ARTICLE AD BOX
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ପକ୍ଷରୁ ଟିୱୋଲ୍ଡେ ଗେବ୍ରେମରିଅମଙ୍କୁ ନୂଆ ସିଇଓ ଓ ଏମ୍ଡି ଭାବେ ନିଯୁକ୍ତ କରାଯାଇଛି। ଚଳିତ ବର୍ଷ ଏପ୍ରିଲ୍ରେ ସିଇଓ ପଦରୁ ଇସ୍ତଫା ଦେଇଥିବା ୱିଲସନ୍ କ୍ୟାମ୍ପବେଲଙ୍କ ସ୍ଥାନରେ ସେ କାର୍ଯ୍ୟ କରିବେ। ସେ ଇଥିଓପିଆନ୍ ଏୟାରଲାଇନ୍ସର ଗ୍ରୁପ୍ ସିଇଓ ଭାବେ କାର୍ଯ୍ୟ କରୁଥିଲେ। ନୂଆ ସିଇଓ ପଦରେ ଏଭଳି ଏକ ସମୟରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ହୋଇଛି ଯେତେବେଳେ ଏହା ସୁଧାର ଆଣିବାକୁ ପ୍ରୟାସ କରୁଛି।
ଗ୍ରେବ୍ରେମରିଅମଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ ସ୍ବାଗତ କରିଛନ୍ତି। ବିଶ୍ବର ସବୁଠୁ ପ୍ରଭାବଶାଳୀ ଓ ଲାଭଜନକ ଏୟାରଲାଇନ୍ ଗ୍ରୁପ୍ ଗଠନ କରିବାରେ ତାଙ୍କ ଅଭିଜ୍ଞତାରୁ ଏୟାର ଇଣ୍ଡିଆ ଉପକୃତ ହେବ ବୋଲି ସେ କହିଛନ୍ତି। ଏହି ନିଯୁକ୍ତିକୁ ନୂଆ ସିଇଓ ଏକ ଐତିହାସିକ ମୁହୂର୍ତ୍ତ କହିବା ସହ କମ୍ପାନିର ପରବର୍ତ୍ତୀ ଅଧ୍ୟାୟର ନେତୃତ୍ବ ନେବାକୁ ମୁଁ ଚାହି ରହିଛି ବୋଲି ସେ କହିଛନ୍ତି।

1 month ago
12


