Ambulance: ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ଖଟିଆରେ ୩.୫ କିମି ବୋହିଲେ; ଆମ୍ବୁଲାନ୍ସ ପାଖକୁ ନେବାକୁ ପଡ଼ିଲା

5 days ago 7
ARTICLE AD BOX

ଗୁଡ଼ାରୀ( ମକରଧ୍ଵଜ କାଦମ୍ବାଲୁ ): ରାସ୍ତା ନଥିବାରୁ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ୩.୫ କିଲୋମିଟର ଦୂର ଆମ୍ବୁଲାନ୍ସ ନିକଟକୁ ନେବାକୁ ପଡ଼ିଛି। ଏଭଳି ଦୁର୍ଦ୍ଦଶାର ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ାଜିଲ୍ଲା ଗୁଡ଼ାରୀ ବ୍ଲକ ଶିରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଡକଣା ଗ୍ରାମରେ। ଗ୍ରାମର ସୁମି କାଡ୍ରାକ (୨୫) ନଅ ମାସର ଗର୍ଭବତୀ ଥିବାବେଳେ ପ୍ରଥମ ସନ୍ତାନ ପାଇଁ ତାଙ୍କୁ ଚିକିତ୍ସାଳୟ ନେବାର ଆବଶ୍ୟକତା ପଡ଼ିଥିଲା। ହେଲେ ଗାଁକୁ ଆମ୍ବୁଲାନ୍ସ ପହଞ୍ଚିବାର ସୁବିଧା ନଥିବାରୁ ପରିବାର ଲୋକ ଓ ଗ୍ରାମବାସୀ ତାଙ୍କୁ ଖଟିଆରେ ବୋହି ସାଡକଣାରୁ ବଡ଼ପଙ୍କାଳ ପର୍ଯ୍ୟନ୍ତ ପ୍ରାୟ ୩.୫ କିଲୋମିଟର ନେଇଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ଜଣାପଡ଼ିଛି।

ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ 

ସାଡକଣା ଗ୍ରାମକୁ ଯିବା ପାଇଁ ଦୁଇଟି ରାସ୍ତା ରହିଛି। ଗୋଟିଏ ପଟେ ନାଳ ଥିବାବେଳେ ଅନ୍ୟପଟେ କାଦୁଅ ଭରା ରାସ୍ତା। ବର୍ଷା ଦିନେ ଏହି ରାସ୍ତା ଦେଇ ଯାତାୟତ ପ୍ରାୟ ଅସମ୍ଭବ ହୋଇପଡ଼ୁଛି। ଫଳରେ ଜରୁରୀ ସମୟରେ ଆମ୍ବୁଲାନ୍ସ ଗ୍ରାମ ନିକଟକୁ ପହଞ୍ଚିପାରୁନାହିଁ। ଏହି ରାସ୍ତା ସମସ୍ୟା ନେଇ କିଛି ମାସ ପୂର୍ବରୁ ମଧ୍ୟ ଖବରକାଗଜରେ ଖବର ପ୍ରକାଶ ପାଇଥିଲା। ତଥାପି ଏଯାଏଁ ସ୍ଥାୟୀ ରାସ୍ତା ନିର୍ମାଣ ହୋଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ବିଶେଷକରି ଗର୍ଭବତୀ, ରୋଗୀ ଓ ବୟସ୍କଙ୍କ ପାଇଁ ଏହି ରାସ୍ତା ଅଭାବ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ସରକାରୀ ଯୋଜନାରେ ଗ୍ରାମାଞ୍ଚଳରେ ରାସ୍ତା ଓ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାର ଦାବି ହେଉଥିବାବେଳେ ସାଡକଣାର ଏହି ଚିତ୍ର ତାହାର ବାସ୍ତବତାକୁ ପଦାରେ ପକାଇଛି। ଆଉ କେତେ ବର୍ଷ ଏହି ନିରୀହ ଗରିବ ଆଦିବାସୀ ପରିବାରଗୁଡ଼ିକ ମୌଳିକ ରାସ୍ତା ସୁବିଧାରୁ ବଞ୍ଚିତ ହୋଇ ଅବହେଳିତ ଅବସ୍ଥାରେ ରହିବେ, ତାହା ଏବେ ଦେଖିବାକୁ ବାକି ରହିଲା।

Crocodile: ଚାଷ ଜମିରେ ବଉଳା କୁମ୍ଭୀର; ମାଛ ଧରିବା ଲଞ୍ଜାରେ ପଡ଼ିଲା ୬ ଫୁଟର କୁମ୍ଭୀର

Read Entire Article
LEFT SIDEBAR AD

Hidden in mobile, Best for skyscrapers.