Agricultural machinery: କୃଷି ଯନ୍ତ୍ରପାତି ଯୋଜନା ଆଉ ୫ ବର୍ଷ ବଢ଼ିଲା

1 day ago 2
ARTICLE AD BOX

ଭୁବନେଶ୍ବର: କୃଷି ଯନ୍ତ୍ରପାତି, ଉପକରଣ ଓ ଡିଜେଲ ପମ୍ପ୍‌ସେଟ୍‌ର ଲୋକପ୍ରିୟକରଣ ଯୋଜନା ଆଉ ୫ ବର୍ଷ ପାଇଁ ବଢ଼ିଛି। ୨୦୩୦-୩୧ ଆର୍ଥିକବର୍ଷ ପର୍ଯ୍ୟନ୍ତ ଏଥିପାଇଁ ୨୨ ଶହ କୋଟି ବ୍ୟୟବରାଦ କରାଯାଇଛି। ଏହି ଅବଧିରେ ୩.୮ଲକ୍ଷ ଚାଷୀ ଉପକୃତ ହେବାର ଲକ୍ଷ୍ୟ ରହିଛି। ରାଜ୍ୟ କ୍ୟାବିନେଟ୍‌ରେ ଏହାକୁ ଅନୁମୋଦନ ମିଳିଛି।  ଏହି ଯୋଜନାରେ ରାଜ୍ୟର ଚାଷୀଙ୍କୁ ଆଧୁନିକ କୃଷି ଯନ୍ତ୍ରପାତି ଓ କୃଷି ଯନ୍ତ୍ରର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ରିଆତି ଆକାରରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଟ୍ରାକ୍ଟର, ରୋଟାଭେଟର୍‌, ପାୱାର ଟିଲର୍‌, କମ୍ବାଇନ୍‌ ହାର୍ଭେଷ୍ଟର ସମେତ ଅନ୍ୟାନ୍ୟ କୃଷି ଓ ଅମଳ ପରବର୍ତ୍ତୀ ଯନ୍ତ୍ରପାତି ସାମିଲ ରହିଛି। 

Excise Raid: ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ଉ, ଗଞ୍ଜେଇ-ମଦ ଜବତ

ସେହିପରି ଓଡ଼ିଶା ରାଜ୍ୟ ବିଧି ସେବା କ୍ୟାଡର୍ ନିୟମାବଳୀ, ୨୦୨୬କୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ରାଜ୍ୟ ବିଧି ସେବା (ଓଏସ୍‌ଏଲ୍‌ଏସ୍‌) କ୍ୟାଡର୍‌ରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଆଇନଗତ ସହାୟତା ପ୍ରଦାନ କରି ମାମଲାଗୁଡ଼ିକର ସୁପରିଚାଳନା କରୁଥିବା ଅଧିକାରୀ ରହିଛନ୍ତି। ବିଧି ବିଭାଗ ରାଜ୍ୟ ମକଦ୍ଦମା ନୀତିର କାର୍ଯ୍ୟାନ୍ବୟନ ଓ ସରକାରୀ ମକଦ୍ଦମାର ସମନ୍ବୟ ପାଇଁ ନୋଡାଲ୍‌ ବିଭାଗ ରହିଛି। ଓଏସ୍‌ଏଲ୍ଏ‌ସ୍‌ କ୍ୟାଡର୍‌ ବିଧି ବିଭାଗ ଅଧୀନରେ ରହିବା ଫଳରେ ମକଦ୍ଦମା ପରିଚାଳନା ଅଧିକ ସୁଦୃଢ଼ ହେବ। ବିଭିନ୍ନ ବିଭାଗ ଭିତରେ ସମନ୍ବୟ ବୃଦ୍ଧି ପାଇବା ସହ ରାଜ୍ୟ ପକ୍ଷରୁ ଆଇନଗତ ପ୍ରତିନିଧିତ୍ବ ଅଧିକ ପ୍ରଭାବଶାଳୀ ହେବ ବୋଲି ଆଶା କରାଯାଉଛି। ନୂତନ ନିୟମାବଳୀରେ ନିଯୁକ୍ତି, ପଦୋନ୍ନତି, ବରିଷ୍ଠତା ଓ ଅନ୍ୟାନ୍ୟ ସେବା ସମ୍ବନ୍ଧୀୟ ବିଷୟଗୁଡ଼ିକ ସମେତ କ୍ୟାଡର୍‌ ପରିଚାଳନା ପାଇଁ ଏକ ଢାଞ୍ଚା ପ୍ରଦାନ କରାଯାଇଛି। ଏହାସହ ବିଧି ବିଭାଗକୁ କ୍ୟାଡର୍‌ ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷ ଭାବେ ସ୍ବୀକୃତି ଦିଆଯାଇଛି। 

Narendra Modi: ଆଜି ନଶା ମୁକ୍ତ ଯୁବ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଅପରପକ୍ଷରେ ଜଳସଂପଦ ବିଭାଗରେ କାର୍ଯ୍ୟରତ ୱାର୍କ ଚାର୍ଜଡ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟଶ୍ରୀ ମହାପାତ୍ରଙ୍କୁ ଓଡ଼ିଶା ଇଞ୍ଜିନିୟରିଂ ସେବା ଅଧୀନସ୍ଥ କ୍ୟାଡର୍‌ରେ ନିୟମିତ କରିବା ପାଇଁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଜଳସଂପଦ ବିଭାଗ ଅଧୀନରେ ୧୯୯୪ ମସିହାରୁ କାର୍ଯ୍ୟରତ ଶ୍ରୀ ମହାପାତ୍ରଙ୍କୁ ୨୦୦୪ ମସିହାରେ ଖାଲିଥିବା ମଞ୍ଜୁରିପ୍ରାପ୍ତ ସହକାରୀ ଯନ୍ତ୍ରୀ ପଦବିରେ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶା ଇଞ୍ଜିନିୟରିଂ ସେବାର ପୁନର୍ଗଠନ ପରେ ଉଚ୍ଚନ୍ୟାୟାଳୟଙ୍କ ଆଦେଶ ଅନୁସାରେ ୱାର୍କ ଚାର୍ଜଡ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀ ଘୋଷଣା କରାଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟ, ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ବିଧି, ଅର୍ଥ ଓ ସାଧାରଣ ପ୍ରଶାସନ ବିଭାଗର ପରାମର୍ଶ ଅନୁସାରେ ଶ୍ରୀ ମହାପାତ୍ରଙ୍କୁ ନିୟମିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.