Air Taxi: ଭାରତର ପ୍ରଥମ ଇଲେକ୍ଟ୍ରିକ୍ ଏୟାର୍‌ ଟାକ୍ସି...

2 weeks ago 7
ARTICLE AD BOX

ନୂଆଦିଲ୍ଲୀ, ୨୦/୭: ଆଇଆଇଟି ମାଡ୍ରାସ୍‌ର ଏକ ଷ୍ଟାର୍ଟଅପ୍‌ ଭାରତର ପ୍ରଥମ ଇଲେକ୍ଟ୍ରିକ୍‌ ଏୟାର ଟାକ୍ସିର ନମୁନା ଉନ୍ମୋଚନ କରିଛି। ଏହାର ବାଣିଜ୍ୟିକ ଉତ୍ପାଦନ ୨୦୨୮ରେ ଆରମ୍ଭ ହେବା ଆଶା କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନି ଏୟାର ଆମ୍ବୁଲାନ୍ସ ବିକାଶ କରିବ। ତା’ପରେ ଯାତ୍ରୀବାହୀ ଏୟାର ଟାକ୍ସି ବିକାଶ କରିବାକୁ ଯୋଜନା ରଖିଛି।

ଆହୁରି ପଢ଼ନ୍ତୁ- Centre Warns Restaurants: ରେଷ୍ଟୁରାଣ୍ଟଗୁଡ଼ିକର ମନମୁଖୀ କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ!: ସେବା ଶୁଳ୍କ ଆଦାୟ ଉପରେ ସରକାରଙ୍କ କଠୋର ଆଭିମୁଖ୍ୟ, ନିୟମ ଭଙ୍ଗ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ

ହେଲିକପ୍ଟର ଭଳି କାମ କରିବ

ସହରର ଭିଡ଼ଭାଡ଼ରୁ ନିସ୍ତାର ପାଇବାକୁ ଚାହୁଥିବା ଲୋକମାନଙ୍କୁ ଏହି ଟାକ୍ସି ଶୀଘ୍ର ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବ। ଏହା ବ୍ୟାଟେରି ଦ୍ବାରା ପରିଚାଳିତ ହେବ ଏବଂ ହେଲିକପ୍ଟର ଭଳି କାମ କରିବ। କମ୍ପାନି ବିକାଶ କରୁଥିବା ଏୟାର ଟାକ୍ସି ଥରେ ଫୁଲ୍‌ ଚାର୍ଜ ହେଲେ ୧୦୦ କିମି ଯାତ୍ରା କରିପାରିବ। ଏଥିରେ ଜଣେ ଫାଇଲଟ୍‌ ଓ ଦୁଇ ଜଣ ଯାତ୍ରୀ ବସିପାରିବେ।

ଆହୁରି ପଢ଼ନ୍ତୁ- FeranTorras: ଜେଜେ ଶିଖାଇଥିଲେ, କୁକୁର ସାଜିଥିଲା ଗୋଲକିପର: ଜାଣିଛନ୍ତି କି ଏହି ଫୁଟବଲ ଖେଳାଳିଙ୍କ ରୋଚକ କାହାଣୀ

ଏ ସମ୍ପର୍କରେ କମ୍ପାନିର ପ୍ରତିଷ୍ଠାତା ସତ୍ୟ ଚକ୍ରବର୍ତ୍ତୀ କହିଛନ୍ତି ଯେ ଲିଫ୍ଟ ଭଳି ଏହା ଭୂପୃଷ୍ଠରୁ ସିଧାସଳଖ ଆକାଶକୁ ଉଠିବ ଏବଂ ତାପରେ ଆକାଶ ମାର୍ଗରେ ତାହା ବିମାନ ଭଳି ଯାତ୍ରା କରିବ ଏବଂ ଅବତରଣ ବେଳେ ଲିଫ୍ଟ ଭଳି କାମ କରିବ। ଫଳରେ ସହରାଞ୍ଚଳରେ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଏଥିରେ ଯାତ୍ରା କରିହେବ। ସେଥିପାଇଁ ଏହି ଏୟାର ଟାକ୍ସିରେ ଏକାଧିକ ଛୋଟ ମୋଟର ବ୍ୟବହାର କରାଯାଇଛି। ୨୦୦୦ କେଜି ଓଜନର ଏହି ଏୟାରଟାକ୍ସି ଭିଡ଼ ରହୁଥିବା ସହରଗୁଡ଼ିକରେ ଗମନାଗମନର ଚିତ୍ର ବଦଳାଇଦେବା ସମ୍ଭାବନା ରଖିଛି। କମ୍ପାନି ନିକଟରେ ୨୦ ନିୟୁତ ଡଲାର ସଂଗ୍ରହ କରିଥିଲା। ଆଉ ୩୦ ନିୟୁତ ଡଲାର ସଂଗ୍ରହ କରିବାକୁ କମ୍ପାନି ଯୋଜନା ରଖିଛି।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.