ARTICLE AD BOX
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଯାତ୍ରା ପରେ ଭାରତରେ ଅବତରଣ କରିବାର ନିର୍ଦ୍ଧାରିତ ଦୁଇ ଘଣ୍ଟା ମଧ୍ୟରେ ବାଧ୍ୟତାମୂଳକ ବ୍ରିଥଲାଇଜର (ମଦ୍ୟପାନ) ପରୀକ୍ଷା ସମାପ୍ତ କରିବାରେ ବିଫଳ ହେବା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ୮ ଜଣ କ୍ରୁ ସଦସ୍ୟଙ୍କୁ ତିନି ମାସ ପାଇଁ ନିଲମ୍ବିତ କରାଯାଇଛି। ଏମାନଙ୍କ ମଧ୍ୟରେ ୪ ଜଣ ପାଇଲଟ ଓ ୪ କ୍ୟାବିନ୍ କ୍ରୁ ସଦସ୍ୟ ଅଛନ୍ତି। ଏହି ଘଟଣା ଅଗଷ୍ଟ ୨ ତାରିଖର। ଦୁବାଇରୁ ଆସିଥିବା ଏଏକ୍ସ ୧୯୨ ବିମାନଟି ସକାଳ ୯ ଟା ୫୦ ମିନିଟରେ ଅମୃତସରର ଶ୍ରୀ ଗୁରୁ ରାମଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ଘଟିଥିଲା। କ୍ରୁ ଦଳରେ ଦୁଇଜଣ ପାଇଲଟ୍-ଇନ୍-କମାଣ୍ଡ ଓ ଦୁଇଜଣ ସହ-ପାଇଲଟ୍, ଚାରି ଜଣ କ୍ୟାବିନ କ୍ରୁ ସଦସ୍ୟ ଥିଲେ। ପରବର୍ତ୍ତୀ ସମୟରେ ସମସ୍ତ ଆଠ ଜଣଙ୍କ ମଦ୍ୟପାନ ପରୀକ୍ଷା ନେଗେଟିଭ୍ ରହିଥିଲା।
ମଦ୍ୟପାନ ପରୀକ୍ଷା ନେଗେଟିଭ୍
ଏକ ସୂତ୍ର ଅନୁଯାୟୀ, ଅମୃତସରରେ ଏମାନେ ପହଞ୍ଚିବା ପରେ ଜଣେ ସଦସ୍ୟ ଅସୁସ୍ଥ ଥିବାରୁ ଔପଚାରିକତା ସମାପ୍ତ କରିବା ପରେ କ୍ରୁ ସଦସ୍ୟମାନେ ସେମାନଙ୍କ ନିର୍ଦ୍ଧାରିତ ହୋଟେଲକୁ ଚାଲିଯାଇଥିଲେ। ପରେ ସେମାନେ ବ୍ରିଥଲାଇଜର ପରୀକ୍ଷା ପାଇଁ ବିମାନବନ୍ଦରକୁ ଫେରିଥିଲେ, କିନ୍ତୁ ସେତେବେଳକୁ ୨ ଘଣ୍ଟା ୩୫ ମିନିଟ୍ ସମୟ ହୋଇସାରିଥଲା। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ନିୟମ ଅନୁଯାୟୀ, ଭାରତୀୟ ଏୟାରଲାଇନ୍ସ ପାଇଁ ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁଥିବା କ୍ରୁ ସଦସ୍ୟମାନଙ୍କୁ ଭାରତରେ ଅବତରଣ କରିବାର ଦୁଇ ଘଣ୍ଟା ମଧ୍ୟରେ ଉଡ଼ାଣ ପରବର୍ତ୍ତୀ ମଦ୍ୟପାନ ପରୀକ୍ଷା କରିବାକୁ ପଡିବ। ଏୟାର ଇଣ୍ଡିଆ ଏକ୍ସପ୍ରେସ ସ୍ୱେଚ୍ଛାକୃତ ଭାବରେ ଡିଜିସିଏକୁ ଉଲ୍ଲଂଘନ ବିଷୟରେ ଜଣାଇଥିଲା ଓ କ୍ରୁ ସଦସ୍ୟଙ୍କୁ ଡ୍ୟୁଟିରୁ ବାହାର କରିଦେଇଥିଲା।
IAS officer: ଶ୍ରୀଧନ୍ୟା ସୁରେଶ କେରଳମ୍ର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ପ୍ରଥମ ଜିଲ୍ଲାପାଳ

12 hours ago
3


