AIIMS: ପୁଣି ଏମ୍‌ସରୁ ବନ୍ଧାହେଲା ବଙ୍ଗୀୟ ଦଲାଲ

17 hours ago 3
ARTICLE AD BOX

ଖଣ୍ଡଗିରି: ଭୁବନେଶ୍ବର ଏମ୍‌ସ ଓପିଡି ଟିକେଟ୍‌ କଳାବଜାରୀ କରିବା ଓ ଧରାପଡ଼ିଯିବାରୁ ସୁରକ୍ଷାକର୍ମୀଙ୍କୁ ନାଲିଆଖି ଦେଖାଇବା ଅଭିଯୋଗ‌େର ଖଣ୍ଡଗିରି ଥାନା ପୁଲିସ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରର ନିର୍ଲୋଭ ରାୟ(୨୭)କୁ ଗିରଫ କରିଛି। ପୁଲିସ ତା’ ନିକଟରୁ ତିନିଜଣ ରୋଗୀଙ୍କ ଆଧାରକାର୍ଡ ଜବତ କରିଛି। ସୂଚନାଯୋଗ୍ୟ, ଏମ୍‌ସରେ ବର୍ତ୍ତମାନ ୭ଜଣିଆ ବଙ୍ଗୀୟ ଦଲାଲ ଗ୍ୟାଙ୍ଗ ସକ୍ରିୟ ହୋଇଉଠିଛି। ବିଶେଷ କରି ବାହାର ରାଜ୍ୟରୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଏମାନେ ଟାର୍ଗେଟ୍‌ କରୁଛନ୍ତି। ସହଜରେ ଓପିଡି ଟିକେଟ କରାଇଦେବା, କମ୍‌ ଦରରେ ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ କିଣାଇଦେବା ଆଦି ପ୍ରଲୋଭନ ଦେଖାଇ ଦଲାଲମାନେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ଶୋଷଣ କରୁଛନ୍ତି।

Bharatpur forest: ଭୁଶୁଡ଼ୁଛି ଭରତପୁର ଜଙ୍ଗଲ ପାଚେରି

sfadadadad

ଆଜି ସକାଳ ୮ଟା ସମୟରେ ରୋଗୀମାନଙ୍କ ସମ୍ପର୍କୀୟ ଓପିଡି ଟିକେଟ କରିବା ଲାଗି ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଥିଲେ। ଏହି ସମୟରେ ନିର୍ଲୋଭ ଧାଡ଼ି ଭାଙ୍ଗି ଆଗକୁ ଆଗକୁ ଯିବାକୁ ଚେଷ୍ଟା କରୁଥିଲା। ରୋଗୀଙ୍କ ସମ୍ପର୍କୀୟମାନେ ଏ ବାବଦରେ ଦାୟିତ୍ବରେ ଥିବା ସୁରକ୍ଷା କର୍ମୀଙ୍କ ଦୃ‌ଷ୍ଟି ଆକର୍ଷଣ କରିଥିଲେ। ସୁରକ୍ଷା କର୍ମୀମାନେ ତାକୁ ତାଗିଦ କରିବାରୁ ସେ ଓଲଟା ସୁରକ୍ଷା କର୍ମୀଙ୍କୁ ଗାଳିଗୁଲଜ କରିବା ସହିତ ଧମକଚମକ ଦେଇଥିଲା। ଖବର ପାଇ ଏମ୍‌ସ ଫାଣ୍ଡି ପୁଲିସ ତାକୁ କାବୁ କରି ଥାନାକୁ ଆଣି ପଚରାଉଚରା କରିଥିଲା। ଯାଞ୍ଚ ସମୟରେ ତା’ ନିକଟରୁ ୩ଟି ଆଧାରକାର୍ଡ ମିଳିଥିଲା। ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନଙ୍କ ପାଖରୁ ଓପିଡି ଟିକେଟ ପିଛା ୪ରୁ ୫ହଜାର ଟଙ୍କା ନେଉଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ମଧ୍ୟ ଓପିଡି ଟିକେଟ୍‌ ଦଲାଲି ମାମଲାରେ ନିର୍ଲୋଭ ଗିରଫ ହୋଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.