Admission: ୯ରୁ ଯୁକ୍ତ୨ ନାମଲେଖା: ଏଯାଏଁ ମାଟ୍ରିକ୍‌ ପିଲାଙ୍କୁ ମିଳିନି ମାର୍କସିଟ୍‌, ସାର୍ଟିଫିକେଟ୍‌

4 weeks ago 11
ARTICLE AD BOX

କଟକ: ମାଟ୍ରିକ୍‌ ଫଳ ପ୍ରକାଶ ପାଇବାକୁ ଦୁଇ ମାସ ବିତିଗଲାଣି। ହେଲେ ପାସ୍‌ କରିଥିବା ପିଲାଙ୍କୁ ଏପର୍ଯ୍ୟନ୍ତ ମିଳିନି ସେମାନଙ୍କ ପ୍ରମାଣପତ୍ର। ଅନ୍ୟପକ୍ଷରେ ଚଳିତ ମାସ ୯ତାରିଖରୁ ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବ। ଏଯାଏଁ ଆବଶ୍ୟକ ପ୍ରମାଣପତ୍ର ମିଳି ନ ଥିବାରୁ ନାମଲେଖା ସମୟରେ କ’ଣ ଦାଖଲ କରାଯିବ, ନାମଲେଖା ସୁରୁଖୁରରେ ହେବ କି ନାହିଁ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଛାତ୍ରଛାତ୍ରୀ, ଆଉ ସେମାନଙ୍କ ଅଭିଭାବକ। 

NiravModi: ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ପ୍ରାୟ ନିଶ୍ଚିତ: ଶେଷ ଆଇନଗତ ଲଢ଼େଇ ହାରିଲେ

ଚଳିତ ବର୍ଷ ମେ’ ୨ତାରିଖରେ ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପାଇଲା। ‌ବୋର୍ଡର ପ୍ରଚଳିତ ଧାରା ଅନୁସାରେ, ଫଳ ପ୍ରକାଶନର ୧୫ଦିନ ମଧ୍ୟରେ ବୋର୍ଡ କର୍ତ୍ତୃପକ୍ଷ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମାର୍କସିଟ୍‌, ପ୍ରମାଣପତ୍ର ସେମାନେ ପଢ଼ୁଥିବା ବିଦ୍ୟାଳୟକୁ ପଠାଇ ଦିଅନ୍ତି। ଛାତ୍ରଛାତ୍ରୀମାନେ ବିଦ୍ୟାଳୟରୁ ବୋର୍ଡ ପ୍ରଦତ୍ତ ପ୍ରମାଣପତ୍ର ସମେତ ସ୍କୁଲ ଲିଭିଂ ସାର୍ଟିଫିକେଟ୍‌(ଏସ୍‌ଏଲ୍‌ସି) ଓ କଣ୍ଡକ୍ଟ ସାର୍ଟିଫିକେଟ୍‌ ସଂଗ୍ରହ କରି ଯୁକ୍ତ୨ରେ ନାମଲେଖା ପାଇଁ ଆବେଦନ କରିଥାନ୍ତି। ନାମଲେଖା ଚୟନ ଚୂଡ଼ାନ୍ତ ହେବା ପରେ ଛାତ୍ରଛାତ୍ରୀଙ୍କୁ ସମସ୍ତ ପ୍ରମାଣପତ୍ରର ମୂଳକପି (ଅରିଜିନାଲ) ଦାଖଲ କରିବାକୁ ପଡ଼ିଥାଏ। କିନ୍ତୁ ଚଳିତ ବର୍ଷ ପିଲାମାନେ ସ୍କୁଲ ପକ୍ଷରୁ ଏସ୍‌ଏଲ୍‌ସି ଓ କଣ୍ଡକ୍ଟ ସାର୍ଟିଫିକେଟ୍‌ ପାଇଥିବା ବେଳେ ବୋର୍ଡ ପକ୍ଷରୁ କୌଣସି ପ୍ରମାଣପତ୍ର ଏଯାଏଁ ପାଇନାହାନ୍ତି। ଅନେକ ସ୍କୁଲରୁ ବି ଏସ୍‌ଏଲ୍‌ସି ଓ କଣ୍ଡକ୍ଟ ସାର୍ଟିଫିକେଟ୍‌ ବି ମିଳିନାହିଁ। ତେବେ ନାମଲେଖା ବେଳେ କଲେଜ କର୍ତ୍ତୃପକ୍ଷଙ୍କୁ ପ୍ରମାଣପତ୍ରର ମୂଳକପି ଦେଖାଇବାରେ ସମସ୍ୟାରେ ପଡ଼ିବେ। ଚଳିତ ବର୍ଷ ବୋର୍ଡ ପକ୍ଷରୁ ନୂଆ କରି ଦ୍ବିଭାଷୀ( ଉଭୟ ଓଡ଼ିଆ ଓ ଇଂରାଜୀ ଭାଷା)ରେ ପ୍ରମାଣପତ୍ର ଦେବାକୁ ଯୋଜନା କରାଯାଇଥିବା ବେଳେ ଏଯାଏଁ ତାହା ସଂପୂର୍ଣ୍ଣ ହୋଇ ନ ଥିବା ସୂଚନା ମିଳିଛି। ଏଥି ପାଇଁ ପିଲାଙ୍କୁ ବୋର୍ଡ ସାର୍ଟିଫିକେଟର ହାର୍ଡ କପି ବା ମୂଳ କପି ପ୍ରଦାନ କରାଯାଇ ନଥିବା ବେଳେ ଏହାର ଡିଜିଟାଲ୍‌ କପିକୁ ନେଟ୍‌ରେ ଛଡ଼ାଯାଇଛି। ଏହାକୁ ନେଇ ଅଭିଭାବକ ମହଲରେ ପ୍ରଶ୍ନ ଉଠିଛି। ଏ ସଂକ୍ରାନ୍ତରେ ବୋର୍ଡ ହାଇସ୍କୁଲର ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀ କହିଛନ୍ତି ଯେ, ପିଲାଙ୍କୁ ସ୍କୁଲ ଲିଭିଂ ଓ କଣ୍ଡକ୍ଟ ସାର୍ଟିଫିକେଟ ଦିଆଯାଇଛି। ବୋର୍ଡ ପକ୍ଷରୁ ମାର୍କସିଟ୍‌ କିମ୍ବା ବୋର୍ଡ ସାର୍ଟିଫିକେଟ୍‌ର ହାର୍ଡ କପି ଆସି ନଥିବାରୁ, ତାହା ପିଲାଙ୍କୁ ଦିଆଯାଇନାହିଁ। କିନ୍ତୁ ପିଲାମାନେ ଡିଜିଟାଲ୍‌ ପ୍ରମାଣପତ୍ରରେ କଲେଜରେ ନାମ ଲେଖାଇ ପାରିବେ ବୋଲି ପ୍ରଧାନଶିକ୍ଷକ ଶ୍ରୀ ଶତପଥୀ କହିଛନ୍ତି।

