AI Data Center: ଏଚ୍‌ସିଏଲ୍‌ କରିବ ଏଆଇ ଡାଟା ‌ସେଣ୍ଟର; ଓଡ଼ିଶା ସରକାର, ସର୍ବମ୍‌ ସହ ଏମ୍‌ଓୟୁ ସ୍ବାକ୍ଷରିତ...

1 week ago 5
ARTICLE AD BOX

ଭୁବନେଶ୍ବର, ୨୪/୭(ଇମିସ): ଦେଶର ଅଗ୍ରଣୀ ଆଇଟି କମ୍ପାନି ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌ ଲିମିଟେଡ୍‌ ଓଡ଼ିଶାରେ ଏକ ଏଆଇ ଡାଟା ସେଣ୍ଟର ସ୍ଥାପନ କରିବ। କମ୍ପାନି ପକ୍ଷରୁ ଏନେଇ ଓଡ଼ିଶା ସରକାର ଓ ଏଆଇ ସଂସ୍ଥା ସର୍ବମ ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। ଲୋକସେବା ଭବନ ସମ୍ମିଳନୀ ପକ୍ଷରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌ର ମୁଖ୍ୟ ରୋଶନୀ ନାଦର ମାଲେହୋତ୍ରା ଓ ସର୍ବମର ସହ ପ୍ରତିଷ୍ଠାତା ପ୍ରତ୍ୟୁଷ କୁମାରଙ୍କ ଉପସ୍ଥିତିରେ ଏହି ବୁଝାମଣା ହୋଇଛି।

ଆହୁରି ପଢ଼ନ୍ତୁ- Bahuda Yatra Puri Live Update: ବାହୁଡ଼ାଯାତ୍ରା ୨୦୨୬; ରତ୍ନବେଦିକୁ ଫେରିବେ ସାଆନ୍ତ; ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି, ରଥଟଣାକୁ ଅପେକ୍ଷା

୨୦୨୮ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଡେଭେଲପ୍‌ମେଣ୍ଟ‌ ସେଣ୍ଟର

ଏଚ୍‌ସିଏଲ୍‌ ଟେ‌କ୍ନୋଲୋଜିସ୍‌ ଓଡ଼ିଶାରେ ଏହାର ଗ୍ଲୋବାଲ୍‌ ଟେକ୍ନୋଲୋଜି ସେଣ୍ଟର୍‌ ଏବଂ ଓଡ଼ିଶା ସୋଭରେନ ଏଆଇ ପାର୍କରେ ଏହାର ପ୍ରଥମ ଏଆଇ ଡାଟା ସେଣ୍ଟର ସ୍ଥାପନ କରିବ। ପ୍ରସ୍ତାବିତ ଡାଟା ସେଣ୍ଟରରେ କମ୍ପାନି ୧୪,୨୫୭ କୋଟି ଟଙ୍କା ନିବେଶ କରିବ। ଏହାର ଡେଭେଲପ୍‌ମେଣ୍ଟ‌ ସେଣ୍ଟର ୨୦୨୮ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌ର ନୂଆ ଡାଟା ସେଣ୍ଟର୍‌ କମ୍ପାନିର ପୂର୍ଣ୍ଣକାଳୀନ ଏଆଇ କ୍ଷମତା ଓ ସର୍ବମର ଫାଉଣ୍ଡେସନ ମଡେଲ୍‌କୁ ଉପଯୋଗ କରି ସାର୍ବଜନୀନ ଓ ଘରୋଇ ସଂସ୍ଥାଗୁଡ଼ିକ ପାଇଁ ସ୍ବତନ୍ତ୍ର ଏଆଇ ଆପ୍ଲିକେସନ ବିକାଶ କରିବ। ତାହା ସରକାରଙ୍କ ସୋଭରେଜନ ଏଆଇ ଲକ୍ଷ୍ୟକୁ ମଧ୍ୟ ପୂରଣ କରିବ।

ଆହୁରି ପଢ଼ନ୍ତୁ- Cockroach Janata Party: ସରକାରଙ୍କ ସହ ସିଜେପି ବୈଠକ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ଜିଦ୍‌ରେ ଅଟଳ ସିଜେପି

ଆଗାମୀ ଦିନରେ କମ୍ପାନି ବହୁଭାଷୀ ଏଆଇ ଟୁଲ୍‌ ମଧ୍ୟ ଆଣିବ ଯାହା ସରକାରଙ୍କ ଡିଜିଟାଲ ଇଣ୍ଡିଆ ଅଭିଯାନକୁ ସମର୍ଥନ କରିବ। ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଲ କୁମାର ଦେବ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.