ARTICLE AD BOX
ଅଳ୍ପ ଦୂରତା ଅତିକ୍ରମ କରି ଗାଁକୁ ଯିବାପାଇଁ ହେଉ ବା ୌକୗଣସି ଦୂର ଜାଗା, ଘରୋଇ ବା ସରକାରୀ ବସ୍ ସେବା ଆପଣ ନିଶ୍ଚୟ ବ୍ୟବହାର କରିଥିବେ। ବେଳେବେଳେ ଭିଡ଼ର ସାମ୍ନା ବି କରିଥିବେ। ସମୟ ଅସମୟରେ ଯାତ୍ରା ବିରକ୍ତିକର ହୋଇଥିବାର ଅଭିଜ୍ଞତା ବି ଥିବ। କିନ୍ତୁ ଅପ୍ରୀତିକର ହେଲେ ବି ଗମନାଗମନର ଏହି ସାଧନର ବିକଳ୍ପ ଅନେକ ସମୟରେ ନଥାଏ। ଏସବୁ ଭିତରେ କେରଳ ସରକାର ବସ୍ ଯାତ୍ରୀଙ୍କୁ ଆନ୍ତର୍ଜାତିକ ବିମାନର ସୁବିଧା ଦେଉଥିବାର ଖବର ଏବେ ଚର୍ଚ୍ଚାରେ ରହିଛି। ‘କେରଳ ଷ୍ଟେଟ୍ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍’ (କେଏସ୍ଆର୍ଟିସି) ପକ୍ଷରୁ ତିରୁଅନନ୍ତପୁରମ୍ଠାରୁ କୋଚି ଯାତ୍ରା କରୁଥିବା ଏକ ନୂଆ ପ୍ରିମିଅମ୍ ବସ୍ ଭିତରର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି, ଯାହା ଉଡ଼ାଜାହାଜର ଭ୍ରମ ସୃଷ୍ଟି କରୁଛି।
Neglect: ୪ ମାସରେ ୩ ଜୁଆଙ୍ଗ ଶିଶୁ ମୃତ, କାରଣ ଖୋଜି ପାରୁନି ପ୍ରଶାସନ
ସୂଚନା ଅନୁସାରେ, ପାଖାପାଖି ୨୨୭ କିଲୋମିଟର୍ ଯାତ୍ରା କରୁଥିବା ଏହି ବସ୍ର ସିଟ୍ଗୁଡ଼ିକ ବେଶ୍ ଆରାମଦାୟକ। ଯାତ୍ରା ସମୟରେ ମନୋରଞ୍ଜନ ପାଇଁ ସିଟ୍ ସମ୍ମୁଖରେ ବ୍ୟକ୍ତିଗତ ଏନ୍ଟର୍ଟେନ୍ମେଣ୍ଟ୍ ସ୍କ୍ରିନ୍ ଲାଗିଛି ଏବଂ ତା’ ସହିତ ୱାଇଫାଇ ଓ ମୋବାଇଲ୍ ଚାର୍ଜିଂ ସୁବିଧା ବି ରଖାଯାଇଛି। ଯାତ୍ରା ସମୟରେ ବସ୍ ଭିତରେ ହିଁ ଗାଧୋଇ ପାରିବେ। ଏହାର ସଂପୂର୍ଣ୍ଣ ସଫାସୁତରା ଶୌଚାଳୟ ଆପଣଙ୍କୁ ବିମାନ ଯାତ୍ରାର ଅନୁଭୂତି ଦେବ। ଯାତ୍ରା ସମୟରେ ଯାତ୍ରୀମାନଙ୍କ ଖାଦ୍ୟପେୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି। ଏଠାରେ ବି ବିମାନ ଯାତ୍ରା ଭଳି ବିଭିନ୍ନ ଖାଦ୍ୟ ଓ ପାନୀୟ ପରିବେଷଣ କରାଯାଇଥାଏ। ସବୁଠାରୁ ବଡ଼ କଥା ହେଲା, ବିମାନରେ ସହାୟତା ପାଇଁ ଯେଉଁଭଳି ଏଆର୍ ହୋଷ୍ଟେସ୍ ଥାଆନ୍ତି, ଏଠାରେ ବି ସମାନ ଢଙ୍ଗରେ ହୋଷ୍ଟେସ୍ ନିଯୁକ୍ତ ହୋଇଛନ୍ତି। ଆରାମଦାୟକ ଯାତ୍ରା ସହିତ ଏମିତି ସୁବିଧା ଖଞ୍ଜି କେରଳ ରାଜ୍ୟ ପରିବହନ ନୂଆ ଉଦାହରଣ ସୃଷ୍ଟି କରିଛି।
Congress: ଭଦ୍ରକଜିଲ୍ଲା କଂଗ୍ରେସ କମିଟିରେ ୫୧ କର୍ମକର୍ତ୍ତା, ୨୫ କାର୍ଯ୍ୟକାରିଣୀ କମିଟିକୁ ମନୋନୀତ

1 week ago
6


