AI: ଦଶନ୍ଧି ଶେଷ ସୁଦ୍ଧା ମାନବଜାତି ପାଇଁ ବିପଦ ହୋଇପାରେ ଏଆଇ: ଗବେଷକ

1 week ago 5
ARTICLE AD BOX

ସାନ୍‌ଫ୍ରାନ୍ସିସ୍କୋ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଦ୍ରୁତ ବିକାଶ ମାନବଜାତି ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିପାରେ ବୋଲି ଜଣେ ଏଆଇ ଗବେଷକଙ୍କ ଚେତାବନୀ ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ଏହି ଆଶଙ୍କା ପ୍ରକାଶ କରି ଆନ୍ଥ୍ରୋପିକ୍‌ର ଗବେଷକ ଜାକବ୍‌ କକ୍ସନ୍‌ ମଙ୍ଗଳବାର କମ୍ପାନି ଛାଡ଼ିବା ସହ ଏଆଇ ଶିଳ୍ପରୁ ମଧ୍ୟ ଦୂରେଇ ଯିବା ଘୋଷଣା କରିଛନ୍ତି।

ଆହୁରି ପଢନ୍ତୁ :Judgement: ଅଡୁଆରେ ବିଦ୍ୟାଭାରତୀ; ଅକ୍ଟୋବର ୧ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ

୨୭ ବର୍ଷୀୟ କକ୍ସନ୍‌ ଗତ ୩ ବର୍ଷ ଧରି ଏଆଇ ମଡେଲ୍‌ର ପ୍ରି-ଟ୍ରେନିଂ ଗବେଷଣା କରୁଥିଲେ। ପ୍ରଥମେ ସେ ଓପନ୍‌ଏଆଇରେ ଏବଂ ଚଳିତ ବର୍ଷ ଆନ୍ଥ୍ରୋପିକ୍‌ରେ କାମ କରିଥିଲେ। ପ୍ରି-ଟ୍ରେନିଂରେ ଏଆଇ ମଡେଲ୍‌ ବିପୁଳ ପରିମାଣର ତଥ୍ୟରୁ ଶିଖିଥାଏ। କକ୍ସନ୍‌ କହିଛନ୍ତି ଯେ, ଉଭୟ କମ୍ପାନି ମାନବଜୀବନକୁ ବିପଦରେ ପକାଇ ନିଜକୁ ଉନ୍ନତ କରିପାରୁଥିବା ସୁପରଇଣ୍ଟେଲିଜେନ୍ସ ବିକାଶ ଦିଗରେ ଦୌଡୁଛନ୍ତି। ମାନବ ବୁଦ୍ଧିକୁ ଅତିକ୍ରମ କରୁଥିବା ଏଆଇକୁ ‘ସୁପରଇଣ୍ଟେଲିଜେନ୍ସ’ କୁହାଯାଏ। କକ୍ସନ୍‌ଙ୍କ ମତରେ, ଏହି ପର୍ଯ୍ୟାୟର ଏଆଇ ମାନବଜାତିକୁ ଧ୍ୱଂସ କରିଦେବାର ଆଶଙ୍କାକୁ ଗମ୍ଭୀରତାର ସହ ନିଆଯାଉଛି। ସେ ଏହାକୁ କୌଣସି ପ୍ରଚାର କୌଶଳ ନୁହେଁ ବୋଲି କହିଛନ୍ତି।

ଆହୁରି ପଢନ୍ତୁ :Karnnataka: କର୍ଣ୍ଣାଟକରେ ସିଦ୍ଦରମୈୟାଙ୍କ ୭୫% ସଂରକ୍ଷଣ ଦାବି: ନିଜ ଜାଲରେ ଫସିଲା କଂଗ୍ରେସ, ଜାତିଗତ ସର୍ଭେ ରିପୋର୍ଟ ଲାଗୁ ପାଇଁ ଚାପ

