଗୁରୁତ୍ୱ ଦେଇଆସୁଛି। ତେବେ ମଧ୍ୟସ୍ଥମାନଙ୍କ ମତରେ, ଏଥର ଆଲୋଚନାରେ ଉଭୟ ପକ୍ଷ ପରସ୍ପରର ଚିନ୍ତାକୁ ଅଧିକ ଧ୍ୟାନର ସହ ଶୁଣିଥିବାରୁ ଭବିଷ୍ୟତରେ ଚୁକ୍ତି ପାଇଁ ଏକ ଆଧାର ସୃଷ୍ଟି ହୋଇପାରେ।

1 month ago
13


