ARTICLE AD BOX
ମୁମ୍ବାଇ: ବଲିଉଡ ସୁପରଷ୍ଟାର୍ ଅକ୍ଷୟକୁମାରଙ୍କର ଆଜି ଜନ୍ମଦିନ। ସେ ବଲିଉଡର ଜଣେ ଫିଟ୍ କଳାକାର। ସେ ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ନିଜର କେତେକ ଭଲ ନୀତି ପାଇଁ ଅନ୍ୟ କଳାକାରଙ୍କଠୁ ସେ ଭିନ୍ନ।
ଯେତେବେଳେ ଆମେ ବଲିଉଡ୍ର ଫିଟ୍ ଅଭିନେତାଙ୍କ ବିଷୟରେ କଥା ହେଉ ତ ସେତେବେଳେ ସର୍ବପ୍ରଥମେ ଆମ ଆଖି ଆଗରେ ନାଚି ଉଠନ୍ତି ଅକ୍ଷୟ କୁମାର। ଅଭିନେତା ଅକ୍ଷୟ କୁମାର ଏବେ ୫୯ ବର୍ଷ ବୟସରେ ପଦାର୍ପଣ କରିଥିଲେ ବି ନିଜକୁ ସେ ୟଙ୍ଗ୍ ଲୁକ୍ ଏବଂ ଫିଟ୍ ରଖିବାରେ ସକ୍ଷମ ହୋଇଛନ୍ତି। ତେବେ କ’ଣ ଆପଣ ଜାଣନ୍ତି କି ,ଅଭିନେତା ଅକ୍ଷୟ କୁମାର କିଛି ବର୍ଷ ତଳେ ତାଙ୍କ ଓଜନକୁ ୫ ରୁ ୬ କିଲୋଗ୍ରାମ କମାଇଥିଲେ ତାହାବି ପୁଣି ବିନା ଡାଏଟିଂରେ। ଅକ୍ଷୟଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ଏବଂ ‘ବଚ୍ଚନ ପାଣ୍ଡେ’କୁ ଦେଖିଲାପରେ ଏହା ଜଣାପଡ଼ିଥିଲା। ଏଥିରେ ସେ ବହୁତ ପତଳା ହୋଇଯାଇଥିବା ଦେଖାଯାଇଥିଲେ।
ଓ୍ୱାର୍କଆଉଟ୍କୁ ପୂର୍ବାପେକ୍ଷା ଅଧିକା ବଢ଼ାଇଦେଇଥିବା କହିଥିଲେ ଅକ୍ଷୟ
ଅକ୍ଷୟଙ୍କ କହିବା ଅନୁସାରେ ସେ ତାଙ୍କ ଅଭିନୀତ ଦୁଇଟି ଫିଲ୍ମ ଲାଗି ନିଜ ଶରୀରର ୫ ରୁ ୬ କେଜି ଓଜନ କମାଇଥିଲେ। ତେବେ ଏନେଇ ସେ କ’ଣ ଡାଏଟ୍ର ଯୋଜନା କରିିିଥିଲେ କି ନାହିଁର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅଭିନେତା ଅକ୍ଷୟ କହିଥିଲେ ଯେ, ‘ସୂର୍ଯ୍ୟବଂଶୀ’ଏବଂ ‘ବଚ୍ଚନ ପାଣେ୍ଡ’ରେ ଅଭିନୟ ଲାଗି ତାଙ୍କୁ ଓଜନ କମାଇବାକୁ କୁହାଯାଇଥିଲା। ତେଣୁ ସେ ପ୍ରାକୃତିକ ଉପାୟରେ ଓଜନ କମାଇଥିଲେ। ଏନେଇ ସେ କୌଣସି ଡାଏଟିଂ ର ସହାୟକ ନେଇନଥିଲେ। ତେବେ ଓଜନ କମାଇବା ପାଇଁ ସେ ତାଙ୍କ ଓ୍ୱାର୍କଆଉଟ୍କୁ ପୂର୍ବାପେକ୍ଷା ଅଧିକା ବଢ଼ାଇଦେଇଥିବା କହିଥିଲେ ଅକ୍ଷୟ । ଏହି ସମୟରେ ସେ ନିଜର ସବୁଠାରୁ ମୋର ପ୍ରିୟ ଖାଦ୍ୟ ଘିଅ ପରଠାକୁ ଖାଉଥିଲେ।

1 week ago
7


