ARTICLE AD BOX
ଜର୍ମାନୀର କ୍ରୀଡ଼ା ସାମଗ୍ରୀ କମ୍ପାନି ଆଡିଡାସ୍ ଭାରତର ପ୍ରଯୁକ୍ତି ଟିମ୍ରେ କର୍ମଚାରୀ ହ୍ରାସ କରିଛି। ଗୁରୁଗ୍ରାମସ୍ଥିତ କମ୍ପାନିର ଟେକ୍ ହବ୍ରେ ୨୦ ପ୍ରତିଶତ କର୍ମଚାରୀ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି।
Photograph: (google)ନୂଆଦିଲ୍ଲୀ: ଜର୍ମାନୀର କ୍ରୀଡ଼ା ସାମଗ୍ରୀ କମ୍ପାନି ଆଡିଡାସ୍ ଭାରତର ପ୍ରଯୁକ୍ତି ଟିମ୍ରେ କର୍ମଚାରୀ ହ୍ରାସ କରିଛି। ଗୁରୁଗ୍ରାମସ୍ଥିତ କମ୍ପାନିର ଟେକ୍ ହବ୍ରେ ୨୦ ପ୍ରତିଶତ କର୍ମଚାରୀ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ଟେକ୍ ହବ୍ରେ ୬୫୦ରୁ ଅଧିକ କର୍ମଚାରୀ ଥିଲେ। ବ୍ୟବସାୟର ବଦଳୁଥିବା ଆବଶ୍ୟକତା ଅନୁସାରେ ପରିଚାଳନା ମଡେଲ୍ରେ ପରିବର୍ତ୍ତନ ଆଣିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଆଡିଡାସ୍ କହିଛି। ଏହି ପରିବର୍ତ୍ତନରେ ସଫ୍ଟୱେର ଇଞ୍ଜିନିୟର, ଡାଟା ସାଇଣ୍ଟିଷ୍ଟ ଓ ଡାଟା ଇଞ୍ଜିନିୟର ଭଳି ପ୍ରଯୁକ୍ତି କ୍ଷେତ୍ରର କର୍ମଚାରୀମାନେ ପ୍ରଭାବିତ ହୋଇଛନ୍ତି। ଆଡିଡାସ୍ କହିଛି ଯେ ବ୍ୟବସାୟର କିଛି ଅଂଶକୁ ସରଳ କରିବା, ଗୁରୁତ୍ୱପୂର୍ଣ୍ଣ କ୍ଷମତାକୁ ଆହୁରି ମଜବୁତ କରିବା ଏଓ ଦୀର୍ଘମିଆଦୀ ବ୍ୟବସାୟିକ ଲକ୍ଷ୍ୟ ପାଇଁ କମ୍ପାନିକୁ ପ୍ରସ୍ତୁତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଆହୁରି ପଢ଼ନ୍ତୁ: ରିୟଲ-ଇଷ୍ଟେଟ ଦୁର୍ନୀତି: ପୂର୍ବତନ ହରିୟାଣା ମନ୍ତ୍ରୀ ଗୋପାଳ କାଣ୍ଡାଙ୍କ ଠିକଣାରେ ଇଡି ଚଢ଼ାଉ
ଅଧିକ ଦେଖନ୍ତୁ:
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

10 hours ago
2