ଆନ୍ଥ୍ରୋପିକ୍‌ର ସୁରକ୍ଷା କାର୍ଯ୍ୟନିର୍ବାହୀ ଇଭାନ୍‌ ହ୍ୟୁବିଙ୍ଗର ମଧ୍ୟ କକ୍ସନ୍‌ଙ୍କ ଆଶଙ୍କାକୁ ସମର୍ଥନ କରିଛନ୍ତି। ତାଙ୍କ ଆକଳନ ଅନୁସାରେ, ଆସନ୍ତା ଦଶନ୍ଧିରେ ଏଆଇ ଯୋଗୁଁ ସମସ୍ତଙ୍କ ଜୀବନ ବିପଦରେ ପଡ଼ିବାର ଆଶଙ୍କା ୧୦ ପ୍ରତିଶତରୁ ଅଧିକ। ବର୍ତ୍ତମାନର ଏଆଇ ମଡେଲ୍‌ଗୁଡ଼ିକରେ ଏହି ବିପଦ କମ୍‌ ଥିବା ସେ କହିଛନ୍ତି। ତେବେ ମାନବ ବୁଦ୍ଧିକୁ ଅତିକ୍ରମ କରୁଥିବା ଏଆଇକୁ ମାନବ ନିୟନ୍ତ୍ରଣରେ ରଖିବା ପାଇଁ ଏଯାଏଁ ନିଶ୍ଚିତ ଯୋଜନା ନାହିଁ ବୋଲି ସେ ସ୍ୱୀକାର କରିଛନ୍ତି। ସରକାରୀ ହସ୍ତକ୍ଷେପ ଓ ଏଆଇ ବିକାଶରେ ସମନ୍ୱିତ ମନ୍ଥରତା ବିନା କୌଣସି କମ୍ପାନି ଦାୟିତ୍ୱର ସହ ସୁପରଇଣ୍ଟେଲିଜେନ୍ସ ବିକାଶ କରିପାରିବ ନାହିଁ ବୋଲି କକ୍ସନ୍‌ କହିଛନ୍ତି। ଏପଟେ ଆନ୍ଥ୍ରୋପିକ୍‌ ଚଳିତ ବର୍ଷ ଫେବ୍ରୁଆରିରେ ଏହାର ସୁରକ୍ଷା ଘୋଷଣାପତ୍ରରୁ ବିପଦ ନିୟନ୍ତ୍ରଣ କରିବାରେ ବିଫଳ ହେଲେ ମଡେଲ୍‌ ବିକାଶ ବନ୍ଦ କରିବା ସମ୍ପର୍କିତ ପ୍ରତିଶ୍ରୁତି ହଟାଇଥିଲା।

ଆହୁରି ପଢନ୍ତୁ :Sensex: ସେନ୍‌ସେକ୍ସ ୮୧୩ ପଏଣ୍ଟ ଖସିଲା

ଜୁଲାଇ ଶେଷରେ ଆନ୍ଥ୍ରୋପିକ୍‌ର ମୁଖ୍ୟ ଡାରିଓ ଆମୋଡେଇଙ୍କ ସମେତ ୧,୦୦୦ରୁ ଅଧିକ ପ୍ରଯୁକ୍ତି କର୍ମଚାରୀ ଉନ୍ନତ ଏଆଇ ବିକାଶରେ ସମନ୍ୱିତ ମନ୍ଥରତା ପାଇଁ ଆମେରିକା ସରକାରଙ୍କୁ ଆହ୍ୱାନ କରିଥିଲେ। ଅଗଷ୍ଟରେ ଓପନ୍‌ଏଆଇ ଏହାର ନୂଆ ମଡେଲ୍‌ର ପ୍ରଶିକ୍ଷଣଦୁଇ ସପ୍ତାହ ବନ୍ଦ ରଖି ପରେ କଡ଼ା ନିୟନ୍ତ୍ରଣ ସହ ପୁଣି ଆରମ୍ଭ କରିଥିଲା। ସେପ୍ଟେମ୍ବରରେ ଆମେରିକୀୟ ସିନେଟର ବର୍ନି ସାଣ୍ଡର୍ସ ଓ ଡେମୋକ୍ରାଟିକ୍‌ ପ୍ରତିନିଧି ଗ୍ରେଗ୍‌ କାସାର ଏଆଇ ବିକାଶକୁ ନିୟନ୍ତ୍ରଣ କରିବା ପାଇଁ ଏକ ନିୟାମକ ସଂସ୍ଥା ଗଠନ ହେବା ପର୍ଯ୍ୟନ୍ତ ବିକାଶ ରୋକିବାକୁ ଏକ ବିଲ୍‌ ଆଣିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.