AI Minister: କନିଷ୍କ ନାରାୟଣ ବ୍ରିଟେନର ପ୍ରଥମ ଏଆଇ ମନ୍ତ୍ରୀ

1 week ago 7
ARTICLE AD BOX

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍‌ ପ୍ରବାସୀ ଭାରତୀୟ କନିଷ୍କ ନାରାୟଣଙ୍କୁ ଦେଶର ପ୍ରଥମ ଏଆଇ ମନ୍ତ୍ରୀ ଭା‌ବେ କ୍ୟାବିନେଟ୍‌ରେ ସାମିଲ କରିଛନ୍ତି। ୱେଲ୍‌ସ ଅଞ୍ଚଳରୁ ଲେବର ପାର୍ଟିର ସଦସ୍ୟ ଶ୍ରୀ ନାରାୟଣ ପ୍ରଯୁକ୍ତି କ୍ଷେତ୍ରରେ ବ୍ରିଟେନର ସ୍ଥିତିକୁ ମଜଭୁତ କରିବା ଦିଗରେ କାମ କରିବେ।

 (sambad.in) Kanishka Narayan First AI Minister Photograph: (sambad.in)

ନୂଆଦିଲ୍ଲୀ:ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍‌ ପ୍ରବାସୀ ଭାରତୀୟ କନିଷ୍କ ନାରାୟଣଙ୍କୁ ଦେଶର ପ୍ରଥମ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ମନ୍ତ୍ରୀ ଭା‌ବେ କ୍ୟାବିନେଟ୍‌ରେ ସାମିଲ କରିଛନ୍ତି। ୱେଲ୍‌ସ ଅଞ୍ଚଳରୁ ଲେବର ପାର୍ଟିର ସଦସ୍ୟ ଶ୍ରୀ ନାରାୟଣ ପ୍ରଯୁକ୍ତି କ୍ଷେତ୍ରରେ ବ୍ରିଟେନର ସ୍ଥିତିକୁ ମଜଭୁତ କରିବା ଦିଗରେ କାମ କରିବେ। ବିହାରର ମୁଜାଫରାପୁରରେ ଜନ୍ମଗ୍ରହଣ କରିଥିବା ନାରାୟଣଙ୍କ ବାଲ୍ୟ ଜୀବନ ବିହାରରେ କଟିଥିଲା।

୨୦୨୪ରେ ସଂସଦକୁ ନିର୍ବାଚିତ ହୋଇଥିଲେ

ତାପରେ ସେ ଦିଲ୍ଲୀ ଯାଇଥିଲେ ଓ ସେଠାରୁ ୧୨ ବର୍ଷ ବୟସ ହୋଇଥିବା ବେଳେ କାଡିଫ୍‌ ଚାଲିଯାଇଥିଲେ। ସେଠାରେ ରହଣୀ ପରେ ସେ ଉଭୟ ସରକାର ଓ ଘରୋଇ କ୍ଷେତ୍ରରେ କାମ କରିଥିଲେ। ରାଜନୀତିରେ ପ୍ରବେଶ କରି ସେ ୨୦୨୪ରେ ସଂସଦକୁ ନିର୍ବାଚିତ ହୋଇଥିଲେ। ନିକଟରେ ସେ ବ୍ରିଟେନ ଅନଲାଇନ ସୁରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

Pakistan Army: ଘୃଣାର ରହସ୍ୟ ଖୋଲିଲେ ଆମେରିକୀୟ ବିଶେଷଜ୍ଞ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.