ISRO: ଇସ୍ରୋକୁ ପୁଣି ବୋମା ଧମକ

ଏପ୍ରସଙ୍ଗରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ଯେ, ଚଳିତ ବର୍ଷ ପ୍ରଥମ କରି ବୋର୍ଡ ପକ୍ଷରୁ ଦ୍ବିଭାଷୀ ପ୍ରମାଣପତ୍ର(ଉଭୟ ମାତୃଭାଷା ଓଡ଼ିଆ ଓ ଇଂରାଜୀରେ) ପ୍ରଦାନ କରାଯିବ। ଏଥି ପାଇଁ ସ୍କୁଲରୁ ଛାତ୍ରଛାତ୍ରୀଙ୍କ ନାମ, ବାପା, ମା’ଙ୍କ ନାମ, ଜନ୍ମ ତାରିଖ ଆଦି ଓଡ଼ିଆରେ ନିର୍ଭୁଲ ତଥ୍ୟ ମଗାଯାଏ। ଓଡ଼ିଆ ଭାଷା ପାଇଁ କିଛିଟା ସମସ୍ୟା ‌ହେଉଛି। ଆଉ ଦୁଇ ମାସ ମଧ୍ୟରେ କାମ ସାରି ପିଲାଙ୍କୁ ଦ୍ବିଭାଷିକ ନିର୍ଭୁଲ ପ୍ରମାଣପତ୍ର ପ୍ରଦାନ କରାଯିବ। କିନ୍ତୁ କଲେଜରେ ନାମଲେଖା ପାଇଁ ବୋର୍ଡ ପକ୍ଷରୁ ‌ନେଟ୍‌ରେ ଡିଜିଟାଲ୍‌ ପ୍ରମାଣପତ୍ର ଛଡ଼ାଯିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି। ଡିଜିଟାଲ୍‌ ପ୍ରମାଣପତ୍ରରେ ନାମଲେଖାରେ କୌଣସି ସମସ୍ୟା ହେବ ନାହିଁ ବୋଲି ବୋର୍ଡ ସଭାପତି ଶ୍ରୀ ତରାଇ କହିଛନ୍ତି। ଅନ୍ୟ ପକ୍ଷରୁ ରଘୁନାଥ ଜିଉ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସ୍ନେହ ମିଶ୍ର କହିଛନ୍ତି ଯେ, ଯୁକ୍ତ୨ ନାମଲେଖା ବେଳେ ଆମେ ପିଲାଙ୍କଠାରୁ ଏସ୍ଏଲ୍‌ସି, କଣ୍ଡକ୍ଟ, ମାର୍କସିଟ୍‌ ଆଦି ପ୍ରମାଣପତ୍ରର ଅରିଜିନାଲ୍‌ କପି ଆବଶ୍ୟକ କରିଥାଉ। ଯଦି ପିଲା ମାର୍କସିଟ୍‌ର ଅରିଜିନାଲ୍‌ ଆଣି ନଥିବେ,‌ ‌ତେବେ ସେମାନେ ସ୍କୁଲ କର୍ତ୍ତୃପକ୍ଷଠାରୁ ଲେଖା ଆଣି ଅଥବା ଅଣ୍ଡରଟେକିଂ ‌‌ଦେଇ ନାମଲେଖାଇ ପାରିବେ। ନାମଲେଖାର ୧୫ଦିନ ମଧ୍ୟରେ ମାର୍କସିଟ୍‌ ଦାଖଲ କରିବେ ବୋଲି ଡକ୍ଟର ମିଶ୍ର କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.