ARTICLE AD BOX
ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଗାନ୍ଦରବଲ୍ ଜିଲ୍ଲାରେ ମଙ୍ଗଳବାର ଭୋର୍ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଅମରନାଥ ଯାତ୍ରାରୁ ଫେରୁଥିବା ପ୍ରାୟ ୫୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ନିୟନ୍ତ୍ରଣ ହରାଇ ୨୦ ମିଟର ଗଭୀର ଖାଇକୁ ଖସି ପଡ଼ିଛି। ତୀର୍ଥଯାତ୍ରୀମାନେ ବାଲତାଲ୍ ରୁ ଶ୍ରୀନଗର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ, ଘଟଣାସ୍ଥଳରେ ସୁରକ୍ଷା ବାହିନୀଙ୍କ ତୁରନ୍ତ ଉଦ୍ଧାର କାର୍ଯ୍ୟ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ବସ୍ରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇ ପାରିଛି। ପ୍ରଶାସନ ଅନୁଯାୟୀ, ବସ୍ ନମ୍ବର ଏଆର୍-୧୧ ଡି-୫୬୫୫ ଭୋର୍ ପ୍ରାୟ ସାଢ଼େ ୫ଟା ସମୟରେ ହରିଗାନିୱାନ ନିକଟସ୍ଥ ଏସ୍-ଟର୍ଣ୍ଣରେ ପହଞ୍ଚିଥିଲା। ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ରାସ୍ତାରୁ ଓଲଟି ସିନ୍ଧ ନଦୀ କୂଳରେ ଏକ ଗଭୀର ଖାଇରେ ପଡ଼ିଯାଇଥିଲା। ନିକଟରେ ମୁତୟନ ଥିବା ସୁରକ୍ଷା ବାହିନୀ ତୁରନ୍ତ ଉଦ୍ଧାର କାର୍ଯ୍ୟେ ଆରମ୍ଭ କରିଥିଲେ।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ,ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ (ଆଇଟିବିପି) ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସଫୋର୍ସ(ସିଆରପିଏଫ)କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବିଳମ୍ବ ନକରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତ ତୀର୍ଥଯାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ କାଙ୍ଗନର ଉପ-ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
Iran Drone Attack: ଟ୍ରମ୍ପଙ୍କ ଧମକ ପରେ ଇରାକରେ ବିସ୍ଫୋରଣ: ଆମେରିକୀୟ ଦୂତାବାସ ନିକଟରେ ଇରାନର ଡ୍ରୋନ୍ ଆକ୍ରମଣ

6 days ago
3


